Winter ahead, night temperatures are expected to drop by 4 degrees Celsius Photograph: (sambad.in)
ଭୁବନେଶ୍ୱର :ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଗତ କିଛି ଦିନ ମଧ୍ୟରେ ରାତିର ତାପମାତ୍ରା ପ୍ରାୟ ପାଞ୍ଚ ଡିଗ୍ରି ସେଲସିୟସ ହ୍ରାସ ପାଇଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ ଅନୁଭବ ହେବା ଆରମ୍ଭ ହୋଇଛି।
ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ସେଲସିୟସ ତଳେ ରହିଛି। ପାଣିପାଗ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ତିନି ଡିଗ୍ରି ସେଲସିୟସ୍ ହ୍ରାସ ପାଇଛି।
ଆହୁରି ପଢ଼ନ୍ତୁ: Bike Accident: ବାଇକ ଦୁର୍ଘଟଣାରେ ଚାଳକ ମୃତ
ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ-ଥଣ୍ଡା ପବନ ପ୍ରଭାବରେ ଆଗାମୀ ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା ୨ ରୁ ୪ ଡିଗ୍ରି ସେଲସିୟସ୍ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆହୁରି ପଢ଼ନ୍ତୁ:Suspicious Death: ଓଏପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ
Follow Us