ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି ଆସୁଛନ୍ତି ଏବଂ ଆମେ ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ।

07d70596-3c37-402d-8fc9-375edf990b82

ଭୁବନେଶ୍ବର: ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼କୁ ସାମିଲ କରାଯିବାକୁ ପ୍ରସଙ୍ଗ କରି ବିରୋଧୀ ଦଳର ବିଧାୟକଙ୍କ ଦ୍ବାରା ଦିଆଯାଇଥିବା ବୟାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବାବ ରଖିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ଲେଖିଛନ୍ତି, ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି ଆସୁଛନ୍ତି ଏବଂ ଆମେ ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ। ତେଣୁ ସୁନ୍ଦରଗଡ଼ବାସୀଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ପଦକ୍ଷେପ ସରକାର ନେବେ ନାହିଁ। ସୁନ୍ଦରଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

ଏହି ଖବର ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବିରୋଧ

ଶୀତ ଅଧିବେଶନର ଦ୍ୱିତୀୟ ଦିନ ଗୁରୁବାର ଗୃହରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ। ସେ କହିଛନ୍ତି, ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ଭାଗଭାଗ କରିବାକୁ ଚାହୁଁଛନ୍ତି। ଆମ ସଂସ୍କୃତି ପଶ୍ଚିମ ଓଡ଼ିଶା ସହ ଖାପ ଖାଉଛି ଉତ୍ତର ଓଡ଼ିଶା ସହିତ ନୁହଁ। ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ଯେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ମିଶାଇବା କୌଣସି ନିଷ୍ପତ୍ତି ହୋଇନି। 

ଏହି ଖବର ପଢ଼ନ୍ତୁ: ବାଇକ୍‌-ଫ୍ରିଜ୍‌ ଥିଲେ ବି ଘର ମିଳିବ 

ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ସୁନ୍ଦରଗଡ଼ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପୋଷ୍ଟକ୍ତି ଦାବି କରିଛନ୍ତି। ସେ କହିଥିଲେ, “ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବା ପାଇଁ ଘୋଷଣା କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ମିଶେଇବେ ଯାହାଦ୍ୱାରା ଜିଲ୍ଲାର ଦ୍ରୁତ ବିକାଶ ହେବ। ଏଥିରୁ ସ୍ପଷ୍ଟ ମୁଖ୍ୟମନ୍ତ୍ରୀ ପରୋକ୍ଷରେ କହୁଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ କାମ ହେଉନାହିଁ। ମୁଖ୍ୟମନ୍ତ୍ରୀ କଥାରୁ ଜଣାପଡୁଛି ଆଞ୍ଚଳିକ ବୈଶମ୍ୟବାଦ ଅଛି। ଏପଟେ ସୁନ୍ଦରଗଡ଼ ବିଧାୟକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। 

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ

ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ରୁ ସୁଭଦ୍ର ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ରିଲିଜ କରିଥିଲେ। ଏହି ଅବସରରେ ସେ ଏକ ନାଗରିକ ସମ୍ମାନ କାର୍ଯ୍ୟକ୍ରମରେ ଯେଗ ଦେଇଥିଲେ। ସେ କହିଥିଲେ, ଓଡ଼ିଶା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ହେବ। ଆଉ ୨ରୁ ୩ ମାସ ମଧ୍ଯରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ହେବ। ଏଥିପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇ କାମ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଂସ୍କୃତି ଭବନରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି।.ଏଥିପାଇଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ ପଶ୍ଚିମ ଓଡିଶାରେ ଏବେ ଅଛି। ଆଗକୁ ଏହା ଉତ୍ତର ଓଡିଶାରେ ସାମିଲ ହେବ।

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦିନକ ପୂର୍ବରୁ ଆତଙ୍କବାଦୀ ଧମକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe