ବଦଳିବ ପାଣିପାଗ,ତାତିରୁ ମିଳିବ ତ୍ରାହି,ଗରମରେ ବ୍ରେକ୍ ଲଗାଇବ କାଳବୈଶାଖୀ

ଦୁଇ ଦିନ ପରେ ପାଣିପାଗର ମିଜାଜ୍ ବଦଳିବ। କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ । ସାରା ଓଡିଶା ବର୍ଷାରେ ଭିଜିବ। ମାର୍ଚ୍ଚ ୨୦ ରୁ ୨୨ କାଳବୈଶାଖୀର ପ୍ରଭାବରେ ବର୍ଷା ଜାରି ରହିବ। ଗୋଟେ ସପ୍ତାହରୁ ଅଧିକ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ତାପମାତ୍ରା ଅଣାୟତ୍ତ ହେଉଛି...

Weather will change We will get a break from the heat, Kalbaisakhi will put a break in the heat

Weather will change We will get a break from the heat, Kalbaisakhi will put a break in the heat Photograph: (sambad.in)

ଭୁବନେଶ୍ବର: ଦୁଇ ଦିନ ପରେ ପାଣିପାଗର ମିଜାଜ୍ ବଦଳିବ। କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ । ସାରା ଓଡ଼ିଶା ବର୍ଷାରେ ଭିଜିବ। ମାର୍ଚ୍ଚ ୨୦ ରୁ ୨୨ କାଳବୈଶାଖୀର ପ୍ରଭାବରେ ବର୍ଷା ଜାରି ରହିବ। ଗୋଟେ ସପ୍ତାହରୁ ଅଧିକ ହେବ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ତାପମାତ୍ରା ଅଣାୟତ୍ତ ହେଉଛି। ଗତ ୨ ଦିନ ହେବ ବୌଦ୍ଧ ଦେଶର ଉତ୍ତପ୍ତ ସହର ପାଲଟିଥିବାବେଳେ ସୋମବାର  ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ଏଭଳି ଖରା ଆଉ ଦୁଇ ଦିନ ଅନୁଭୂତ ହେବ।

ତା ପରେ ପାଗ ବଦଳିବ ବୋଲି  ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି। ତାତିରେ ବ୍ରେକ୍ ଲାଗିବ। ମାର୍ଚ୍ଚ ୧୯ ରୁ ୨୨ ରାଜ୍ୟରେ କାଳବୈଶାଖୀ ତାଣ୍ଡବ ରଚିବ। ଓଡିଶା ଉପକୂଳସ୍ଥ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରବେଶ କରିବାକୁ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବ।

୧୯ ରୁ ୨୨ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ। ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ଓଡିଶା ଉପକୂଳସ୍ଥ ହେବା ସହ। ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭବନା ରହିଛି।

ଏହି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି, ବିଜୁଳି ଘଡ଼ଘଡ଼ି ସହ ବର୍ଷା, ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ବହିବାର ସମ୍ଭାବନା ରହିଛି। ପବନର ବେଗ ୭୦ କିମି ରହିବା ସହିତ  କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି।  ଫଳରେ ୧୯ରେ ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜରେ ଝଡ଼ ପବନ ସହ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଚି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ: ୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ବୌଦ୍ଧ ଉତ୍ତପ୍ତ ସହର

୨୦ରେ କାଳବୈଶାଖୀର ସମ୍ଭାବନା ରହିଛି। ୨୧ ଓ ୨୨ ଦୁଇ ଦିନ ସର୍ବାଧିକ ବର୍ଷା ସହ ସାରା ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ସୋମବାର ମଧ୍ୟ  ଖରା ଏବଂ ଗରମ ଜାରି ରହିଛି। ଦିନ ୨ ଟା ସୁଦ୍ଧା ସମ୍ବଲପୁରରେ ୩୯.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତାକାଲି ବି ଜାରି ରହିବ ହିଟ୍ ୱେଭ୍।

ଝାରସୁଗୁଡ଼ା ଓ ବୌଦ୍ଧରେ ହିଟ୍ ୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡିଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବାକି ସମସ୍ତ ଜିଲ୍ଲାରେ ହିଟ୍ ୱେଭ୍‌ର ପ୍ରାଦୁର୍ଭାବ ରହିବ ନାହିଁ। ଦିନର ତାପମାତ୍ରା ଆସନ୍ତା ୩ ଦିନ ଯାଏଁ ବିଶେଷ ପରିବର୍ତ୍ତନ ହେବନାହିଁ। ୩ ଦିନ ପରେ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ଅସହ୍ୟ ତାତି ରୁ ନିସ୍ତାର ମିଳିବ।

ଅଧିକ ପଢ଼ନ୍ତୁ: ରାମ ମନ୍ଦିରରେ ଆଉ ରହିବେ ନାହିଁ ମୁଖ୍ୟ ପୂଜକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe