Youth power is the charioteer of our development chariot: Chief Minister Photograph: (sambad.in)
ଗଞ୍ଜାମ/ଭୁବନେଶ୍ବର: ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସିଛି। ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି । ମାନନୀୟ ପ୍ରଧାନମନ୍ତ୍ରୀ ଏବେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିଛନ୍ତି । ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ ।
ଏଥିପାଇଁ ଆମେ ୩୬ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ଏହି ସବୁ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ତାର ଲକ୍ଷ୍ୟ ହାସଲ କରିବ ଏବଂ ଏଥିରେ ଆପଣ ମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ୫,୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଆମେ ପ୍ରାୟ ୨୮,୦୦୦ ରୁ ଅଧିକ ସରକାରୀ ପଦବୀ ପୂରଣ କରିଛୁ ଏବଂ ଶିଳ୍ପାୟନ ମାଧ୍ୟମରେ ଆମେ ଯୁବଶକ୍ତିଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ଆଣିଛୁ । ଉତ୍କର୍ଷ ଓଡ଼ିଶା ୨୦୨୫ ଆୟୋଜନ ରାଜ୍ୟରେ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି । ଓଡ଼ିଶା ଏବେ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି। ସେଥିପାଇଁ ଆମେ ଯୁବବର୍ଗଙ୍କ ଦକ୍ଷତା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଛୁ।
ଅଧିକ ପଢ଼ନ୍ତୁ: ଅସ୍ତ୍ରୋପଚାର ପରେ ନବୀନ ସୁସ୍ଥ ହେଉଛନ୍ତି: ପ୍ରେମ ପଟ୍ଟନାୟକ
ରାଜ୍ୟର ଆଇ.ଟି.ଆଇ ଗୁଡିକୁ ସୁଦୃଢ କରାଯିବା ସହିତ ୱାର୍ଲଡ ସ୍କିଲ ସେଣ୍ଟର କେନ୍ଦ୍ର ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖୋଲାଯିବ। ସେମିକଣ୍ଡକ୍ଟର, ଏଆଇ, ଏରୋସ୍ପେଶ ଏହିପରି ଅନେକ ଆଧୁନିକ ସ୍କିଲ୍ ଟ୍ରେନିଂ ପାଇଁ ଆଇଟିଇଇଏସ ସିଙ୍ଗାପୁର ସହିତ ବୁଝାମଣା କରାଯାଇଛି। ଏହା ସହିତ ବିଭିନ୍ନ ପ୍ଲେସମେଣ୍ଟ ଲିଙ୍କ୍ଡ ଟ୍ରେନିଙ୍ଗ କାର୍ଯ୍ୟକ୍ରମରେ ଯୁବକଙ୍କୁ ତାଲିମ ଦିଆଯାଇଛି। ଦକ୍ଷତା କ୍ଷେତ୍ରରେ ଓଡ଼ିଶାର ଇକୋସିଷ୍ଟମକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ ମଧ୍ୟ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଗୋପାଳପୁର ଘଟଣା ପରେ ସରକାର ‘ଲଭର୍ସ ପଏଣ୍ଟ’ଗୁଡ଼ିକର ସୁରକ୍ଷା ବୃଦ୍ଧି କରିଛନ୍ତି: ଉପମୁଖ୍ୟମନ୍ତ୍ରୀ
ganjam | CM Mohan Charan Majhi
Follow Us