Shocking Incident in Jagatsinghpur: ଗାଁ ମଶାଣିରେ ହୋଇଛି ପୂଜାର୍ଚ୍ଚନା, ଏମିତି କିଏ ଓ କାହିଁକି କରୁଥିଲା ତାକୁ ନେଇ ଉଠିଛି ପ୍ରଶ୍ନ

Advertisment

ଗାଁ ମଶାଣିରେ ହୋଇଛି ପୂଜାର୍ଚ୍ଚନା। ପୂଜା ସାମଗ୍ରୀ ସହ ରହିଛି ଯୁବକ ଯୁବତୀଙ୍କ ଫଟୋ। ଏମିତି କିଏ ଓ କାହିଁକି କରୁଥିଲା ତାକୁ ନେଇ ଉଠିଛି ପ୍ରଶ୍ନ। ଜଗତସିଂହପୁର ଜିଲ୍ଲା ବାଲିକୁଦା ମରିଚପୁର ମଶାଣିରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଗାଁ ମଶାଣିରେ ହୋଇଛି ପୂଜାର୍ଚ୍ଚନା। ପୂଜା ସାମଗ୍ରୀ ସହ ରହିଛି ଯୁବକ ଯୁବତୀଙ୍କ ଫଟୋ। ଏମିତି କିଏ ଓ କାହିଁକି କରୁଥିଲା ତାକୁ ନେଇ ଉଠିଛି ପ୍ରଶ୍ନ। ଜଗତସିଂହପୁର ଜିଲ୍ଲା ବାଲିକୁଦା ମରିଚପୁର ମଶାଣିରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ଜଗତସିଂହପୁର: ବାଲିକୁଦା ମରିଚପୁର ମଶାଣିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଶାଣିରେ ହୋଇଥିବା ପୂଜା ସ୍ଥାନରେ ପଡ଼ିଛି କଳସ, ସିନ୍ଦୂର, ଫୁଲ, କୁକୁଡ଼ା ମୁଣ୍ଡ ଏବଂ ଯୁବକ ଯୁବତୀଙ୍କ ଫଟୋ। ମଶାଣିରେ କେହି ଗୁଣି ଗାରେଡ଼ି କରିଥିବା ସନ୍ଦେହ କରାଯାଉଛି। ତେବେ ଏହି ସ୍ଥାନରେ କିଏ ଓ କାହିଁକି ଏମିତି କରିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏଭଳି ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । 

ପୂଜା ସାମଗ୍ରୀ ସହ ରହିଛି ଯୁବକ ଯୁବତୀଙ୍କ ଫଟୋ

ବକୁଳ ଅମାବାସ୍ୟା ରାତିରେ ଏମିତି ଗୁଣି ଗାରେଡ଼ି ସାଧନା କରିଥିବା ଅଞ୍ଚଳରେ ଆଲୋଚନା ହେଉଛି। ଯୁବକ ଯୁବତୀଙ୍କ ଫଟୋ ସହିତ ପୂଜା ସ୍ଥାନକୁ ଦେଖି ଗାଁ ଲୋକମାନଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। ତେବେ ଉକ୍ତ ସ୍ଥାନରୁ ମିଳିଥିବା ଫଟୋ କିଏ ଓ କେଉଁ ଅଞ୍ଚଳର ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: Cold Wave Intensify: ବଡ଼ଦିନ ଠାରୁ ବଢ଼ିବ ଶୀତ: ପାଣିପାଗ ବିଭାଗର ପୂର୍ବାନୁମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe