ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ନାବାଳିକାମାନଙ୍କ ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବାର ଘଟଣା ନଜରକୁ ଆସୁଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି।

Advertisment

ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ମହିଳାଙ୍କ ଉପରେ ହେଉଥିବା ସମସ୍ତ ନିର୍ଯାତନା ସମ୍ପର୍କିତ ମାମଲା ଏହି କୋର୍ଟରେ ବିଚାର କରାଯିବ।

ଏହି ସ୍ଵତନ୍ତ୍ର ମହିଳା କୋର୍ଟରେ ଜଜ୍‌ଙ୍କ ସମେତ ସରକାରୀ ଓକିଲ ଓ କର୍ମଚାରୀ ମାନେ ମଧ୍ୟ ମହିଳା ରହିବେ । ଫାଷ୍ଟ ଟ୍ରାକ୍ କୋର୍ଟ ଭଳି ଏହି କୋର୍ଟରେ ଅଧିକ ଏବଂ ଶୀଘ୍ର ମକଦ୍ଦମା ସାରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ।

ଅଧିକ ପଢ଼ନ୍ତୁ: ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରିନାରାୟଣ ପାତ୍ର

କୋର୍ଟ ସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ  ହୋଇଛି। ଏନେଇ ହାଇକୋର୍ଟଙ୍କ ସହ ଆଲୋଚନା ମଧ୍ୟ ଆରମ୍ଭ କରାଯାଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। 

ଅଧିକ ପଢ଼ନ୍ତୁ: ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ମାଓବାଦୀ: ଖୁରାନିଆଙ୍କ ଅପିଲ୍