Unsafe capital: ଅସୁରକ୍ଷିତ ରାଜଧାନୀ: ଛାତ୍ରୀଙ୍କୁ ଅପହରଣ କରିନେଲେ

Advertisment

ଭରତପୁର ଥାନା ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟର ଅପହୃତ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣର ୫ଘଣ୍ଟା ପରେ ଅର୍ଥାତ୍‌ ରାତି ସାଢ଼େ ୯ଟା ବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଠାବ କରାଯାଇଛି।

ଭରତପୁର ଥାନା ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟର ଅପହୃତ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣର ୫ଘଣ୍ଟା ପରେ ଅର୍ଥାତ୍‌ ରାତି ସାଢ଼େ ୯ଟା ବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଠାବ କରାଯାଇଛି।

kidnapingddddxx

Photograph: (Getlegal India)

ଖଣ୍ଡଗିରି: ଭରତପୁର ଥାନା ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟର ଅପହୃତ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣର ୫ଘଣ୍ଟା ପରେ ଅର୍ଥାତ୍‌ ରାତି ସାଢ଼େ ୯ଟା ବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଠାବ କରାଯାଇଛି। ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଶିଶୁ ବିଭାଗ ଓ ପରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଭରତପୁର ଓ ଏୟାର୍‌ଫିଲ୍ଡ ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ରାତି ଗୋଟାଏ ପର୍ଯ୍ୟନ୍ତ ଛାତ୍ରୀ ଜଣକଙ୍କର ଚିକତ୍ସା ଚାଲିଥିବା ବେଳେ ପୁଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ସେଠାରେ ଡେରା ପକାଇଥିଲେ। ଅପରପକ୍ଷରେ, ଛାତ୍ରୀ ଜଣକ ଉଦ୍ଧାର ହେବା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ବିଳମ୍ବିତ ରାତିରେ ଚିକିତ୍ସା ପରେ ଛାତ୍ରୀଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି।

୫ ଘଣ୍ଟା ପରେ ଉଦ୍ଧାର
କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି

ଏୟାର୍‌ଫିଲ୍‌ଡ ଥାନା ଅଞ୍ଚଳରେ ରହୁଥିବା ଏହି ଛାତ୍ରୀ ଜଣକ ଆଜି ଅପରାହ୍ଣରେ ସ୍କୁଲ୍‌ ଛୁଟି ପରେ ସ୍କୁଲ୍‌ ବସ୍‌ ମିସ୍‌ କରିଦେଇଥିଲେ। ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ମାତ୍ର ଅଭିଭାବକ ସ୍କୁଲ୍‌ରେ ପହଞ୍ଚିବା ପରେ ଝିଅକୁ ପାଇନଥିଲେ। ଏନେଇ ପରିବାର ଲୋକେ ଭରତପୁର ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଥିଲା। ଛାତ୍ରୀଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା ପୁଲିସ।

Powerlifting Championship: ଖୋର୍ଦ୍ଧା ଦଳଗତ ବିଜେତା; ପ୍ରତିଷ୍ଠା, ସୋମେନ ଶ୍ରେଷ୍ଠ

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଛାତ୍ରୀ ଜଣକ ବସ୍‌ ମିସ୍‌ କରିିବା ପରେ ସ୍କୁଲ୍‌ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍‌ରେ ପହଞ୍ଚି ଛାତ୍ରୀଙ୍କ ମୁହଁରେ କିଛି ସ୍ପ୍ରେ କରି ଅପହରଣ କରି ନେଇଥିଲେ। ତେବେ ଛାତ୍ରୀଙ୍କ ନିଖୋଜ ନେଇ ପୁଲିସ ସକ୍ରିୟ ହୋଇ ଉଠିବାରୁ ଅଭିଯୁକ୍ତ ତାଙ୍କୁ ରାତି ପ୍ରାୟ ସାଢ଼େ ୯ଟା ସମୟରେ ଗାଡ଼ିରେ ଆଣି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ସ୍କୁଲ୍‌ ୟୁନିଫର୍ମ ପିନ୍ଧିଥିବା ଜଣେ ଛାତ୍ରୀଙ୍କୁ ଏକୁଟିଆ ବସିଥିବା ଦେଖି ହସ୍ପିଟାଲ୍‌ର ମହିଳା ସୁରକ୍ଷାକର୍ମୀ ତାଙ୍କୁ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିଥିଲେ। ଏହି ସମୟରେ ଛାତ୍ରୀଜଣକ ଶୌଚାଳୟ ଯିବା ପାଇଁ କହିଥିଲେ। ସୁରକ୍ଷା କର୍ମୀ ତାଙ୍କୁ ନେବାବେଳେ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ତେବେ ଛାତ୍ରୀଙ୍କୁ ନେଇ ଆସିଥିବା ଯୁବକ ଦ୍ବୟ ସେଠାରୁ ଚମ୍ପଟ ମାରିଥିଲେ। ଛାତ୍ରୀଜଣକ ଅତ୍ୟନ୍ତ ଭୟଭୀତ ଥିବାରୁ ବିଶେଷ କିଛି କହିପାରି ନଥିଲେ। ଏହାପରେ ପୁଲିସ ପହଞ୍ଚି ଛାତ୍ରୀଙ୍କ ପରିବାରକୁ ସୂଚନା ଦେଇଥିଲେ। ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିବା ପରେ ଛାତ୍ରୀଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe