ମାଡ଼ିଆସିଲା ଜଳପ୍ରଳୟ, ଜୀବନ ବିକଳରେ ଗଛକୁ ଚଢିଗଲେ ବ୍ୟକ୍ତି... ଦେଖନ୍ତୁ ଭୟଙ୍କର ବନ୍ୟାର ଲୋମଟାଙ୍କୁରା ଦୃଶ୍ୟ

ପାଣି ଯେତେଯେତେ ବଢୁଥିଲା ବ୍ୟକ୍ତି ଜଣଙ୍କ ଗଛ ଉପରକୁ ସେତେସେତେ ଚଢୁଥିଲେ । ଭାବିଥିଲେ କିଛି ସମୟ ପରେ ପାଣି କମିଯିବା ପରେ ସେ ଓହ୍ଲାଇ ଆସିବେ । କିନ୍ତୁ ପାଣି କମିବ କ’ଣ... ବେଳକୁ ବେଳ ଆହୁରି ବଢିଚାଲିଲା...

କେହି କିଛି ବୁଝିବା ଆଗରୁ ହଠାତ୍ ମାଡ଼ିଆସିଲା ଜଳପ୍ରଳୟ । ଅଚାନକ ଗାଁରେ ପଶିଗଲା ବନ୍ୟାପାଣି । ଆଉ ତାପରେ ଯିଏ ଯୁଆଡେ ପାରିଲା ପ୍ରାଣ ବିକଳରେ ଧାଇଁଲା । ଘରେ ପାଣି, ବାହାରେ ପାଣି, ରାସ୍ତାରେ ପାଣି... ସବୁଠି ପ୍ରକୃତି ପାଣି ପ୍ରଳୟ ରଚିବା ପରେ ଲୋକେ ଜୀବନ ବଞ୍ଚାଇବାକୁ ଛାତ ଉପରକୁ ଧାଇଁଲେ, ଉଚ୍ଚା ସ୍ଥାନକୁ ଦୌଡ଼ିଲେ । ଆଉ ଏତିକି ବେଳେ ଏକ ଆଜବେଷ୍ଟସ ଘରେ ରହୁଥିବା ଜଣେ ବ୍ୟକ୍ତି କୁଆଡେ କିଛି ଉପାୟ ନପାଇ, ପାଣି ପାଟିରୁ ରକ୍ଷା ପାଇବା ପାଇଁ ନିଜ ଘର ଅଗଣାରେ ଥିବା ନଡ଼ିଆ ଗଛକୁ ଚଢିଯାଇଥିଲେ...

ଆହୁରି ପଢନ୍ତୁ- Dharmendra Pradhan and Sambalpur Collector: ଆମ ଜିଲ୍ଲାପାଳ ଆଖୁଚାଷୀଙ୍କ ପୁଅ, କାହାକୁ ଏମିତି କହିଲେ ଧର୍ମେନ୍ଦ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe