ସନ୍ତୋଷଙ୍କ ମନ୍ତବ୍ୟ ନେଇ ଚୁପ୍ କାହିଁକି ବିଜେପି ସରକାର: ସ୍ନେହାଙ୍ଗିନୀ ଛୁରିଆ

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ରାଜଧାନୀ ଭୁବନେଶ୍ବରର ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ବିଜେଡି ମହିଳା ମୋର୍ଚ୍ଚା ରାଲି କରିଛନ୍ତି...

ଅଦ୍ୟତନ ହୋଇଛି
Why is BJP government silent on Santosh's comments: Snehangini Chhuria

Why is BJP government silent on Santosh's comments: Snehangini Chhuria Photograph: (sambad.in)

ଭୁବନେଶ୍ବର: ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ରାଜଧାନୀ ଭୁବନେଶ୍ବରର ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍  ପର୍ଯ୍ୟନ୍ତ ବିଜେଡି ମହିଳା ମୋର୍ଚ୍ଚା ରାଲି କରିଛନ୍ତି।

ନୀତି ନୈତିକତା କଥା କହୁଥିବା ବିଜେପି ଦଳ ଆଗ ସନ୍ତୋଷ ଖଟୁଆଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ଦାବି କରିଛନ୍ତି। ମହିଳାଙ୍କ ପ୍ରତି ଦେଇଥିବା ଏଭଳି ଅରୁଚିକର ମନ୍ତବ୍ୟ ଦ୍ବାରା ସେ କେଵଳ ଜଣେ ମହିଳାଙ୍କୁ ନୁହେଁ, ସମଗ୍ର ମହିଳା ଜାତିଙ୍କୁ ଅପମାନିତ କରିଛନ୍ତି।

ଅଧିକ ପଢ଼ନ୍ତୁ:ଜାହାନପୁରରେ ଜଘନ୍ୟ ହତ୍ୟାକାଣ୍ଡ: ପୁତୁରାକୁ ହାଣି ହତ୍ୟା କଲା ଦାଦା

ବିଜେପି ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହୁଅନ୍ତୁ ଅବା ସାସଂଦ ଅପରାଜିତା ଷଡ଼ଙ୍ଗୀ ଏନେଇ କିଛି ମଧ୍ୟ କହିଲେନି। ଜଣେ ଜନପ୍ରତିନିଧି ହୋଇ ସନ୍ତୋଷ ଖଟୁଆ ଏଭଳି କିପରି ମନ୍ତବ୍ୟ ଦେଲେ ବୋଲି ସ୍ନେହାଙ୍ଗିନୀ ପ୍ରଶ୍ନ କରିଛନ୍ତି। 

ଦଳ କାହଁକି ଏହାକୁ ବ୍ୟକ୍ତିଗତ ମତ କହି ଏଡ଼େଇ ଦେଉଛି।  ଆମେ ମହିଳା କମିସନ, ମହିଳା ଥାନାର ଦ୍ୱାରସ୍ଥ ହେଲୁ କିନ୍ତୁ, ନ୍ୟାୟ ମିଳିଲାନି। ତେଣୁ ଏବେ ରାଜରାସ୍ତାକୁ ଓହ୍ଲାଇଛୁ ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।

ଏନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ବିଜେପି ବିଧାୟିକା ସୀମା ରାଣୀ ନାୟକ କହିଛନ୍ତି, ବିଧାୟକ ସନ୍ତୋଷ ଖଟୁଆ ସ୍ପଷ୍ଟୀକରଣ ରଖି ସାରିଛନ୍ତି । ଆମ ସରକାର ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି ଆଗକୁ ମଧ୍ୟ ଦେବେ । ମହିଳା ଭାବେ କହିବି ଯାହା ହୋଇଛି ଠିକ ନୁହେଁ ।

କିନ୍ତୁ ସନ୍ତୋଷ ଖଟୁଆ  ନିଜେ ସ୍ପଷ୍ଟୀକରଣ ରଖି ସାରିବା ପରେ ତାଙ୍କର ମନ୍ତବ୍ୟକୁ ଏକ ରାଜନୈତିକ ପ୍ରସଙ୍ଗ କରିବା ଠିକ ନୁହେଁ । ବିରୋଧୀ ଦଳ ଭାବେ ବିଜେଡି ନିଜ ଅସ୍ତିତ୍ବ ବଞ୍ଚେଇବାକୁ ଆନ୍ଦୋଳନ କରୁଛି । ବିରୋଧୀଙ୍କ କହିବା ଅନୁଯାୟୀ କେହି ଗିରଫ ହେବେ ନାହିଁ । ଆଇନ ଅନୁଯାୟୀ ଯାହା ପଦକ୍ଷେପ ନେବା କଥା ସରକାର ନେବେ  ବୋଲି ସୀମା କହିଛନ୍ତି।

ଅଧିକ ପଢ଼ନ୍ତୁ: ୬ଦିନ ପରେ ୟେମେନରେ କେରଳୀ ନର୍ସଙ୍କୁ ଦିଆଯିବ ଫାଶୀ, ହସ୍ତକ୍ଷେପ କରିବେ କି ଭାରତ ସରକାର?

BJP | BJD | Snehangini Chhuria 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe