ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ଅଧିକାରୀ ବିପିଏମ୍ ବିଭୁପ୍ରସାଦ କର ଓ ବିଏଏମ୍ ବି.ବସନ୍ତ କୁମାର ଏକ ପ୍ରକୋଷ୍ଠରେ ବସି ମଦ ପିଇବା ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ତେବେ ଭିଡିଓଟି ୬ ମାସର ପୁରୁଣା ବୋଲି ଜଣାପଡ଼ିଛି। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶାନ୍ତନୁ କୁମାର ପାଢ଼ୀ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କୌଣସି କର୍ମଚାରୀ ଖାତିର କରୁ ନଥିବା ସେ କହିଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଭିଡିଓ ୬ ମାସ ପୁରୁଣା, ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ: ସିଡିଏମ୍ଓ
ଅନ୍ୟପକ୍ଷରେ ତତ୍କାଳୀନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ଜୟକୁମାର ପଣ୍ଡା କହିଛନ୍ତି, ଉଭୟ ମଦ ପିଇବା ପରେ ମୁଁ ସେମାନଙ୍କୁ ତାଗିଦ କରିଥିଲି। କିନ୍ତୁ ଉଭୟ ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ଷଡ଼୍ଯନ୍ତ୍ର ରଚି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏଥିପାଇଁ ଆଶାକର୍ମୀଙ୍କୁ ଢାଲ କରିଥିଲେ। ଫଳରେ ଆଶାକର୍ମୀମାନେ ତାଙ୍କ ବଦଳି ଦାବି କରି ସରକାରୀ ବାସଭବନ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଏହାପରେ ତାଙ୍କର ବଦଳି ହୋଇଥିବା ଡା.ପଣ୍ଡା କହିଛନ୍ତି। ତେବେ ବିପିଏମ୍ ବିଭୁପ୍ରସାଦ କର କହିଛନ୍ତି, କାମ ସରିବା ପରେ କ୍ବାର୍ଟର୍ସରେ ବସି ମଦ୍ୟପାନ କରୁଥିଲୁ। କେହି ଆମକୁ ବଦନାମ କରିବା ଲାଗି ଭାଇରାଲ୍ କରିଛି।
ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍ ନିର୍ମାଣ କରିବ ‘ହାଲ୍’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/16/hfssfhbxvvxbxv-2026-02-16-01-15-02.jpg)