ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବଢ଼ିବାରେ ଲାଗିଛି। ସେମିଲିଗୁଡ଼ାରେ ତାପମାତ୍ରା ରେକର୍ଡ ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି। ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍ ରହିଛି। ଶୀତରେ ହାତଗୋଡ଼ କୋଲ ମାରିଯାଉଛି।
ଭାରତୀୟ ପାଣିପାଗ ବିଭାଗ (IMD) ରିପୋର୍ଟ କରିଛି ଯେ, ସେମିଲିଗୁଡ଼ାରେ ତାପମାତ୍ରା ୩.୫ ଡିଗ୍ରି ସେଲସିୟସକୁ ହ୍ରାସ ପାଇଛି। ଯାହା ଚଳିତ ଶୀତ ଋତୁର ସର୍ବନିମ୍ନ ତାପମାତ୍ରା।
ଆହୁରି ପଢ଼ନ୍ତୁ:Flights Cancelled From Bhubaneswar : ଭୁବନେଶ୍ୱରରୁ ୮ ବିମାନ ଉଡ଼ାଣ ବାତିଲ
ଜି ଉଦୟଗିରିର ତାପମାତ୍ରା ମଧ୍ୟ ୪ ଡିଗ୍ରି ସେଲସିୟସକୁ ଖସି ଆସିଛି। ଆଇଏମଡି ରିପୋର୍ଟ କରିଛି ଓଡ଼ିଶାର ୧୬ ସହରରେ ତାପମାତ୍ରା ୧୦ ଡିଗ୍ରି ସେଲସିୟସ କିମ୍ବା ତା’ଠାରୁ କମ୍ ରେକର୍ଡ କରାଯାଇଛି।
ଆଇଏମଡି ତଥ୍ୟ ଅନୁଯାୟୀ, ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପଛକୁ ଚିପିଲିମାରେ ୬.୧ ଡିଗ୍ରି ସେଲସିୟସ୍, ରାଉରକେଲାରେ ୬.୬ ଡିଗ୍ରି ସେଲସିୟସ୍ ଏବଂ ଝାରସୁଗୁଡ଼ାରେ ୬.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଦାରିଙ୍ଗବାଡିରେ ୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଭବାନୀପାଟଣାରେ ତାପମାତ୍ରା ୮ ଡିଗ୍ରି ସେଲସିୟସ୍କୁ ହ୍ରାସ ପାଇଛି।
ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେଉଥିବା ଅଞ୍ଚଳ:
- ସେମିଲିଗୁଡ଼ା – ୩.୫ ଡିଗ୍ରି ସେଲସିୟସ୍
- ଜି ଉଦୟଗିରି – ୪ ଡିଗ୍ରି ସେଲସିୟସ୍
- ଫୁଲବାଣୀ – ୫.୨ ଡିଗ୍ରି ସେଲସିୟସ୍
- ଚିପିଲିମା – ୬.୧ ଡିଗ୍ରି ସେଲସିୟସ୍
- ରାଉରକେଲା – ୬.୬ ଡିଗ୍ରି ସେଲସିୟସ୍
- ଝାରସୁଗୁଡ଼ା – ୬.୮ ଡିଗ୍ରି ସେଲସିୟସ୍
- ଦାରିଙ୍ଗବାଡି – ୭ ଡିଗ୍ରି ସେଲସିୟସ୍
- ଭବାନୀପାଟଣା – ୮ ଡିଗ୍ରି ସେଲସିୟସ୍
- ଅନୁଗୁଳ – ୮ ଡିଗ୍ରି ସେଲସିୟସ୍
- କିରେଇ - ୮.୧ ଡିଗ୍ରି ସେଲସିୟସ୍
- ନବରଙ୍ଗପୁର – ୮.୬ ଡିଗ୍ରି ସେଲସିୟସ୍
- କୋରାପୁଟ – ୯.୩ ଡିଗ୍ରି ସେଲସିୟସ୍
- ବଲାଙ୍ଗୀର – ୯.୩ ଡିଗ୍ରି ସେଲସିୟସ୍
- କେନ୍ଦୁଝର – ୯.୬ ଡିଗ୍ରି ସେଲସିୟସ୍
- ସୁନ୍ଦରଗଡ଼ – ୯.୬ ଡିଗ୍ରି ସେଲସିୟସ୍
- ସୋନପୁର – ୧୦ ଡିଗ୍ରି ସେଲସିୟସ୍
- ଭୁବନେଶ୍ବର- ୧୩ ଡିଗ୍ରି ସେଲସିୟସ୍
୧୦ ଦିନରେ ଭୁବନେଶ୍ବରର ତାପମାତ୍ରା ୯.୬ ଡିଗ୍ରି କମିଲା
ରାଜଧାନୀ ଭୁବନେଶ୍ବରରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଗୁରୁବାର ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୩ ଡିଗ୍ରି ସେଲସିୟସ୍କୁ ହ୍ରାସ ପାଇଥିଲା। ରାଜଧାନୀର ତାପମାତ୍ରା ଗତ ଦଶ ଦିନ ମଧ୍ୟରେ ୯.୬ ଡିଗ୍ରି ସେଲସିୟସ୍ ହ୍ରାସ ପାଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
Realized weather during past 24 hours over the districts of Odisha. #Odisha#odishaweather#WeatherUpdate#COLDpic.twitter.com/xVvzLUXDww
— Meteorological Centre, Bhubaneswar (@mcbbsr) December 11, 2025
ଆହୁରି ପଢ଼ନ୍ତୁ:Dhurandhar Box Office Collection: ବକ୍ସ ଅଫିସରେ ଧମାଲ କରୁଛି ଧୁରନ୍ଧର, ୧୮୦କୋଟି ପାର୍ କଲା ଆୟ
ଡିସେମ୍ବର ୧ ତାରିଖରୁ ରାଜଧାନୀର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାଜଧାନୀର ତାପମାତ୍ରା ୨୨.୬ ଡିଗ୍ରି ସେଲସିୟସ୍ ରୁ ୧୩ ଡିଗ୍ରି ସେଲସିୟସ୍କୁ ହ୍ରାସ ପାଇଛି। ଆଗାମୀ ଦିନରେ ଭୁବନେଶ୍ବରର ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/11/winter-chill-hits-hands-and-feet-2025-12-11-12-47-00.jpg)