ପୁଣି ଲେଉଟିଲା ଶୀତ: ଦିନରେ ତାପମାତ୍ରା ୩୧ ଡିଗ୍ରି ରାତିରେ ୮ ଡିଗ୍ରି

ଚଳିତ ମାସ ଆରମ୍ବରୁ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବା ସହ ତାପମାତ୍ରା ଉପର ମୁଁହା ହୋଇ ପ୍ରବଳ ରୌଦ୍ରତାପ ଆରମ୍ଭ ହୋଇଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ କିନ୍ତୁ ଭିନ୍ନ ଏକ ପରିବେଶ ଅନୁଭୂତ ହେଉଛି...

Temperatures are 31 degrees during the day and 8 degrees at night.

Temperatures are 31 degrees during the day and 8 degrees at night. Photograph: (sambad.in)

ଘୁ.ଉଦୟଗିରି: ଚଳିତ ମାସ ଆରମ୍ବରୁ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବା ସହ ତାପମାତ୍ରା ଉପର ମୁଁହା ହୋଇ ପ୍ରବଳ ରୌଦ୍ରତାପ ଆରମ୍ଭ ହୋଇଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ କିନ୍ତୁ ଭିନ୍ନ ଏକ ପରିବେଶ ଅନୁଭୂତ ହେଉଛି।

ଦିନରେ ପ୍ରବଳ ଖରା ହେଉଥିବାବେଳେ ରାତିରେ ଥଣ୍ଡା ହେଉଛି। ଗୁରୁବାର ଘୁ.ଉଦୟଗିରି ସହରର ସର୍ବୋଚ୍ଚ ତାପମାତ୍ରା ୩୧.୨ଡିଗ୍ରୀ ଏବଂ ରାତିରେ ୮.୮ଡିଗ୍ରୀ ରେକର୍ଡ କରାଯାଇଥିବା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଆସନ୍ତାକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଦିନର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ସହ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ସଞ୍ଜ ନଇଁଲେ ଥଣ୍ଡା ଆରମ୍ଭ ହେଉଛି। ରାତି ବଢ଼ିବା ସହ ଥଣ୍ଡାର ପ୍ରକୋପ ବି ଅନୁଭୂତ ହେଉଛି। ଭୋରରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ବେଳେ ସକାଳ ୮ ଟା ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଛି।

ଶୀତଋତୁରେ ଚଳିତ ବର୍ଷ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହୋଇଥିବା ବେଳେ ଗୁରୁବାର ୧୦ଡିଗ୍ରୀ ତାପମାତ୍ରା ତଳେ ସହରର ତାପମାତ୍ରା ରହିଛି।

ଅଧିକ ପଢ଼ନ୍ତୁ: ସୁସ୍ଥଲୋକଙ୍କୁ କୋମାକୁ ଚାଲିଯାଇଥିବା କହି ଟଙ୍କା ହଡ଼ପ କରୁଥିଲା ହସ୍ପିଟାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe