ମନରେଗାରେ ବଢ଼ିଲା ୨୧ଟଙ୍କା ମଜୁରୀ: କୋରାପୁଟର ୩ଲକ୍ଷ ଜବ୍‌କାର୍ଡଧାରୀ ଉପକୃତ ହେବେ

Advertisment

କେନ୍ଦ୍ର ସରକାର ମନରେଗାରେ ମଜୁରୀ ବଢ଼ାଇଛନ୍ତି। ଏଣିକି ୨୫୨ଟଙ୍କା ବଦଳରେ ୨୭୩ଟଙ୍କା ଦୈନିକ ମଜୁରୀ ପାଇବେ ଜବ୍‌କାର୍ଡଧାରୀ। ଏହି କ୍ରମରେ ୨୧ଟଙ୍କା ମଜୁରୀ ବଢ଼ିଛି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଞ୍ଚାୟତର ୩ଲକ୍ଷ ଜବ୍‌କାର୍ଡଧାରୀ ଏହି ଲାଭ ପାଇବେ...

କେନ୍ଦ୍ର ସରକାର ମନରେଗାରେ ମଜୁରୀ ବଢ଼ାଇଛନ୍ତି। ଏଣିକି ୨୫୨ଟଙ୍କା ବଦଳରେ ୨୭୩ଟଙ୍କା ଦୈନିକ ମଜୁରୀ ପାଇବେ ଜବ୍‌କାର୍ଡଧାରୀ। ଏହି କ୍ରମରେ ୨୧ଟଙ୍କା ମଜୁରୀ ବଢ଼ିଛି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଞ୍ଚାୟତର ୩ଲକ୍ଷ ଜବ୍‌କାର୍ଡଧାରୀ ଏହି ଲାଭ ପାଇବେ...

Wages increased by Rs 21 in MGNREGA: 3 lakh job card holders of Koraput will benefit

Wages increased by Rs 21 in MGNREGA: 3 lakh job card holders of Koraput will benefit Photograph: (sambad.in)

କୋରାପୁଟ: କେନ୍ଦ୍ର ସରକାର ମନରେଗାରେ ମଜୁରୀ ବଢ଼ାଇଛନ୍ତି। ଏଣିକି ୨୫୨ଟଙ୍କା ବଦଳରେ ୨୭୩ଟଙ୍କା ଦୈନିକ ମଜୁରୀ ପାଇବେ ଜବ୍‌କାର୍ଡଧାରୀ। ଏହି କ୍ରମରେ ୨୧ଟଙ୍କା ମଜୁରୀ ବଢ଼ିଛି।

କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଞ୍ଚାୟତର ୩ଲକ୍ଷ ଜବ୍‌କାର୍ଡଧାରୀ ଏହି ଲାଭ ପାଇବେ। ୨୦୨୫-୨୬ ଆର୍ଥିକ ବର୍ଷରେ ଜିଲ୍ଲାରେ ମନରେଗାରେ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା।

୧୪ଟି ବ୍ଳକର ୨୪୦ଟି ପଞ୍ଚାୟତର ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ନିୟୋଜିତ କରାଯାଇ ୯୩ ଲକ୍ଷ ୩୪ ହଜାର ୩୦୦ ଶ୍ରମଦିବସ ସୃଷ୍ଟି କରାଯିବ । ଜିଲ୍ଲାର ୨୪୦ ପଞ୍ଚାୟତରେ ୧ ଲକ୍ଷ ୬୩ ହଜାର ୮୧୦ ପରିବାରକୁ କାମ ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ପରିବାରକୁ ହାରାହାରି ୫୭ ଦିନ କାମ ଯୋଗାଇ ଦିଆଯିବ। 

ଜିଲ୍ଲାରେ ବୋରିଗୁମ୍ମା ବ୍ଳକରେ ସର୍ବାଧିକ ୪୩୮୬୭ଜଣ ଜବ୍‌କାର୍ଡଧାରୀଙ୍କୁ  ୧୨ ଲକ୍ଷ ୯୮ ହଜାର ୮୫୨ ଶ୍ରମଦିବସ ପାଇଁ ୬୨ କୋଟି ୬୪ ଲକ୍ଷ ଟଙ୍କା ଦିଆଯିବ।  ସବୁଠୁ କମ ନାରାୟଣ ପାଟଣା ବ୍ଲକରେ ୧୩୧୧୭ଜଣ ଜବ୍‌କାର୍ଡଧାରୀଙ୍କ ପାଇଁ  ୪ ଲକ୍ଷ ୩ ହଜାର ୩୦୮ ଶ୍ରମଦିବସ ପାଇଁ ୧୯ କୋଟି ୪୫ ଲକ୍ଷ ବ୍ୟୟ କରାଯାଇ ଶ୍ରମିକଙ୍କୁ ଲାଭାନ୍ବିତ କରାଯିବ। 

ସେହିପରି ବନ୍ଧୁଗାଁରେ ୧୭୪୨୧ ଜବ୍‌କାର୍ଡଧାରୀଙ୍କୁ  ୬ ଲକ୍ଷ ୨ ହଜାର ୭୩୬ ଶ୍ରମଦିବସ ପାଇଁ ୨୯ କୋଟି ୭ଲକ୍ଷ , ବୈପାରିଗୁଡା ୨୬୮୬୪ ଜବ୍‌କାର୍ଡଧାରୀଙ୍କୁ ୭ ଲକ୍ଷ ୩୮ ହଜାର ୧୯୨ ଶ୍ରମଦିବସ  ପାଇଁ ୩୫ କୋଟି ୬୦ ଲକ୍ଷ, ଦଶମନ୍ତପୁର ୨୦୬୧୨ ଜବ୍‌କାର୍ଡଧାରୀଙ୍କ ପାଇଁ  ୮ ଲକ୍ଷ ୯୦ ହଜାର ୨୩୮ ଶ୍ରମଦିବସ ପାଇଁ ୪୨ କୋଟି ୯୩ ଲକ୍ଷ, ଜୟପୁର ୨୧୪୫୪ ଜବ୍‌କାର୍ଡଧାରୀଙ୍କୁ  ୬ ଲକ୍ଷ ୧୮ ହଜାର ୭୫୦ ଶ୍ରମଦିବସ ପାଇଁ  ୨୯ କୋଟି ୮୪ ଲକ୍ଷ,  କୋରାପୁଟ ୧୩୮୪୬ ଜବ୍‌କାର୍ଡଧାରୀଙ୍କ ପାଇଁ  ୫ ଲକ୍ଷ ୩୮ ହଜାର ୮୦ ଶ୍ରମଦିବସ ପାଇଁ ୨୫ କୋଟି ୯୫ ଲକ୍ଷ,କୋଟପାଡ ୨୧୭୨୮ ଜବ୍‌କାର୍ଡଧାରୀଙ୍କୁ ୬ ଲକ୍ଷ ୬ ହଜାର ୫୨୮ ଶ୍ରମଦିବସ ପାଇଁ ୨୯ କୋଟି ୨୫ ଲକ୍ଷ,କୁନ୍ଦୁରା ୧୭୩୮୧ ଜବ୍‌କାର୍ଡଧାରୀଙ୍କ ୪ ଲକ୍ଷ ୯୪ ହଜାର ୧୦ ଶ୍ରମଦିବସ ପାଇଁ ୨୩ କୋଟି ୮୨ ଲକ୍ଷ , ଲମତାପୁଟ ୯୫୯୭ ଜବ୍‌କାର୍ଡଧାରୀଙ୍କ ପାଇଁ ଏହା ମିଳିବ।

ଅଧିକ ପଢ଼ନ୍ତୁ: ପଞ୍ଜାବ କିଙ୍ଗସକୁ ଝଟକା: ଆଘାତ ଜନିତ କାରଣରୁ ଲକି ଫର୍ଗୁସନ ଆଇପିଏଲରୁ ବାହାର

ସେହିପରି ୬ ଲକ୍ଷ ୧୯ ହଜାର ୬୨୦ ଶ୍ରମଦିବସ ପାଇଁ ୨୯ କୋଟି ୮୮ ଲକ୍ଷ  , ଲକ୍ଷ୍ମୀପୁର ୧୮୫୫୫ ଜବକାର୍ଡଧାରୀ ୬ ଲକ୍ଷ ୯୨ ହଜାର ୮୯୦୩୩ ଶ୍ରମଦିବସ ପାଇଁ ୩୩ କୋଟି ୪୧ ଲକ୍ଷ, ନନ୍ଦପୁର ୨୬୦୩୬ ଜବ୍‌କାର୍ଡଧାରୀଙ୍କ ପାଇଁ ୭ଲକ୍ଷ ୩ ହଜାର ୫୫୧ ଶ୍ରମଦିବସ ପାଇଁ ୩୩ କୋଟି ୯୩ ଲକ୍ଷ, ନାରାୟଣପାଟଣା ୧୩୧୧୭ ଜବ୍‌କାର୍ଡଧାରୀଙ୍କ ପାଇଁ ୪ ଲକ୍ଷ ୩ ହଜାର ୩୦୮ ୧୯ କୋଟି ୪୫ ଲକ୍ଷ, ପଟ୍ଟାଙ୍ଗୀ ୨୦୭୫୩ ଜବ୍‌କାର୍ଡଧାରୀ ୬ ଲକ୍ଷ ୭ ହଜାର ୪୨୦ ଶ୍ରମଦିବସ ୨୯ କୋଟି ୨୯ ଲକ୍ଷ ଏବଂ ସେମିଳିଗୁଡା ୧୮୬୭୮ ଜବ୍‌କାର୍ଡଧାରୀଙ୍କୁ ୫ ଲକ୍ଷ ୨୦ ହଜାର ୧୨୫ ଶ୍ରମଦିବସ ପାଇଁ ୨୫ କୋଟି ୮ ଲକ୍ଷ ଟଙ୍କା ମଜୁରୀ ଦିଆଯିବାକୁ ଲକ୍ଷ୍ୟ ରହିଛି। 

ଅଧିକ ପଢ଼ନ୍ତୁ: ବିପଦ ସଙ୍କୁଳ ଅବସ୍ଥାରେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ: ୩ ମାସ ମଧ୍ୟରେ ୧୫ରୁ ଅଧିକ ଦୂର୍ଘଟଣାରେ ୮ ମୃତ ଓ ୨୦ ରୁ ଅଧିକ ଆହତ

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe