ଭୁବନେଶ୍ବର: ଓଡ଼ିଶାରେ ଡବଲ ଇଂଜନ ସରକାର ଚାଲିଛି। ଆଗାମୀ ୫ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ କରାଯିବ ବୋଲି ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଆଧାରରେ କାମ କରାଯାଉଛି। ରାଜ୍ୟରେ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଉ ୧୦ କୋଟି ଟଙ୍କା କଲେ ଆମର ମିସନ ପୂରା ହେବ। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏହା କହିଛନ୍ତି।
ରେଳମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟରେ ବିକାଶ କାମ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିକାଶ ଉପରେ ନଜର ରଖିଛନ୍ତି। ଓଡ଼ିଶାରେ ରେଳ ଭିତ୍ତିଭୂମି ପାଇଁ ବଜେଟ୍-୨୦୨୬ରେ ୧୦,୯୨୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ୬ଟି ବନ୍ଦେ ଭାରତ ଏବଂ ୬ଟି ଅମୃତ ଭାରତ ଏକ୍ସପ୍ରେସ୍ ଚାଲିଛି।
ଅଧିକ ପଢ଼ନ୍ତୁ: Deverakonda Will Play Two Powerful Role: ବାସ୍ତବ ଜୀବନରୁ ଅନୁପ୍ରାଣିତ ଦୁଇଟି ଶକ୍ତିଶାଳୀ ଭୂମିକାରେ ବିଜୟ ଦେବରକୋଣ୍ଡା
ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ମାଲେସିଆ ତୁଳନାରେ ଅଧିକ ରେଳଳାଇନ ନିର୍ମାଣ ୧୧ ବର୍ଷ ମଧ୍ୟରେ ହୋଇପାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଆମକୁ ସହଯୋଗ କରୁଛନ୍ତି। ହାତୀ ମୃତ୍ୟୁ ନେଇ ରେଳ ବିଭାଗ ଅବଗତ ଅଛନ୍ତି। ଏହାକୁ ରୋକିବା ପାଇଁ ରାଜ୍ୟରେ ଅପ୍ଟିକାଲ ଫାଇଭର ଟେକ୍ନୋଲୋଜି ଉପରେ କାମ କରାଯାଉଛି। ଏହା ଦ୍ବାରା ଟ୍ରେନ୍ଲାଇନଜନିତ ହାତୀ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ। ରାଜ୍ୟର ୨୦୦ଟି ସ୍ଥାନରେ ଅଣ୍ଡରପାସ ନିର୍ମାଣ ହେବ। ବିଭିନ୍ନ ସ୍ଥାନରେ ଏଆଇ ଥରମାଲ କ୍ୟାମେରା ଖଞ୍ଜାଯିବ। ଆସନ୍ତା ୬ ମାସ ମଧ୍ୟରେ ଦେଶବ୍ୟାପି ଏହି କାମ ଆରମ୍ଭ ହୋଇଯିବ।
ଆହୁରି ପଢ଼ନ୍ତୁ: Subhadra Scheme: ମହିଳାଙ୍କ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି: ମୁଖ୍ୟମନ୍ତ୍ରୀ
ଭାରତ ସରକାର ପୂର୍ବୋଦୟର ବିକାଶ ପାଇଁ ଯୋଜନା କରୁଛନ୍ତି। ପୂର୍ବରୁ ପଶ୍ଚିମ ରେଳକରିଡ଼ର କରୁଛନ୍ତି। ପଶ୍ଚିମବଙ୍ଗରୁ ଆରମ୍ଭ ହେବାକୁ ଥିବା ଏହି କରିଡ଼ର ମହାରାଷ୍ଟ୍ରରେ ପହଞ୍ଚିବ। ଓଡ଼ିଶା ଦେଇ ଏହି କରିଡ଼ର ଆଗକୁ ବଢ଼ିବ। ଚଳିତ ରେଳ ବଜେଟରେ ବିହାରକୁ ୧୦,୩୭୦ କୋଟି ଓ ପଶ୍ଚିମବଙ୍ଗ ପାଇଁ ୧୪,୨୦୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି।
Follow Us