Advertisment

Dharmendra Pradhan: ଉତ୍ତରଦାୟିତ୍ୱ ସ୍ଥିର ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ: ଧର୍ମେନ୍ଦ୍ର

Advertisment

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ବିବାଦକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ,ଏହି ଘଟଣା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯିବ। ‘ନ୍ୟାୟପାଳିକାରେ ଦୁର୍ନୀତି’ ଉପରେ ଏନ୍‌ସିଇଆର୍‌ଟି ପୁସ୍ତକରେ ବିବାଦୀୟ...

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ବିବାଦକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ,ଏହି ଘଟଣା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯିବ। ‘ନ୍ୟାୟପାଳିକାରେ ଦୁର୍ନୀତି’ ଉପରେ ଏନ୍‌ସିଇଆର୍‌ଟି ପୁସ୍ତକରେ ବିବାଦୀୟ...

Dharmendra Pradhan

vfs global application centre at Bhubaneswar Photograph: (sambad.in)

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ବିବାଦକୁ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ,ଏହି ଘଟଣା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯିବ। ‘ନ୍ୟାୟପାଳିକାରେ ଦୁର୍ନୀତି’ ଉପରେ ଏନ୍‌ସିଇଆର୍‌ଟି ପୁସ୍ତକରେ ବିବାଦୀୟ ଅଂଶକୁ ନେଇ ସୁପ୍ରିମ୍‌କୋର୍ଟ ତୀବ୍ର ଆପତ୍ତି ଉଠାଇବା ପରେ ଏହି ମନ୍ତବ୍ୟ ଦିଆଯାଇଛି।

ପାଠ୍ୟପୁସ୍ତକ ଉପରେ ସୁପ୍ରିମ୍‌କୋର୍ଟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ପରେ ପ୍ରଧାନ କହିଛନ୍ତି ଯେ, ନ୍ୟାୟିକ ଦୁର୍ନୀତି ଉପରେ ଅଧ୍ୟାୟ ପ୍ରସ୍ତୁତ କରିବାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଧାନ ଆହୁରି କହିଛନ୍ତି ଯେ, ନ୍ୟାୟପାଳିକା ପ୍ରତି କେନ୍ଦ୍ରର ଅତ୍ୟଧିକ ସମ୍ମାନ ରହିଛି ଏବଂ କୋର୍ଟଙ୍କ ନିର୍ଦ୍ଦେଶନାମା ପାଳନ କରାଯିବ। ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସ୍ପଷ୍ଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ଯାହା ଘଟିଛି ସେଥିରେ ସେ ଅତ୍ୟନ୍ତ ଦୁଃଖିତ।

ଆହୁରି ପଢ଼ନ୍ତୁ: ଏନ୍‌ସିଇଆରଟି କମିଟିର ପ୍ରସ୍ତାବ: ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ଭାରତ ଲେଖାଯାଉ

 ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ପାଇଁ ଏକ ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଉପରେ ଏକ ଅଧ୍ୟାୟକୁ ନେଇ ଖପା ହୋଇଛନ୍ତି ସୁପ୍ରିମ୍‌କୋର୍ଟ। ଗୁରୁବାର ଏହା ଉପରେ କେନ୍ଦ୍ର ସରକାର ଓ ଏନ୍‌ସିଇଆର୍‌ଟି (ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) ଠାରୁ ଜବାବ ମାଗିଛନ୍ତି।

ଆହୁରି ପଢ଼ନ୍ତୁ: Fire:ନାଇଟ୍‌ କ୍ଲବ୍‌ ମାଲିକଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

ଏନ୍‌ସିଇଆର୍‌ଟି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କୋର୍ଟ କହିଛନ୍ତି, ଆମେ ଏକ ଗଭୀର ଅନୁସନ୍ଧାନ ଚାହୁଛୁ। କିଏ ଦାୟୀ ତାହା ଆମକୁ ଖୋଜିବାକୁ ପଡିବ। ମୁଖ୍ୟମାନେ ବିଦା ହେବା ଆବଶ୍ୟକ! ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପୁସ୍ତକକୁ ଭାରତ ଓ ବିଦେଶରେ ନିଷିଦ୍ଧ କରିବା ସହ ସମସ୍ତ କପି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଏହି ପୁସ୍ତକକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଅନଲାଇନରେ ସେୟାର କରିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। ଏଥି ସହ କେନ୍ଦ୍ର ଓ ଏନ୍‌ସିଇଆର୍‌ଟି ଅଧ୍ୟକ୍ଷ ପ୍ରଫେସର ଦିନେଶ ପ୍ରସାଦ ସାକଲାନିଙ୍କୁ ନୋଟିସ୍ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe