ଦଶପଲ୍ଲା: ଦଶପଲ୍ଲା ଥାନା ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ୨୦୦ମିଟର ଦୂରରେ ଅଜଣା  ଯୁବକଙ୍କ କ୍ଷତାକ୍ତ ମୃତଦେହ ରାସ୍ତା କଡ଼ରେ ପଡ଼ି ରହିଛି। ପାଖରେ ଏକ ହ୍ୟାଣ୍ଡ ବ୍ୟାଗ୍ ,ହେଲମେଟ ,ବାଇକ୍ ଥିବାବେଳେ  ମୃତ ଯୁବକଙ୍କ ଡାହାଣ ଗୋଡ଼ରେ  ଗଭୀର ଆଘାତ ଲାଗିଛି।

Advertisment

ମୁହଁ ତଳକୁ କରି ପଡ଼ି ରହିଛି ମୃତଦେହ

ମୁହଁ ତଳକୁ କରି ପଡ଼ି ରହିଛି ଯୁବକଙ୍କ ମୃତଦେହ। ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ସମସ୍ତ ସାମଗ୍ରୀ ଜବତ କରି  ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ:Odisha Tourism: ଆରମ୍ଭ ହେଲା ବଣଭୋଜି ଋତୁ: ସଜେଇ ହୋଇ ବସିଛନ୍ତି ଦେଓଧର-ଖଣ୍ଡାଧାର

ସେପଟେ ଗତ କିଛି ଦିନ ଧରି ଦଶପଲ୍ଲା ଅଞ୍ଚଳର ଚଢ଼େୟାପଲି ଜଙ୍ଗଲରେ ମାଓବାଦୀ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମାଓବାଦୀମାନେ ହତ୍ୟା କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ  ଚର୍ଚ୍ଚା ଜୋର୍ ଧରିଛି।

ଜଙ୍ଗଲରେ ମାଓବାଦୀ ଥିବା ସନ୍ଦେହ

ପାଖ ଜଙ୍ଗଲରେ ମାଓବାଦୀ ଥିବା ବେଳେ ଚର୍ଚ୍ଚା ଜୋର୍ ଧରିଛି। ଫଳରେ  ସ୍ଥାନୀୟ ବାସିନ୍ଦା ଭୟଭୀତ ହେବାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ:Husband Killed Wife: ଏମିତି କଣ କିଏ ମାରିପାରେ: ଇଂଜେକସନ ଦେଲେ ସ୍ୱାମୀ, ୯ ମାସ ଧରି ମୃତ୍ୟୁ ସହ ଲଢ଼ିଲେ ପତ୍ନୀ