ତ୍ରିକୋଣୀୟ ପ୍ରେମକୁ ନେଇ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା: ପ୍ରେମିକ ଗିରଫ, ସିନ୍ ରିକ୍ରିଏସନ୍ କଲା ପୁଲିସ

ଜଣେ ଯୁବତୀଙ୍କର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ନବରଙ୍ଗପୁ ଜିଲ୍ଲା ପୁଲିସ। ତ୍ରିକ‌ୋଣୀୟ ପ୍ରେମକୁ ନେଇ ଯୁବତୀଙ୍କୁ ପ୍ରେମିକ ଜଣକ ତଣ୍ଡି ଚିପି ହତ୍ୟା କରିଥିବା ପୁଲିସର ତଦନ୍ତ ବେଳେ ଜଣାପଡିଛି...

Young woman strangled to death over love triangle: Boyfriend arrested, police recreate the scene

Young woman strangled to death over love triangle: Boyfriend arrested, police recreate the scene Photograph: (sambad.in)

ନବରଙ୍ଗପୁର/ପାପଡାହାଣ୍ଡି/କୋଡିଙ୍ଗା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାର ଜଣେ ଯୁବତୀଙ୍କର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ନବରଙ୍ଗପୁ ଜିଲ୍ଲା ପୁଲିସ। ତ୍ରିକ‌ୋଣୀୟ ପ୍ରେମକୁ ନେଇ ଯୁବତୀଙ୍କୁ ପ୍ରେମିକ ଜଣକ ତଣ୍ଡି ଚିପି ହତ୍ୟା କରିଥିବା ପୁଲିସର ତଦନ୍ତ ବେଳେ ଜଣାପଡିଛି। ଗତ କାଲି ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପ୍ରେମିକ।

ସୋମବାର ଅଭିଯୁକ୍ତଙ୍କୁ ନେଇ ପୁଲିସ ସିନ୍ ରିକ୍ରିଏସନ୍ କରିଥିଲା। ପାପଡାହାଣ୍ଡି ଏସଡିପିଓଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଏସପି ଅଦିତ୍ୟ ସେନ୍ ଏହି ସୂଚନା ଦେଇଛନ୍ତି। ତାଙ୍କ ନେତୃତ୍ବରେ ଗୋଟିଏ ଦଳ ଏହି ଘଟଣାର ତଦନ୍ତ ଏବେ ବି ଜାରି ରହିଥିବା କହିଛନ୍ତି।

ଗତ କାଲି ରାତି ୯ଟା ବେଳେ କୋଷାଗୁମୁଡା ବ୍ଲକ ସଦର ମହକୁମାର ଏକ ସାହିର ଯୁବତୀ ଜଣକ ଶୌଚ କରିବାକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ପରିବାରବର୍ଗ ଖୋଜିବାକୁ ବାହାରିଥିଲେ। ଘର ଠାରୁ ୨୦୦ମିଟର ଦୂରରେ ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡ଼ି ରହିଥିବା ସ୍ଥାନୀୟ କିଛି ଲୋକ ପରିବାରବର୍ଗକୁ ସୂଚନା ଦେଇଥିଲେ।  ପରିବାରବର୍ଗ ଯୁବତୀଙ୍କୁ କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ସ୍ୱାଧୀନତା ଦିବସ-୨୦୨୫ ପାଳନ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ

ଘଟଣାର ଗୁରୁତ୍ବକୁ ଉପଲବ୍ଧ କରି ଏସପି ମାଡକାର ସନ୍ଦୀପ ସମ୍ପତ ଅତିରିକ୍ତ ଏସପି ଆଦିତ୍ୟ ସେନଙ୍କୁ ନେଇ ଟିମ୍ ଗଠନ କରିଥିଲେ। ଏଥିରେ ଏସଡିପିଓ ସତ୍ୟଜିତ କାଣ୍ଡଲକାର , କୋଷାଗୁମୁଡା ଥାନା ଅଧିକାରୀ ଉମେଶ ନାୟକ, କୋଡିଙ୍ଗା ଥାନା ଅଧିକାରୀ ଯୁଗୋଳ ଶବର, ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ ଜେନା ଆଦି ରହିଥିଲେ। ଏହି ଟିମ୍ ଡଗ୍ ସ୍କ୍ବାର୍ଡ ଓ  ସାଇଣ୍ଟିଫିକ୍ ଟିମକୁ ନେଇ ଘଟଣାସ୍ଥଳରେ ତଦନ୍ତ କରିଥିଲେ।

ପଚାରାଉଚାରା ବେଳେ ଯୁବତୀ ଜଣଙ୍କର କୋଷାଗୁମୁଡା ସୁନାରୀସାହିର ଅଭିଯୁକ୍ତ ଦୀନେଶ୍ବର ସରାବୁଙ୍କ ସହ ପ୍ରେମ ସଂପର୍କ ଥିବା ସୂଚନା ମିଳିଥିଲା। ଏହାରି ମଧ୍ୟରେ ଦିନେଶ୍ବର ଆଉ ଗୋଟିଏ ଝିଅ ସହ ପ୍ରେମ ସଂପର୍କରେ ଆସି ତାଙ୍କୁ ବିବାହ ପାଇଁ ନିର୍ବନ୍ଧ କରିଥିଲା। ଏସଂପର୍କରେ ମୃତ ଯୁବତୀ ଜଣକ କିଛି ଜାଣି ନଥିଲେ। ଯୁବତୀଙ୍କୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା କରି ଯୁବକ ଜଣକ ଗତ ୨ତାରିଖ ରାତିରେ ତାଙ୍କୁ ଡାକିଥିଲେ। ଉଭୟ ଗାଁର ଏକ ନିଛାଟିଆ ସ୍ଥାନରେ କଥାବାର୍ତ୍ତା ହୋଇଥିଲେ। ଅନ୍ୟ ଝିଅ ସହ ସମ୍ପର୍କ ଏବଂ ନିର୍ବନ୍ଧକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଦୀର୍ଘ ସମୟ ଯାଏଁ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇପଡିଥିଲେ ଦିନେଶ୍ବର। ରାସ୍ତାରୁ ସବୁ ଦିନ ପାଇଁ ସଫା କରି ଦେବା ପାଇଁ ପୂର୍ବ ଯୋଜନା ମୁତାବକ ଯୁବତୀଙ୍କ ବେକକୁ ଜୋରରେ ଚାପି ଧରି ହତ୍ୟା କରିଥିଲେ ଅଭିଯୁକ୍ତ। 

ଯୁବତୀ ଜଣକ ମରିଯିବା ପରେ ଘଟଣାସ୍ଥଳରେ ତାଙ୍କୁ ପକାଇ ଦେଇ ସେଠାରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ଦିନେଶ୍ବର। ପୁଲିସ ସଂଦେହରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚାରାଉଚାରା ଆରମ୍ଭ କରିଥିଲେ। ଉଭୟ ଅଭିଯୁକ୍ତଙ୍କ ମୋବାଇଲ୍ କଲ ଡିଟେଲ୍ସ ରିପୋର୍ଟ(ସିଡିଆର) ମଗାଯାଇଥିଲା।  ଜ‌ଣଙ୍କର ସିଡିଆରରେ ସେ ଯୁବତୀଙ୍କ ସହ ପୂର୍ବରୁ କଥାବାର୍ତ୍ତା ହୋଇଥିବା ସ୍ପଷ୍ଟ ହୋଇଥିଲା। ପରେ ଅଭିଯୁକ୍ତ ଜଣକ ହତ୍ୟା କରିଥିବା ସ୍ବୀକାର କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି। ସୋମବାର ଅଭିଯୁକ୍ତକୁ କୋର୍ଟ ଚାଳାଣ କରାଯାଇଛି। ପୁଲିସ ଅଭିଯୁ୍କ୍ତର ମୋବାଇଲ ଫୋନ ଓ ମୃତ ଯୁବତୀଙ୍କ ମୋବାଇଲ ଫୋନ ଭଙ୍ଗା ଅବସ୍ଥାରେ ଅଭିଯୁକ୍ତଙ୍କ ଠାରୁ ଉଦ୍ଧାର କରିଛି ।  ଏସପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ:ମଶା ଯୋଗୁ ବଅଁରପାଳ ଅଞ୍ଚଳବାସୀ ଅତିଷ୍ଠ: ୧୨ ଆକ୍ରାନ୍ତ

Nabarangpur | Crime | love triangle

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe