Advertisment

winter: ବଡ଼ଦିନ ଓ ନୂଆବର୍ଷରେ ବି ଥଣ୍ଡାରୁ ତ୍ରାହି ନାହିଁ

Advertisment

ଏବେ ବି ରାଜ୍ୟରେ ପ୍ରବଳ ଜାଡ଼ ଜାରିରହିଛି। ନୂଆବର୍ଷରେ ବି ଏହି ଜାଡ଼ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ରାଜ୍ୟରେ ‌ଏତେ ଲମ୍ବା ଅବଧିର ଶୀତ ଗତ ୧୦ ବର୍ଷରେ କେହି ଅନୁଭବ କରିନଥିବା କହୁଛନ୍ତି।

ଏବେ ବି ରାଜ୍ୟରେ ପ୍ରବଳ ଜାଡ଼ ଜାରିରହିଛି। ନୂଆବର୍ଷରେ ବି ଏହି ଜାଡ଼ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ରାଜ୍ୟରେ ‌ଏତେ ଲମ୍ବା ଅବଧିର ଶୀତ ଗତ ୧୦ ବର୍ଷରେ କେହି ଅନୁଭବ କରିନଥିବା କହୁଛନ୍ତି।

ଭୁବନେଶ୍ବର: ଏବେ ବି ରାଜ୍ୟରେ ପ୍ରବଳ ଜାଡ଼ ଜାରିରହିଛି। ନୂଆବର୍ଷରେ ବି ଏହି ଜାଡ଼ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ରାଜ୍ୟରେ ‌ଏତେ ଲମ୍ବା ଅବଧିର ଶୀତ ଗତ ୧୦ ବର୍ଷରେ କେହି ଅନୁଭବ କରିନଥିବା କହୁଛନ୍ତି। ବଡ଼ଦିନ ଓ ନୂଆବର୍ଷକୁ ବି ଜାଡ଼ରେ ଥରିବ ସାରା ଓଡ଼ିଶା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସେମିଳିଗୁଡ଼ାଠାରେ ୩.୯ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଛତ୍ରପୁର, ଗୋପାଳପୁର ଓ ପୁରୀ ଭଳି ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳକୁ ଛାଡ଼ିଦେଲେ ଅବଶିଷ୍ଟ ଓଡ଼ିଶାର ରାତି ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିଛି। ତେବେ ରାଜ୍ୟର ଏହି ତାପମାତ୍ରା ଆହୁରି ସପ୍ତାହେ ରହିପାରେ ବୋଲି ଆଞ୍ଚଳିକ ପାଣିପା‌ଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ

ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କାରଣ ପାଇଁ ଏଭଳି ଜାଡ଼ ଜାରି ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ। ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ଉତ୍ତରା ପବନ ବହୁଥିବାରୁ ପଶ୍ଚିମ ଓଡ଼ିଶାର ରାତ୍ରି ପାରଦ ଖସିବାରେ ଲାଗିଛି। ଏଥିସହ କନ୍ଧମାଳ, ଘୁ. ଉଦୟଗିରି, ବାଲିଗୁଡ଼ା ଆଦି ଆଭ୍ୟନ୍ତର ଓଡ଼ିଶାର ପାରଦ ନିମ୍ନଗାମୀ ହେବାର ବିଭିନ୍ନ କାରଣ ରହିଛି। ସାଧାରଣତଃ ଆଭ୍ୟନ୍ତର ଓଡ଼ିଶା ସମୁଦ୍ରଠାରୁ ଦୂରରେ ରହୁଥିବାରୁ, ବନପାହାଡ଼ ଘେରାରେ ରହିଥିବାରୁ ଏବଂ ସମୁଦ୍ର ପତ୍ତନଠାରୁ ଉଚ୍ଚ‌ରେ ରହିଥିବାରୁ ସେଠାରେ ଶୀତ ବଢ଼ିବା ସହ ଜାଡ଼ ଲଗାତାର ଜାରିରହିଛି। ତେବେ ଉପକୂଳବର୍ତ୍ତୀ ଅଞ୍ଚଳ ଯଥା ବାଲେଶ୍ବରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଥଣ୍ଡା ବଢ଼ିବାର ବି ଭିନ୍ନ କାରଣ ରହିଛି। ଭୁବନେଶ୍ବରକୁ ସିଧାସଳଖ ଉତ୍ତରା ପବନ ମାଡ଼ ହେଉଥିବାରୁ ଏଠାରେ ରାତି ପାରଦ ଖସିବାରେ ଲାଗିଛି। ଏଥିସହ ରାଜଧାନୀକୁ ସାମୁଦ୍ରିକ ପବନ ଧୀରେ ପ୍ରବାହିତ ହେଉଥିବାରୁ ଶୀତର ପ୍ରଭାବ ଅଧିକ ରହୁଥିବା ଡ. ପଶୁପାଳକ କହିଛନ୍ତି। 

Winter session: ଶୀତ ଅଧିବେଶନ: ମନ‌ରେଗାର ନାମ ପରିବର୍ତ୍ତନ ନେଇ ଗର୍ଜିଲେ ବିରୋଧୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe