Water Purified: ବିଶୁଦ୍ଧ ହେବ ଜଳାଶୟ: ଏନ୍‌ଆଇଟିର ମହିଳା ବୈଜ୍ଞାନିକଙ୍କ ନୂଆ ଆବସ୍କାର

Advertisment

ଏବେ ବିଭିନ୍ନ ସହରରେ ଧୋବି ଘାଟ୍‌ ରହିଛି। ତେବେ ଜଳ ସଙ୍କଟ ଓ ଶୁଖିଲା ବୋର୍‌ୱେଲ ଯୋଗୁଁ ପାଣି ଉତ୍ସ ସୀମିତ ରହିଥିବାରୁ ଧୋବି ଘାଟରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏହାସହ ଧୋବିଘାଟରୁ ନିର୍ଗତ ଡିଟର୍‌ଜେଣ୍ଟ୍‌, ରଙ୍ଗ....

ଏବେ ବିଭିନ୍ନ ସହରରେ ଧୋବି ଘାଟ୍‌ ରହିଛି। ତେବେ ଜଳ ସଙ୍କଟ ଓ ଶୁଖିଲା ବୋର୍‌ୱେଲ ଯୋଗୁଁ ପାଣି ଉତ୍ସ ସୀମିତ ରହିଥିବାରୁ ଧୋବି ଘାଟରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏହାସହ ଧୋବିଘାଟରୁ ନିର୍ଗତ ଡିଟର୍‌ଜେଣ୍ଟ୍‌, ରଙ୍ଗ....

fhfshfxvbbvv

ରାଉରକେଲା: ଏବେ ବିଭିନ୍ନ ସହରରେ ଧୋବି ଘାଟ୍‌ ରହିଛି। ତେବେ ଜଳ ସଙ୍କଟ ଓ ଶୁଖିଲା ବୋର୍‌ୱେଲ ଯୋଗୁଁ ପାଣି ଉତ୍ସ ସୀମିତ ରହିଥିବାରୁ ଧୋବି ଘାଟରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏହାସହ ଧୋବିଘାଟରୁ ନିର୍ଗତ ଡିଟର୍‌ଜେଣ୍ଟ୍‌, ରଙ୍ଗ, ମାଇକ୍ରୋଫାଇବର୍‌ ମିଶ୍ରିତ ବର୍ଜ୍ୟଜଳ ନଦୀ ତଥା ଆର୍ଦ୍ରଭୂମିକୁ ପ୍ରଦୂଷିତ କରୁଛି। ଯଦ୍ବାରା ଜଳାଭାବ ବୃଦ୍ଧି ପାଇବାସହ ଜଳୀୟ ଇକୋସିଷ୍ଟମ୍‌କୁ କ୍ଷତି ପହଞ୍ଚାଉଛି। ଏହି ସମସ୍ୟାର ସମାଧାନ ଖୋଜି ବାହାର କରିଛନ୍ତି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ମହିଳା ବୈଜ୍ଞାନିକ ଦଳ। ଧୋବିଘାଟକୁ ପୁନର୍ଜୀବିତ କରିବା ତଥା ସହରାଞ୍ଚଳ ଜଳାଶୟଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପ୍ରକୃତି-ଆଧାରିତ ବର୍ଜ୍ୟଜଳ ନବସୃଜନ ବିକଶିତ କରିଛନ୍ତି। ଏହି ପ୍ରଣାଳୀ ଅସୀମିତ ବର୍ଜ୍ୟଜଳକୁ ବିଶୋଧନ କରିପାରିବ। ଏହାସହ ବିଶୋଧିତ ବର୍ଜ୍ୟଜଳକୁ ଧୋବାମାନଙ୍କ ଦ୍ୱାରା ପୁନଃବ୍ୟବହାର କରାଯାଇପାରିବ; ଯଦ୍ବାରା ଅତ୍ୟଧିକ ଜଳ ଉତ୍ସ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ ପାଇବ।

ଅନୁଷ୍ଠାନର ବାୟୋଟେକ୍ନୋଲୋଜି ଓ ମେଡିକାଲ ଇଞ୍ଜିନିଅରିଂ ବିଭାଗର ଆସୋସିଏଟ୍‌ ପ୍ରଫେସର କସ୍ତୁରୀ ଦତ୍ତଙ୍କ ନେତୃତ୍ବରେ ପିଏଚ୍‌ଡି ଛାତ୍ରୀ ଦିବ୍ୟାନୀ କୁମାରୀ ଓ ଏମ୍‌.ଟେକ୍‌ ଛାତ୍ରୀ କାର୍ତ୍ତିକା ଶନମୁଗମଙ୍କୁ ନେଇ ଗଠିତ ଗବେଷକ ଦଳ ଧୋବିଘାଟରୁ ନିର୍ଗତ ବର୍ଜ୍ୟଜଳକୁ ପରିଚାଳନା କରିବାକୁ ‘କନ୍‌ଷ୍ଟ୍ରକ୍ଟେଡ୍‌ ୱେଟ୍‌ଲ୍ୟାଣ୍ଡ୍‌-ମାଇକ୍ରୋବାଏଲ୍‌ ଫୁଏଲ ସେଲ୍‌ ବ୍ୟବସ୍ଥା(ସିଡବ୍ଲ୍ୟୁ-ଏମ୍‌ଏଫ୍‌ସି) ବିକଶିତ କରିଛନ୍ତି। ଏହି ବ୍ୟବସ୍ଥା ଆର୍ଦ୍ରଭୂମି ପ୍ଲାଣ୍ଟ୍‌, ଫିଲ୍ଟ୍ରେସନ୍‌ସ୍ତର ଓ ବିଦ୍ୟୁତ୍ ଉତ୍ପାଦନକାରୀ ଅଣୁଜୀବମାନଙ୍କୁ ମିଶ୍ରଣକରି ଏକ କମ୍‌ ମୂଲ୍ୟର, ରସାୟନିକମୁକ୍ତ ତଥାା ଶକ୍ତି-ସ୍ୱାଧୀନ ବର୍ଜ୍ୟଜଳ ପରିଚାଳନା ସମାଧାନ ସୃଷ୍ଟି କରିବ। ଏକ ପାଇଲଟ୍ ପ୍ରୋଜେକ୍ଟ୍‌ଭାବେ ଗବେଷଣା ଦଳ ଅନୁଷ୍ଠାନ ପରିସରରେ ଥିବା ଧୋବିଘାଟରେ ବିକଶିତ ସିଷ୍ଟମ୍‌କୁ ପରୀକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ଏନ୍‌ଆଇଟି ଗବେଷକଙ୍କ ନୂଆ ଆବିଷ୍କାର: ସଡ଼କ ଦୁର୍ଘଟଣା ରୋକିବ ଏଆଇ ମଡେଲ୍‌

୧୪ ଶହ ଲିଟର ବର୍ଜ୍ୟଜଳ ନିଷ୍କାସିତ

ଏହି ଧୋବିଘାଟରେ ପ୍ରତିଦିନ ପାଖାପାଖି ୧୪ ଶହ ଲିଟର ବର୍ଜ୍ୟଜଳ ନିଷ୍କାସିତ ହେଉଛି। ଏହି ବିକଶିତ ବ୍ୟବସ୍ଥା ସଫଳତାର ସହିତ ପୃଷ୍ଠସଂକ୍ରିୟକ ରସାୟନିକ ଅମ୍ଳଜାନ ଚାହିଦା (ସିଓଡି)କୁ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ନିର୍ଦ୍ଦିଷ୍ଟ ଅନୁମୋଦିତ ସୀମା ୧ ପିପିଏମ୍‌ ସ୍ତରକୁ ଅପସାରିତ କରିଥିଲା। କେମିତି କାମ କରେ ବିକଶିତ ବ୍ୟବସ୍ଥା ଏଥିରେ ଦୁଇଟି ନଳାକାର ନିର୍ମିତ ଆର୍ଦ୍ରଭୂମି ୟୁନିଟ୍ ରହିଛି, ଯାହା ଏକ ମାଇକ୍ରୋବାଏଲ ଫୁଏଲ୍‌ ସେଲ୍‌ ସହ ସମନ୍ବିତ। ପ୍ରତ୍ୟେକ ୟୁନିଟ୍ ଭିନ୍ନ ଆକାରର ପଥରସ୍ତର ସହିତ ପରିପୂର୍ଣ୍ଣ ହୋଇଥାଏ ଏବଂ ତା’ପରେ ବାଲି, ମାଟି ଭର୍ତ୍ତି କରାଯାଇଥାଏ। ଆନୋଡ୍ ଭାବେ କାର୍ଯ୍ୟ କରିବା ପାଇଁ ତଳ ଭାଗରେ ଗ୍ରାଫାଇଟ୍ ଖଣ୍ଡର ଏକ ସ୍ତର ରଖାଯାଏ ଓ ଉପରେଥିବା ଗ୍ରାଫାଇଟ୍‌ର ଏକ ସ୍ତର କ୍ୟାଥୋଡ୍ ଭାବେ କାର୍ଯ୍ୟ କରେ। ଉଭୟ ୟୁନିଟ୍ ସ୍ଥାନୀୟ ଭାବେ ଉପଲବ୍ଧ ଆର୍ଦ୍ରଭୂମି ପ୍ରଜାତି ଉଦ୍ଭିଦ ‘କାନା ଏସ୍‌ପିପି’ ସହ ରୋପଣ କରାଯାଏ। ଧୋବି ଘାଟରୁ ବର୍ଜ୍ୟଜଳ ସଂଗ୍ରହ ବିକଶିତ ସିଷ୍ଟମ୍‌ ସହ ସଂଯୁକ୍ତ ଏକ ଓଭରହେଡ୍ ଟ୍ୟାଙ୍କ୍‌କୁ ପମ୍ପ୍‌ କରାଯାଏ। ପରେ ବର୍ଜ୍ୟଜଳ ପ୍ରକ୍ରିୟାକରଣ ଓ ବିଶୋଧନ କରାଯାଉଥିବାରୁ ଏକ ଗନ୍ଧହୀନ ଓ ରଙ୍ଗହୀନ ପାଣି ସୃଷ୍ଟି ହୁଏ; ଯାହାକୁ ଧୋଇବା ପାଇଁ ପୁନଃବ୍ୟବହାର ସମ୍ଭବ।

ଆହୁରି ପଢ଼ନ୍ତୁ: Rourkela: ରାଉରକେଲାରେ ଖାଇବାକୁ ପାଉନାହାନ୍ତି, ୪୦ ୱାର୍ଡରେ ଅଛନ୍ତି ୨୦ ହଜାର

ପ୍ରକୃତି ଦ୍ୱାରା ଅନୁପ୍ରାଣିତ

ଏନେଇ ପ୍ରଫେସର କସ୍ତୁରୀ ଦତ୍ତ କହିଛନ୍ତି, ଏହି ବିକଶିତ ବର୍ଜ୍ୟଜଳ ପ୍ରକ୍ରିୟାକରଣ ବ୍ୟବସ୍ଥାରେ ବର୍ଜ୍ୟଜଳକୁ ବିଶୋଧିତ କରିବା ପାଇଁ ପଥର, ବାଲି, ମାଟି, ଉଦ୍ଭିଦ ଓ ଜୀବାଣୁ ଭଳି ପ୍ରାକୃତିକ ଜିନିଷ ବ୍ୟବହାର କରାଯାଇଥିଲା। ଏହି ବ୍ୟବସ୍ଥା ପ୍ରକୃତି ଦ୍ୱାରା ଅନୁପ୍ରାଣିତ। ପ୍ରାକୃତିକ ବିଶୋଧନ ପ୍ରକ୍ରିୟାଗୁଡ଼ିକୁ ଉପଯୋଗ କରି ତଥା ପ୍ରକ୍ରିୟାକରଣ ସମୟରେ ଜୈବବିଦ୍ୟୁତ୍ ଉତ୍ପାଦନ କରି, ବିକଶିତ ବ୍ୟବସ୍ଥା ବିକେନ୍ଦ୍ରୀକୃତ ବର୍ଜ୍ୟଜଳ ପରିଚାଳନା ପାଇଁ ନୂତନ ପଥ ଖୋଲିଥାଏ। ଏହାର କମ୍‌ ପରିଚାଳନାଗତ ଖର୍ଚ୍ଚ ଓ ସର୍ବନିମ୍ନ ରକ୍ଷଣାବେକ୍ଷଣ ସହରାଞ୍ଚଳ ବସ୍ତି, ଜନବସତି ତଥା ଗ୍ରାମାଞ୍ଚଳ ପାଇଁ ବେଶ୍‌ ଉପଯୋଗୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe