Theft Baripada Jewellery Shop ଗ୍ୟାସ୍ କଟରରେ ତାଲା ଓ ଗ୍ରିଲ୍ କାଟି ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ

Advertisment

ବାରିପଦା ସହର ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଛକ ନିକଟରେ ଥିବା ରାଜେଶ ମହାପାତ୍ର ଜୁଏଲର୍ସ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା Theft ହୋଇଥିବାର ସୂଚନା ମିଳିଛି।

ବାରିପଦା ସହର ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଛକ ନିକଟରେ ଥିବା ରାଜେଶ ମହାପାତ୍ର ଜୁଏଲର୍ସ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା Theft ହୋଇଥିବାର ସୂଚନା ମିଳିଛି।

Untitled-8 copy

Theft From Baripada Jewellary Shop Photograph: (sambad.in)

ବାରିପଦା: ବାରିପଦା ସହର ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ଛକ ନିକଟରେ ଥିବା ରାଜେଶ ମହାପାତ୍ର ଜୁଏଲର୍ସ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଥିବାର ସୂଚନା ମିଳିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ଏହା ସାମ୍ନାକୁ ଆସିଛି।

ପୁଲିସର ତଦନ୍ତ ଆରମ୍ଭ

ସୂଚନା ଅନୁସାରେ, ଚୋରମାନେ ପ୍ରଥମେ ଦୋକାନର ସିସିଟିଭି କ୍ୟାମେରା ଉପରେ ବ୍ଲାକ୍ ସ୍ପ୍ରେ କରି ଦୃଶ୍ୟ ଅସ୍ପଷ୍ଟ କରିଥିଲେ। ପରେ ଗ୍ୟାସ୍ କଟର୍ ମାଧ୍ୟମରେ ତାଲା ଓ ଗ୍ରିଲ କାଟି ଦୋକାନ ଭିତରକୁ ପଶି ଲୋକର ଭାଙ୍ଗି ସୁନା–ରୁପା ଗହଣା ନେଇଯାଇଥିଲେ। ଚୋରମାନେ ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ନିଜ ସହିତ ନେଇଯାଇଥିବା କୁହାଯାଉଛି। ଘଟଣା ସ୍ଥଳରେ ଭଞ୍ଜପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗହଣା ଦୋକାନର ମାଲିକଙ୍କ ବକ୍ତବ୍ୟ ଅନୁସାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: Centenary Celebration Janaki Ballabh Patnaik ଉଦଘାଟିତ ହେଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବର୍ତ୍ତମାନ ସାଇଣ୍ଟିଫିକ୍ ଟିମ୍ ଆସି ଯାଞ୍ଚ କରୁଛି। ବେଳେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରୁଛି। ଶୀଘ୍ର ଚୋରମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ପୁଲିସ ଆଶା ବ୍ୟକ୍ତ କରିଛି।

ଆହୁରି ପଢ଼ନ୍ତୁ: Dead Body Shop Keeper Rescued ତେଲ ନଦୀ ବ୍ରିଜ ତଳେ ତେଜରାତିି ଦୋକାନୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା ବଢ଼ିଲା ସନ୍ଦେହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe