Wheat will be available in ration cards soon: Minister Photograph: (sambad.in)
ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି।
ପଟାଙ୍ଗୀର କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡାମ୍ ଜାଣିବାକୁ ଚାହିଁଥିଲେ ଯେ,ପୂର୍ବ ସରକାରଙ୍କ ସମୟରେ ଗରିବ , ଖଟିଖିଆ ଓ ରୋଗାଗ୍ରସ୍ତମାନଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ବଣ୍ଟନ ବନ୍ଦ କରିଥିଲେ। ବର୍ତ୍ତମାନର ସରକାର ପୁନଃ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଣ ପାଇଁ ବ୍ୟବସ୍ଥା କରିବେ କି, ଯଦି ହଁ, ତେବେ ଏହି ଗହମ ବଣ୍ଟନ ରାସନ କାର୍ଡ ମାଧ୍ୟମରେ କେବେ ବଣ୍ଟନ ହେବ ବୋଲି ସେ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ, କେନ୍ଦ୍ର ସରକାର ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବାପାଇଁ ଆବଣ୍ଟନ ପତ୍ର ଜାରି କରିଥିଲେ। ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ କରିବା ପାଇଁ ଆବଶ୍ୟକୀୟ ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଗହମର ବଣ୍ଟନ ପ୍ରକ୍ରିୟାକୁ ସ୍ଥଗିତ ରଖି ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ବଣ୍ଟନ କରାଯାଉଛି।
ଅଧିକ ପଢ଼ନ୍ତୁ: କୁଆଡେ ଗଲା ମହିଳାଙ୍କୁ ୨୫୦୦ ଟଙ୍କା ଓ ମାଗଣା ଗ୍ୟାସ୍ ? ଦିଲ୍ଲୀ ସରକାରଙ୍କୁ ଆତିଶୀଙ୍କ ନିଶାନା
ଇତିମଧ୍ୟରେ କେନ୍ଦ୍ର ସରକାର ୨୦୨୫ ମାର୍ଚ୍ଚ ମାସଠାରୁ ଖାଉଟିମାନଙ୍କୁ ସମ୍ପୂର୍ଣ୍ଣ ଚାଉଳ ଯୋଗାଇ ଦେବା ପାଇଁ ଆବଣ୍ଟନ ପତ୍ର ଜାରି କରିଛନ୍ତି। ରାଜ୍ୟ ସରକାର ଗହମ ଉଠାଣ ପାଇଁ ସମସ୍ତ ଜିଲ୍ଲାରେ ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହେବା ପରେ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ପରିବର୍ତ୍ତିତ ଆବଣ୍ଟନ ପତ୍ର ଆଧାରରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଯାଞ୍ଚ ହେଉଛି ରାଣ୍ୟାଙ୍କ ବିବାହରେ ସାମିଲ ହୋଇଥିବା ଅତିଥିଙ୍କ ତାଲିକା
Follow Us