Miss You Humane ଗାଁ ଛକରେ ହ୍ୟୁମାନଙ୍କ ଛବି: ପ୍ରଶଂସକ ଦେଲେ ନିଆରା ଶ୍ରଦ୍ଧାଞ୍ଜଳି...

ଗଜପତି ଜିଲ୍ଲା ଜିରାଙ୍ଗ ଗାଁ ଖ୍ରୀଷ୍ଟିଆନ ସାହି ଛକରେ ଏହି ଚିତ୍ର କରାଯାଇଛି । ଏକ ଦୋକାନ ଘର କାନ୍ଥରେ ତାଙ୍କ ଜନ୍ମଦିନ ଅବସରରେ ଏହି ଚିତ୍ର ଆଙ୍କିଥିଲେ ସେହି ଗାଁର ଜଣେ ଯୁବକ । ଗାଁର ଯୁବଗୋଷ୍ଠୀ ହ୍ୟୁମାନଙ୍କ ଫ୍ୟାନ୍ ହୋଇଥିବାରୁ ତାଙ୍କୁ ଭିନ୍ନ ଏକ ଶ୍ରଦ୍ଧାଞ୍ଜଳି ଦେଇଥିଲେ

ହ୍ୟୁମାନ ! ହଜାରେ ହୃଦୟର ନାୟକ । ଓଡିଶା ସବୁଦିନ ପାଇଁ ହରେଇଥିବା ଖଣ୍ଡେ ହୀରା । ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପରପାରିକୁ ଯିବାକୁ ୟାଭିତରେ ୧୨ ଦିନ ହେଲାଣି । ହେଲେ ଏବେବି ତାଙ୍କୁ ଝୁରୁଛି ମାଟି, ଝୁରୁଛି ଗାଁ, ଝୁରୁଛି ଓଡିଶା ଆଉ ଝୁରୁଛନ୍ତି ପ୍ରଶଂସକ । ତାଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁ ନାହାନ୍ତି ତାଙ୍କ ସାଥି କଳାକାର । ତେବେ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କରି କିଛି ସ୍ଥାନରେ ଏତଲା ଦିଆଯାଇଥିବା ବେଳେ ତାଙ୍କ ପ୍ରତିମୂର୍ତ୍ତି ଓଡିଶାର କିଛି ସ୍ଥାନରେ କରିବାକୁ ବି ଦାବି ହେଉଛି । ଆଉ ୟାରି ଭିତରେ ସାମ୍ନାକୁ ଆସିଛି ହ୍ୟୁମାନ ସାଗରଙ୍କ ଏକ ସୁନ୍ଦର ଛବି ଯାହାକୁ ତାଙ୍କ ପ୍ରଶଂସକମାନେ ନିଜ ଗାଁ ଛକରେ ଆଙ୍କିଛନ୍ତି ଆଉ ହ୍ୟୁମାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଆହୁରି ପଢନ୍ତୁ- ମାଡ଼ିଆସିଲା ଜଳପ୍ରଳୟ, ଜୀବନ ବିକଳରେ ଗଛକୁ ଚଢିଗଲେ ବ୍ୟକ୍ତି... ଦେଖନ୍ତୁ ଭୟଙ୍କର ବନ୍ୟାର ଲୋମଟାଙ୍କୁରା ଦୃଶ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe