ଗାଁ ଦାଣ୍ଡରେ ବଣୁଆ ଦନ୍ତା: ଆତଙ୍କିତ ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତର ପ୍ରତିମାଦେଇପୁର ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ଦେଖିବାକୁ ମିଳିଛି...

Wild animals roaming the village streets: Villagers in panic

Wild animals roaming the village streets: Villagers in panic Photograph: (sambad.in )

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତର ପ୍ରତିମାଦେଇପୁର ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ଦେଖିବାକୁ ମିଳିଛି। ଗାଁ ଦାଣ୍ଡରେ ଦନ୍ତାକୁ ଦେଖି ଗ୍ରାମବାସୀ ଘରୁ ବାହାରିବାକୁ ସାହସ କରୁନାହାନ୍ତି।

ସୂଚନା ଅନୁଯାଇ ବେତନଟୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ୧୦ରୁ ୧୨ ଝାଡ଼ଖଣ୍ଡୀ ବଣୁଆ ହାତୀ ବିଚରଣ କରୁଥିବା ବେଳେ ଦୀର୍ଘ ଦିନ ଧରି ଗୋଠଛଡା ହୋଇ ରହିଯାଇଥିବା ଏହି ବଣୁଆ ଦନ୍ତା ବୈଶିଙ୍ଗା ଉପକଣ୍ଠ କ୍ଷୀରପଦା ଜଙ୍ଗଲରେ ରହିଆସୁଛି ଏବଂ ବିଭିନ୍ନ ସମୟରେ ଜଙ୍ଗଲରୁ ବାହାରି ଉତ୍ପାତ କରୁଛି। କେତେବେଳେ ଦୀର୍ଘ ସମୟ ଧରି ବ୍ୟସ୍ତବହୁଳ ବୈଶିଙ୍ଗା-ମାଣତ୍ରି ରାସ୍ତା ଅବରୋଧ କରୁଛି ତ କେତେବେଳେ ଗାଁ ଭିତରେ ପଶି ଉପଦ୍ରଵ କରୁଛି।

ଅଧିକ ପଢ଼ନ୍ତୁ: ୪୦ବର୍ଷ ଦେଶ ସେବା କରି ଘରକୁ ଫେରିଲେ ନକୁଳ: ଜନ୍ମମାଟିରେ ଗ୍ରାମବାସୀଙ୍କ ଭବ୍ୟ ସ୍ୱାଗତ

ଗତକାଲି  ରବିବାର ସନ୍ଧ୍ୟା ସମୟରେ ଜଙ୍ଗଲରୁ ବାହାରି ଦୀର୍ଘ ସମୟ ପର୍ଯ୍ୟନ୍ତ ବୈଶିଙ୍ଗା-ମାଣତ୍ରି ରାସ୍ତାର ବଡାମ ଠାକୁରାଣୀଙ୍କ ନିକଟରେ ରାସ୍ତା ଅବରୋଧ କରିଥିବାବେଳେ ସୋମବାର ସକାଳୁ ପ୍ରତିମାଦେଇପୁର ଶାସନ ଭିତରେ ପଶି ଗାଁ ଦାଣ୍ଡରେ ବୁଲୁଥିଲା। ଘର ସମ୍ମୁଖରେ ଦନ୍ତାକୁ ଦେଖି ଗ୍ରାମବାସୀ ଭୟଭୀତ ହେବା ସହିତ ତାଟି କବାଟ କିଳି ଘର ଭିତରେ ପଶିଯାଇଥିଲେ। 

ଅନ୍ୟପଟେ ବୈଶିଙ୍ଗା ବନରକ୍ଷୀ ଉତ୍ତମ କୁମାର ଦାସ ଘଟଣା ସ୍ଥଳରେ ଉପସ୍ଥିତ ରହି ହାତୀର ଗତିପଥ ଉପରେ ନଜର ରଖିଥିବାର ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ସିକ୍କିମରେ ପ୍ରକୃତିର ତାଣ୍ଡବ: ଭୂସ୍ଖଳନରେ ୩ ଯବାନ ସହିଦ, ୬ ଜଣ ନିଖୋଜ...

Mayurbhanj | Wild tusker

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe