ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ଘୁ. ଉଦୟଗିରିର ରାତି ପାରଦ ସମାନ୍ୟ ବଢ଼ିଛି। ୩ ଡିଗ୍ରିକୁ ଖସିଥିବା ଘୁ. ଉଦୟଗିରିର ପାରଦ ୫ ଡିଗ୍ରିକୁ ଉଠିଛି। ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ତାପମାତ୍ରା ୬ ଡିଗ୍ରି ରହିଥିବା ବେଳେ କୋରାପୁଟରେ ୬.୮ ଡିଗ୍ରି, ସେମିଳିଗୁଡ଼ାରେ ୭.୪ ଡିଗ୍ରି, ଚିପିଲିମାରେ ୮.୮ ଡିଗ୍ରି, ନବରଙ୍ଗପୁରରେ ୯ ଡିଗ୍ରି, ଭବାନୀପାଟଣାରେ ୯.୨ ଡିଗ୍ରି, ଅନୁଗୁଳରେ ୯.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୯.୮ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି।

Advertisment

MGNREGA : ଗାନ୍ଧି ଓ ରାମରାଜ୍ୟ ମଧ୍ୟରେ କୌଣସି ଫରକ ନାହିଁ : ଶଶୀ ଥରୁର

ପୁରୀକୁ ଛାଡ଼ି‌ ଦେଲେ ଅବଶିଷ୍ଟ ଓଡ଼ିଶାର ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିଛି। ଦ୍ବୈତନଗରୀର ରାତି ତାପମାତ୍ରା ସମାନ ରହିଛି। ୧୨.୬ ଡିଗ୍ରି ରାତି ତାପମାତ୍ରାରେ ଦ୍ବୈତନଗରବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଅନ୍ୟପଟେ ଏହି ଥଣ୍ଡାରୁ ଏବେ ମୁକ୍ତି ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ସପ୍ତାହେ ଏହି ଥଣ୍ଡା ଜାରି ରହିବ। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ଝାରସୁଗୁଡ଼‌ାରେ ଏବେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ୁଥିବା ‌ବେଳେ ଆସନ୍ତାକାଲି ମଧ୍ୟ କିଛି କିଛି ସ୍ଥାନରେ କୁହୁଡ଼ି ସମ୍ଭାବନା ରହିଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ନିର୍ମଳ ରହିବ। ପାହାନ୍ତା ବେଳକୁ କିଛି କିଛି କୁହୁଡ଼ି ପଡ଼ିପ‌ାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରି ମଧ୍ୟରେ ରହିପାରେ। 

Burden Of Family On Minor Son: ବିଧବା ଝିଅ-ମା’ଙ୍କୁ ମିଳୁନି ଭତ୍ତା: ପାଠ ଛାଡି ପରିବାର ଚଳାଉଛନ୍ତି ନାବାଳକ ପୁଅ