Advertisment

Yellow warning: ଘନକୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Advertisment

ରାଜ୍ୟ‌ରେ ଶୀତର ରାଜୁତି ଜାରି ରହିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା କୋରାପୁଟଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରବିବାର ରାତିରେ ଘୁ. ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗିବାଡ଼ିରେ ୭ ଡିଗ୍ରି, ସେମିଳିଗୁଡ଼ା ଓ ଫୁଲବାଣୀରେ ୮ ଡିଗ୍ରି....

ରାଜ୍ୟ‌ରେ ଶୀତର ରାଜୁତି ଜାରି ରହିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା କୋରାପୁଟଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରବିବାର ରାତିରେ ଘୁ. ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗିବାଡ଼ିରେ ୭ ଡିଗ୍ରି, ସେମିଳିଗୁଡ଼ା ଓ ଫୁଲବାଣୀରେ ୮ ଡିଗ୍ରି....

Dense fog in odisha

Dense fog in odisha

ଭୁବନେଶ୍ବର: ରାଜ୍ୟ‌ରେ ଶୀତର ରାଜୁତି ଜାରି ରହିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା କୋରାପୁଟଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ରବିବାର ରାତିରେ ଘୁ. ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗିବାଡ଼ିରେ ୭ ଡିଗ୍ରି, ସେମିଳିଗୁଡ଼ା ଓ ଫୁଲବାଣୀରେ ୮ ଡିଗ୍ରି, ବୌଦ୍ଧରେ ୯.୨ ଡିଗ୍ରି, ଚିପିଲିମା ଓ ରାଉରକେଲାରେ ୯.୯ ଡିଗ୍ରି, ଅନୁଗୁଳ ଓ ଭବାନୀପାଟଣାରେ ୧୦ ଡିଗ୍ରି, ଝାରସୁଗୁଡ଼ାରେ ୧୦.୪ ଡିଗ୍ରି ଓ ବଲାଙ୍ଗୀରରେ ୧୦.୮ ଡିଗ୍ରି ରାତି ପାରଦ ରହିଥିଲା। ରାଜଧାନୀ ଭୁବନେଶ୍ବରେ ରାତି ତାପମାତ୍ରା ୧୩.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨.୪ ଡିଗ୍ରି।   ଏଥି ସହ ସାରା ଓଡ଼ିଶାର ରାତି ପାରଦ ୧୫ ଡିଗ୍ରି ପାଖାପାଖି ରହିଛି। ଅନ୍ୟପଟେ ଦ୍ବୈତନଗରୀର ଦିନ ତାପମାତ୍ରା ମଧ୍ୟ ଖସିଛି।

Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର

ଭୁବନେଶ୍ବରର ଦିନ ତାପମାତ୍ରା ୨୭.୬ ଡିଗ୍ରି ରହିଥିବା ବେଳେ କଟକରେ ରହିଥିଲା  ୨୫ ଡିଗ୍ରି। ଏଥିସହ ରାଉରକେଲା, ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ଶୀତ ଏହିଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Health: ପାଣି ବୋତଲ, ରାଶି ତେଲ ଓ ଝଡ଼ା ଫୁଙ୍କାରେ ରାଜୁବାବାଙ୍କ ଚିକିତ୍ସା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe