Advertisment

Paddy: ମଣ୍ଡିରେ ଅବ୍ୟବସ୍ଥା ନେଇ ବର୍ଷିଲେ ଜିଲ୍ଲା ପରିଷଦ ସଭ୍ୟ

Advertisment

ମାଲକାନଗିରିରେ ୭୫ତମ ଜିଲ୍ଲା ପରିଷଦ ସାଧାରଣ ଅଧିବେଶନ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ସମସ୍ତ ସଦସ୍ୟମାନେ ଯୋଗ ଦେଇ ନିଜ...

ମାଲକାନଗିରିରେ ୭୫ତମ ଜିଲ୍ଲା ପରିଷଦ ସାଧାରଣ ଅଧିବେଶନ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ସମସ୍ତ ସଦସ୍ୟମାନେ ଯୋଗ ଦେଇ ନିଜ...

Untitled-12.jpg

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରିରେ ୭୫ତମ ଜିଲ୍ଲା ପରିଷଦ ସାଧାରଣ ଅଧିବେଶନ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ସମସ୍ତ ସଦସ୍ୟମାନେ ଯୋଗ ଦେଇ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବୈଠକରେ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ପାନୀୟ ଜଳର ଉତ୍କଟ ଅଭାବ, ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଲା, ହୋଷ୍ଟେଲଗୁଡିକରେ ନିମ୍ନମାନର ଖାଦ୍ୟ ପ୍ରଦାନ, ରାସ୍ତା ନିର୍ମାଣ ଇତ୍ୟାଦିକୁ ନେଇ ସଭ୍ୟ ଓ ସଭ୍ୟାମାନେ ଗର୍ଜିଥିଲେ।

ଜିଲ୍ଲା ପରିଷଦ ସଦସ୍ୟମାନଙ୍କର ସମସ୍ତ ସମସ୍ୟାର କିଭଳି ଭାବେ ତ୍ବରିତ ସମାଧାନ ହେବ ସେ ନେଇ ପଦକ୍ଷେପ ନିଆଯିବା ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜମି ପଟ୍ଟା ତ୍ରୁଟି ସଂଶୋଧନ କରି ହିତାଧିକାରୀଙ୍କୁ ଉପଯୁକ୍ତ ପଟ୍ଟା ପ୍ରଦାନ କରିବାକୁ ଗୁରୁତ୍ଵାରୋପ କରିଥିଲେ ଶ୍ରୀମତି ତାଙ୍ଗୁଲୁ।  ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଜିଲ୍ଲା ଶିଳ୍ପ କେନ୍ଦ୍ର (ଡ଼ିଆଇସି) ମାଧ୍ୟମରେ ଋଣ ପାଇଁ ଆବେଦନ କରିବାକୁ ଜିଲ୍ଲାପାଳ ଆହ୍ଵାନ କରିଥିଲେ।

Mkg zilla parisad meeting (3)

ଆହୁରି ପଢ଼ନ୍ତୁ: Mahanadi: ମହାନଦୀ ଜଳ ବିବାଦରେ ତ୍ବରାନ୍ବିତ ପଦକ୍ଷେପ: ସମାଧାନ ନେଇ ବଢ଼ିଲା ଆଶା

ପିଏମଇଜିପି ଯୋଜନାରେ ଗ୍ରାମାଞ୍ଚଳ ପାଇଁ ୩୫ ପ୍ରତିଶତ ଓ ସହରାଞ୍ଚଳ ପାଇଁ ୨୫ ପ୍ରତିଶତ ସବ୍‌ସିଡି ମିଳିଥାଏ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଳାରେ ଡ୍ରପ୍ ଆଉଟ୍ ସଂଖ୍ୟା କମେଇବା ନିମନ୍ତେ ହୋଷ୍ଟେଲ୍ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବା ଉପରେ ଗୃହରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ ଭାବେ ଅନୁସୂଚିତ ଜନଜାତିର ଯୁବଗୋଷ୍ଠୀଙ୍କୁ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ବିଷୟରେ ସଚେତନ କରିବା ପାଇଁ କହିଥିଲେ ଜିଲ୍ଲାପାଳ। ଏହାଦ୍ବାରା ବୃତ୍ତିଗତ ଶିକ୍ଷା ଲାଭ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ପ୍ରଦାନ କରିଥିଲେ ଜିଲ୍ଲାପାଳ। ମାର୍ଚ୍ଚ ମାସ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ଉଠିବ ବୋଲି ଜିଲ୍ଲାପାଳ କହିଛନ୍ତି। ପରିଶେଷରେ ରାସ୍ତା, ସେତୁ, ସ୍ଵାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗିକରଣ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜନ ପ୍ରତିନିଧି ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe