ସ୍କୁଲ ସମ୍ମୁଖରୁ ମଦ ବାର-ଦୋକାନ ହଟିବ ତ?

ମନ୍ଦିର ଓ ସ୍କୁଲ ନିକଟରେ ମଦ ଦୋକାନ ଓ ବାର ହଟିବା ନେଇ ରାଜ୍ୟ ସରକାର ନିର୍ଦେଶ ଦେବା ପରେ ଏବେ ମାଲକାନଗିରି ଜିଲ୍ଲାରେ ଏନେଇ ମଦ ଦୋକାନୀଙ୍କୁ ଛନକା ପଶିଛି। ମାଲକାନଗିରି ସଦର ମହକୁମାର ମୁଖ୍ୟ ଛକ ନିକଟରେ ରହିଥିବା ଏକ ଘରୋଇ ବିଦ୍ୟାଲୟ ନିକଟରେ ରହିଥିବା ମଦ ବାର ଦୋକାନ ହଟିବ ?

Malkangiri

Photo: Premendra Parichha

ମାଲକାନଗିରି: ମନ୍ଦିର ଓ ସ୍କୁଲ ନିକଟରେ ମଦ ଦୋକାନ ଓ ବାର ହଟିବା ନେଇ ରାଜ୍ୟ ସରକାର ନିର୍ଦେଶ ଦେବା ପରେ ଏବେ ମାଲକାନଗିରି ଜିଲ୍ଲାରେ ଏନେଇ ମଦ ଦୋକାନୀଙ୍କୁ ଛନକା ପଶିଛି। ମାଲକାନଗିରି ସଦର ମହକୁମାର ମୁଖ୍ୟ ଛକ ନିକଟରେ ରହିଥିବା ଏକ ଘରୋଇ ବିଦ୍ୟାଲୟ ନିକଟରେ ରହିଥିବା ମଦ ବାର ଦୋକାନ ହଟିବ ତ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ଏହି ମଦ ବାର ଦୋକାନକୁ ହଟାଇବା ନେଇ ବହୁବାର ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ ମଧ୍ୟ ମଦ ଦୋକାନୀଙ୍କ ପାରିବା ପଣିଆ ଯୋଗୁଁ ଏହା ମୁଖ୍ୟ ଛକ ଏବଂ ସ୍କୁଲ ନିକଟରେ ବେଧଡକ ବାବେ ମଦ ବିକ୍ରି ହେଉଥିଲା। ଫଳରେ ବହୁ ସମୟରେ ଅସମାଜିକ ବ୍ୟକ୍ତିମାନେ ନାହିଁ ନଥିବା ଅଘଟଣ ଘଟାଉଥିଲେ। ଯେଉଁଥିପାଇଁ ବହୁବାର ପିଲାଙ୍କ ଅଭିଭାବକମାନେ ହଇରାଣ ହେଉଥିଲେ।

ଏହି ଖବର ପଢ଼ନ୍ତୁ: ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା

ଏବେ ସରକାର ସ୍କୁଲ ଓ ମନ୍ଦିର ନିକଟରୁ ମଦ ଦୋକାନଗୁଡିକ ହଟାଇବା ନେଇ ନିର୍ଦେଶ ଜାରି କରିବା ପରେ ସ୍ଥାନୀୟ ତୁରନ୍ତ ଏହି ମଦ ବାର ଦୋକାନକୁ ହଟାଇବାକୁ ଦାବି କରିଛନ୍ତି। ମୁଖ୍ୟ ରାସ୍ତାରେ ଏବଂ ସ୍କୁଲ ସମ୍ମୁଖରେ ମଦ ବାର ଦୋକାନଟି ରହିଥିବାରୁ ମଦୁଆମାନେ ମଦ ପିଇବା ସହ ରାସ୍ତାରେ ଲୋକଙ୍କୁ ହଇରାଣ କରୁଥିଲେ।ମଦ ବାର ଯୋଗୁଁ ସବୁବେଳେ ରାସ୍ତାରେ ଭିଡ ମଧ୍ୟ ଜମୁଥିଲା। ପୁଲିସ ମଧ୍ୟ ମଦ ବାର ଲାଇସେନସ ଥିବାରୁ ଏହାକୁ ହଟାଇ ପାରୁନଥିଲା।

ଏହି ଖବର ପଢ଼ନ୍ତୁ: କୋରୁକୋଣ୍ଡା ପଞ୍ଚାୟତ ସମିତିରେ ଟେଣ୍ଡର ଫିକ୍ସିଂ

ପ୍ରକାଶ ଥାଉକି ପୂର୍ବ ସରକାର ଏନଏଚର ୫ ଶହ ମିଟର ଦୁରରେ ମଦ ବାର କିମ୍ବା ଦୋକାନ କରିବା ନେଇ ନିର୍ଦେଶ ଦେଇଥିଲେ। ପରେ କିନ୍ତୁ ଏହାକୁ ଉଠାଇ ଦେଇଥିଲେ। ଫଳରେ ଏହି ମଦ ବାର ପୁଣି ଏନଏଚ କଡରେ ବସିଥିଲା। ତୁରନ୍ତ ଏହି ମଦ ବାର ଦୋକାନକୁ ହଟାନଗଲେ ସ୍ଥାନୀୟ ନାଗରିକ ମଞ୍ଚ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe