ସରକାରୀ ମୁଦ୍ରଣାଳୟଗୁଡ଼ିକର ଅପଗ୍ରେଡେସନ କାର୍ଯ୍ୟ କରାଯାଇଛି: ବାଣିଜ୍ୟମନ୍ତ୍ରୀ

ରାଜ୍ୟରେ ମୋଟ ୮ଟି ସରକାରୀ ମୁଦ୍ରଣାଳୟ ରହିଛି। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ କଟକସ୍ଥିତ ମୁଖ୍ୟ ସରକାରୀ ମୁଦ୍ରଣାଳୟ ସହିତ ବିଭିନ୍ନ ଜିଲ୍ଲାରେ ୮ ଟି ଶାଖା ମୁଦ୍ରଣାଳୟ ଅଛି ...

ଅଦ୍ୟତନ ହୋଇଛି
Upgradation of Government Printing press undertaken: Minister of Commerce

Upgradation of Government Printing press undertaken: Minister of Commerce Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ମୋଟ ୮ଟି ସରକାରୀ ମୁଦ୍ରଣାଳୟ ରହିଛି। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ କଟକସ୍ଥିତ ମୁଖ୍ୟ ସରକାରୀ ମୁଦ୍ରଣାଳୟ ସହିତ ବିଭିନ୍ନ ଜିଲ୍ଲାରେ ୮ ଟି ଶାଖା ମୁଦ୍ରଣାଳୟ ଅଛି ବୋଲି  ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।

ରାଜ୍ୟରେ ସମୁଦାୟ କେତେଗୋଟି ସରକାରୀ ମୁଦ୍ରଣାଳୟ ଅଛି ତାର ଜିଲ୍ଲାୱାରି ତାଲିକା ପ୍ରଦାନ ସହ ସେଗୁଡିକୁ ବର୍ତ୍ତମାନ ନୂତନ ଭାବେ ଅପଗ୍ରେଡେସନ କରି ନୂତନ ଜ୍ଞାନ କୌଶଳରେ ଚଳାଇବା ନିମନ୍ତେ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଏ ପବିତ୍ର ଗୃହରେ ପ୍ରକାଶ କରିବେ କି ବୋଲି ବିଜେଡ଼ି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ଦ୍ବାରା ବିଧାନସଭାରେ  ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ବାଣିଜ୍ୟମନ୍ତ୍ରୀ ଏଭଳି ସୂଚନା ପ୍ରଦାନ କରିଛନ୍ତି।

ବାଣିଜ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଥିବା ୮ଟି ଶାଖା ମୁଦ୍ରଣାଳୟ ରହିଛି:

୧-ସଚିବାଳୟ ଶାଖା ମୁଦ୍ରଣାଳୟ, ଭୁବନେଶ୍ଵର, ଖୋର୍ଦ୍ଧା
୨-ରାଜଭବନ ମୁଦ୍ରଣାଳୟ, ଭୁବନେଶ୍ଵର, ଖୋର୍ଦ୍ଧା
୩-. ଶାଖା ସରକାରୀ ମୁଦ୍ରଣାଳୟ, ଖଣ୍ଡପଡ଼ା, ନୟାଗଡ଼
୪-ଶାଖା ସରକାରୀ ମୁଦ୍ରଣାଳୟ, ଛତ୍ପୁର, ଗଞ୍ଜାମ
୫-ଶାଖା ସରକାରୀ ମୁଦ୍ରଣାଳୟ, କେନ୍ଦୁଝର
୬- ଶାଖା ସରକାରୀ ମୁଦ୍ରଣାଳୟ, ବଲାଙ୍ଗୀର
୭-ଶାଖା ସରକାରୀ ମୁଦ୍ରଣାଳୟ, ଦେଓଗଡ଼
୮- ଶାଖା ସରକାରୀ ମୁଦ୍ରଣାଳୟ, ଭବାନୀପାଟଣା, କଳାହାଣ୍ଡି 

ଅଧିକ ପଢ଼ନ୍ତୁ: ସମ୍ଭଲରେ ଆଇନଜୀବୀ ବିଷ୍ଣ ଶଙ୍କର ଜୈନଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା

କଟକର ମୁଖ୍ୟ ସରକାରୀ ମୁଦ୍ରଣାଳୟ,ସଚିବାଳୟ ଶାଖା ମୁଦ୍ରଣାଳୟ, ରାଜଭବନ ମୁଦ୍ରଣାଳୟ ଏବଂ କେନ୍ଦୁଝର ଶାଖା ମୁଦ୍ରଣାଳୟଗୁଡ଼ିକର ଅପଗ୍ରେଡେସନ  କରାଯାଇ ନୂତନ ଜ୍ଞାନକୌଶଳରେ ଚଲାଇବା ନିମରେ ଆଧୁନିକ ମେସିନ ଅବସ୍ଥାପିତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଘରଚଟିଆ ଏବଂ ବାଇଚଢେଇଙ୍କର ସଂରକ୍ଷଣ ଓ ବଂଶ ବୃଦ୍ଧି ପାଇଁ ରାଜେଶଙ୍କ ଅଭିନବ ପ୍ରୟାସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe