We suspect that the Deputy Prime Minister is protecting the criminals: the big complaint of Akshayashree Photograph: (sambad.in)
ଭୁବନେଶ୍ବର: ବଳଙ୍ଗାରେ ଦୁଷ୍କର୍ମକାରୀଙ୍କ ଦ୍ୱାରା ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଛି । ଏନେଇ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିଜ ନିର୍ବାଚନମଣ୍ଡଳୀ ନିମାପଡ଼ା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ଝିଅକୁ ତିନି ଜଣ ଦୁବୃର୍ତ୍ତ ପୋଡ଼ି ଦେଇଥିଲେ।
ଲେଖାଶ୍ରୀ କହିଛନ୍ତି, ପ୍ରଭାତୀ ପରିଡ଼ା ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଛନ୍ତି। ତାଙ୍କ ଅଞ୍ଚଳରେ ହୋଇଥିବା ଏଭଳି ନିନ୍ଦନୀୟ କାର୍ଯ୍ୟ ପାଇଁ ଆମେ ସମସ୍ତେ ତାଙ୍କର ଇସ୍ତଫା ଦାବି କରୁଛୁ।
ଅଧିକ ପଢ଼ନ୍ତୁ: ଘଣ୍ଟାଏ ମଧ୍ୟରେ ରୁଷିଆରେ ୫ ଥର ଭୂକମ୍ପ: ସୁନାମି ସତର୍କତା ଜାରି
ଆମେ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଦାବି କରୁଛୁ। ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବା ଉଚିତ୍। କାରଣ ବିଜେପି ସରକାର ଓଡିଆ ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।
ସୂଚନାଯୋଗ୍ୟ, ବିଜେଡିକର୍ମୀମାନେ ବଳଙ୍ଗା ଥାନା ଘେରାଉ କରି ଶୀଘ୍ର ଅପରାଧୀଙ୍କୁ ଗିରଫ କରିବା ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ବାଲେଶ୍ବରରେ ଘଟଣାସ୍ଥଳ ବୁଲି ଦେଖିବା ପରେ ପ୍ରତିକ୍ରିୟା ରଖିଲେ କ୍ରାଇମ୍ବ୍ରାଞ୍ଚ ଡିଜି
Follow Us