ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ନୂଆ ମୋଡ଼ ନେଇଛି। ଗିରଫ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଲିସ ଠୋସ୍ ପ୍ରମାଣ ପାଇଛି। ଜଣେ ମହିଳା ନେତ୍ରୀଙ୍କ ସହ ବିକ୍ରମଙ୍କ ଆପତ୍ତିଜନକ ଫଟୋକୁ ପୀତବାସ ରଖିଥିଲେ। ଏହାକୁ ନେଇ ବିକ୍ରମଙ୍କୁ ସେ ବ୍ଲାକ୍ମେଲ୍ କରୁଥିଲେ। ଏହି କାରଣରୁ ବିକ୍ରମ ନିଜ ସହଯୋଗୀଙ୍କୁ ଧରି ପୀତବାସଙ୍କୁ ରାସ୍ତାରୁ ହଟାଇ ଦେଇପାରିଥାନ୍ତି ବୋଲି ପୁଲିସ କୋର୍ଟକୁ ଜଣାଇଛି। ଗତ ଜାନୁଆରି ମାସରେ ପୁଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ରେ ଏପରି କିଛି ବୟାନ ରେକର୍ଡ ସହ ଏହି ଚାଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ କରିଛି।
Health: ପ୍ରସ୍ତାବିତ୍ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଉଠିଲା ଦାବି
‘ସମ୍ବାଦ’ ହାତରେ ଏସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। ଜଣେ ମହିଳା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ କପିକୁ ପୁଲିସ ଚାର୍ଜସିଟରେ ଗୁନ୍ଥିଛି। ମହିଳା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ସେ ବିଜେଡିର ଜଣେ ନେତ୍ରୀ ହୋଇଥିବାରୁ ଦଳୀୟ କାମରେ ବାରମ୍ବାର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଘରକୁ ଯିବାଆସିବା କରୁଥିଲେ। ୨୦୨୨ରେ ମହିଳା ଦିବସ ପାଳନ ପୂର୍ବରୁ ବିକ୍ରମ ତାଙ୍କୁ ଘରକୁ ଡକାଇଥିଲେ। ହେଲେ ସେ ପହଞ୍ଚିଲା ବେଳକୁ ବିକ୍ରମ ଅନ୍ୟ ଜଣେ ମହିଳା ନେତ୍ରୀଙ୍କ ସହ ଖଟରେ ଶୋଇବା ଅବସ୍ଥାରେ ଥାଇ ମଦ୍ୟପାନ କରୁଥିଲେ। ଏଭଳି ଅବସ୍ଥାରେ ତାଙ୍କୁ ଦେଖି ଦୁହେଁ ବିଚଳିତ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ବିକ୍ରମ ତାଙ୍କୁ ବ୍ରହ୍ମପୁର ଛାଡ଼ି ପଳାଇବାକୁ ଧମକ ଦେଇଥିବା ମହିଳା ପ୍ରତ୍ୟକ୍ଷଦର୍ଶୀ ପୁଲିସ ନିକଟରେ କହିଛନ୍ତି। ଖାଲି ସେତିକି ନୁହେଁ ତାଙ୍କ ଉପରେ ରାଗ ରଖି ସେ ଚଳାଉଥିବା ଏକ ଶିକ୍ଷାନୁଷ୍ଠାନକୁ ବିଭିନ୍ନ ଲୋକଙ୍କ ଦ୍ବାରା ହଇରାଣ କରି ବନ୍ଦ କରି ଦେଇଥିଲେ ବୋଲି ସେ କହିଛନ୍ତି।
ପୁଲିସ ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ତଥ୍ୟ
ନିଜ ଘରେ ଦଳର ଜଣେ ନେତ୍ରୀଙ୍କ ସହ ଥିଲେ
ପୀତବାସଙ୍କୁ କିଏ ଦେଇଥିଲା ଫଟୋ?
ବିକ୍ରମଙ୍କୁ କରୁଥିଲେ ବ୍ଲାକମେଲ୍!
ଅନ୍ୟପଟେ ବିକ୍ରମ ଓ ମହିଳା ନେତ୍ରୀଙ୍କ ଆପତ୍ତିଜନକ ଫଟୋ ପୀତବାସ କେମିତି ପାଇଲେ ଏବେ ବଡ଼ ପ୍ରଶ୍ନ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘର ଭିତରେ କେବଳ ବିକ୍ରମ ଓ ମହିଳା ନେତ୍ରୀ ଥିଲେ। ତା’ହେଲେ ଫଟୋ କିଏ ଉଠାଇଲା ଓ ପୀତବାସଙ୍କୁ କିଏ ଦେଲା? ବିକ୍ରମଙ୍କର କେହି ଖାସ୍ ସହଯୋଗୀ ପୀତବାସଙ୍କ ସହ ହାତ ମିଳାଇ ଏପରି କରି ନ ଥିଲେ ତ? ପୁଲିସ ଚାର୍ଜସିଟ୍ରେ ମୃତ ପୀତବାସଙ୍କ ପତ୍ନୀ ସୁସ୍ମିତା ପଣ୍ଡାଙ୍କ ବୟାନ ବି ଯୋଡ଼ିଛି। ଯେଉଁଥିରେ ପୀତବାସଙ୍କ ପଇତାରେ ଲାଗିଥିବା ଆଲମିରା ସିକ୍ରେଟ୍ ଚାମ୍ବରର ଚାବି ଆଣି ଚାମ୍ବର ଖୋଲାଯାଇଥିଲା। ତା’ ଭିତରୁ ଏକ ଲଫାଫାରେ ୪ଟି ବିକ୍ରମ ଓ ମହିଳାଙ୍କ ଆପତ୍ତିଜନକ ରଙ୍ଗିନ ଫଟୋ ଓ ଏକ ପେନ୍ ଡ୍ରାଇଭ୍ରେ ଏହାର ସଫ୍ଟ କପି ଥିଲା। ଯାହାକୁ ପୁଲିସ ସୁସ୍ମିତା ଓ ପରିବାର ଲୋକଙ୍କ ଉପସ୍ଥିତିରେ ଅକ୍ଟୋବର ୨୫ ତାରିଖରେ ଜବତ କରିନେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିକ୍ରମଙ୍କ ସମେତ ଅନ୍ୟମାନଙ୍କୁ ଗିରଫ ପରେ ପୁଲିସ ସାମ୍ବାଦିକ ସମ୍ମିଳନୀ କରିଥିଲା।
Industry: ଶିଳ୍ପ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶାର ଅଧିକ ଜିଲ୍ଲାକୁ ସାମିଲ ଦାବି
ବ୍ୟାବସାୟିକ ଓ ରାଜନୈତିକ ଶତ୍ରୁତାରୁ ଏପରି ହୋଇଥିବା ପୁଲିସ ଦାବି କରିଥିଲା। ହେଲେ ଅକ୍ଟୋବର ୬ ତାରିଖ ରାତିରେ ଶବ ବ୍ୟବଚ୍ଛେଦ ସମୟରେ ପୁଲିସ ପାଇଥିବା ଚାବିକୁ କାହିଁକି ୧୯ ଦିନ କାଳ ନିଜ ପାଖରେ ରଖାଯାଇଥିଲା? ଅକ୍ଟୋବର ୨୨ ତାରିଖରେ ଅଭିଯୁକ୍ତମାନଙ୍କ ଗିରଫର ୩ ଦିନ ପରେ ପୀତବାସଙ୍କ ଘରକୁ ଯାଇ ଉକ୍ତ ଚାବିରେ ସିକ୍ରେଟ୍ ଚାମ୍ବର ଖୋଜିବା ଯଥାର୍ଥ ଥିଲା କି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/13/pitabasa-2026-02-13-01-55-07.jpg)