ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଥିବା ରାଜଭବନ (ରାଜ୍ୟପାଳଙ୍କ ସରକାରୀ ବାସଭବନ)ଗୁଡ଼ିକୁ ଏଣିକି ଲୋକଭବନ ବୋଲି କୁହାଯିବ । ଏହି ନିଷ୍ପତ୍ତି ମାଧ୍ୟମରେ କେନ୍ଦ୍ର ସରକାର ପୁରୁଣା ଔପନିବେଶବାଦୀ ଯୁଗର ଆଉ ଏକ ଚିହ୍ନ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।
ତେବେ ଓଡ଼ିଶାର ରାଜଭବନର ଇତିହାସ କଣ ? ଆଜି ଆମେ ଦେଖୁଥିବା ରାଜଭବନ ମୂଳ ରାଜଭବନ କି ? ଆସନ୍ତୁ ଜାଣିବା ଓଡ଼ିଶାର ମୂଳ ରାଜଭବନ ବିଷୟରେ।
ଓଡ଼ିଶାର ପ୍ରଥମ ରାଜଭବନ କଟକରେ ହିଁ ପ୍ରତିଷ୍ଠିତ ହୋଇଥିଲା । ଏହି ରାଜଭବନ କୋଠାକୁ ଆଜିବି ଆପଣ ଦେଖିପାରିବେ । ଏହାର ମୂଳ ନାଁ ଲାଲବାଗ୍ ପ୍ୟାଲେସ୍ । ଓଡ଼ିଶାକୁ ଶାସନ କରୁଥିବା ଅନେକ ଶାସକ ଓ କ୍ଷମତାଶାଳୀଙ୍କୁ ଦେଖିଛି ଏହି ମହଲ ।
ଆହୁରି ପଢନ୍ତୁ : Puri Jagannath: ମହାପ୍ରଭୁଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ଶୁଭଙ୍କର ମିଶ୍ରା କ୍ଷମା ମାଗି କ’ଣ କହିଲେ ଜାଣନ୍ତୁ
ଏହାକୁ କଟକରେ ରହୁଥିବା ମୋଗଲ ସୁବେଦାରଙ୍କ ପାଇଁ ୧୬୩୩ରେ ନିର୍ମାଣ କରାଯାଇଥିଲା । ପରେ ଏହା ମରାଠାମାନଙ୍କ ହାତକୁ ଆସିଲା । ସେମାନେ ଏହି କୋଠାରେ କେତେକ ପରିବର୍ତ୍ତନ ମଧ୍ୟ କରିଥିଲେ । ମରାଠାଙ୍କ ପରେ ୧୮୦୩ରେ ଏହା ବ୍ରିଟିଶମାନଙ୍କ ହାତକୁ ଆସିଥିଲା । ତେବେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନି ଏହାକୁ ବ୍ରିକ୍ରି କରିଦେଇଥିଲା । ୧୮୬୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ ଇରିଗେସନ କମ୍ପାନି ଏହାକୁ ଖରିଦ କରିଥିଲା । ଏହାର ପରବର୍ଷ ୧୮୬୩ରେ ବ୍ରିଟିସ ସରକାର ଏହି ଇରିଗେସନ କମ୍ପାନିର ଅଧିଗ୍ରହଣ କରିବା ସହ କୋଠାଟି ବ୍ରିଟିସ ସରକାରଙ୍କ ଅଧିନକୁ ଆସିଥିଲା । ସେବେଠାରୁ କଟକରେ ଅବସ୍ଥାପିତ ବ୍ରିଟିଶ କମିସନର ଓ କଲେକ୍ଟରମାନେ ଏହି କୋଠାରେ ରହୁଥିଲେ । ସ୍ବତନ୍ତ୍ର ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ ୧୯୪୧ରେ କିଛି ସମୟ ପାଇଁ ଏହି କୋଠାରେ ରହୁଥିଲେ ।
୧୮ ଜୁଲାଇ ୧୯୪୨ରେ ବ୍ରିଟିସ ଭାରତ ସରକାର ଲାଲବାଗ ପାଲେସକୁ ଗଭର୍ଣ୍ଣର ହାଉସ ଘୋଷଣା କଲେ । ସାର୍ ହାଥ୍ରୋନ ଲୁଇସ ଏହି କୋଠାରେ ରହିଥିବା ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ଥିଲେ । ୧୯୪୨ରୁ ୧୯୬୦ ପର୍ଯ୍ୟନ୍ତ ଏହା ଗଭର୍ଣ୍ଣର ହାଉସ୍ ରହିଥିଲା । ସ୍ବାଧୀନତା ପରେ ଗଭର୍ଣ୍ଣରମାନଙ୍କୁ ରାଜ୍ୟପାଳ ବି କୁହାଗଲା ଓ ଲାଲବାଗ୍ ପାଲେସକୁ କୁହାଗଲା ରାଜଭବନ ।
ପୁରୀରେ ଦ୍ବିତୀୟ ରାଜଭବନ
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାଠାରୁ ୧୯୪୨ ପର୍ଯ୍ୟନ୍ତ ପୁରୀରେ ଥିବା ଗଭରମେଣ୍ଟ ହାଉସକୁ ଗଭର୍ଣ୍ଣରଙ୍କ ବାସଭବନ କରାଯାଇଥିଲା । ୧୯୪୨ରେ ରାଜଭବନ କଟକକୁ ଯିବା ପରେ ବି ଏହା ଏପର୍ଯ୍ୟନ୍ତ ଗଭର୍ଣ୍ଣରଙ୍କ ଗ୍ରୀଷ୍ମକାଳୀନ ବାସଭଵନ ଅଥବା ଓଡ଼ିଶାର ଦ୍ବିତୀୟ ରାଜଭବନ ହୋଇ ରହିଛି ।
ଆହୁରି ପଢନ୍ତୁ : Raj Bhawan : ରାଜଭବନର ଇତିହାସ : ଗଭର୍ଣ୍ଣର ହାଉସରୁ ଲୋକଭବନ ପର୍ଯ୍ୟନ୍ତ
ଭୁବନେଶ୍ବରରେ ଆଧୁନିକ ରାଜଭବନ
ସ୍ବାଧୀନତା ପରେ ଓ ଭୁବନେଶ୍ବରକୁ ଓଡ଼ିଶାର ରାଜଧାନୀ କରାଯିବା ପରେ ଏକ ନୂଆ ରାଜଭବନର ପରିକଳ୍ପନା କରାଗଲା । ଏହି ରାଜଭବନର ନିର୍ମାଣ କାର୍ଯ୍ୟ ୧୯୫୯ରେ ଶେଷ ହେଲା ଓ ତତାକାଳୀନ ରାଜ୍ୟପାଳ ୟଶୋବନ୍ତ ନାରାୟଣ ସୁକତାନକର ୧୯୬୦ରେ ନୂଆ ରାଜଭବନରେ ରହିବା ଆରମ୍ଭ କଲେ ।
ପୁରୁଣା ରାଜଭବନ କେମିତି ହେଲା ଶିଶୁଭବନ ?
ତେବେ ନୂଆ ରାଜଭବନକୁ ଯିବାପରେ ରାଜ୍ୟପାଳ ସୁକତାନକର ପୁରୁଣା ରାଜଭବନକୁ ଭାରତୀୟ ରେଡକ୍ରସକୁ ଏକ ଶିଶୁ ଚିକିତ୍ସାଳୟ କରିବାକୁ ଦାନ କରିଦେଇଥିଲେ । ୧୯୬୬ରେ ଓଡ଼ିଶା ସରକାର ଏହି ଶିଶୁ ଚିକିତ୍ସାଳୟକୁ ନିଜ ହାତକୁ ନେବା ସହ ଏହାକୁ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁ ରୋଗ ଚିକିତ୍ସା ପ୍ରତିଷ୍ଠାନଭାବେ ନାମିତ କରାଗଲା, ଯାହାକି ଲୋକମାନଙ୍କ ମଧ୍ୟରେ ଶିଶୁଭବନ ଭାବେ ପରିଚିତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/02/old-rajbhawan-2025-12-02-21-45-12.jpg)