ଭୁବନେଶ୍ବର: ରାଜ୍ୟରେ ହାଲ୍‌କା ଶୀତ କମିଥିବା ବେ‌ଳେ କୁହୁଡ଼ିର ପ୍ରକୋପ ବଢ଼ିଛି।  ଉପକୂଳ ଓଡ଼ିଶାରେ ଶୀତ ସ୍ବାଭାବିକ ରହିଥିବା ବେଳେ ଆଭ୍ୟନ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଂଶରେ ପ୍ରବଳ ଶୀତ ପଡ଼ିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ.ଉଦୟଗିରିଠାରେ ୫.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଫୁଲବାଣୀରେ ୬.୨ ଡିଗ୍ରି, ଝାରସୁଗୁଡ଼ାରେ ୬.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୭ ଡିଗ୍ରି, ସେମିଳିଗୁଡ଼ା ଓ ରାଉରକେଲାରେ ୭.୧ ଡିଗ୍ରି, ନବରଙ୍ଗପୁରରେ ୭.୮ ଡିଗ୍ରି, କିରେଇରେ ୮ ଡିଗ୍ରି, ସୁନ୍ଦରଗଡ଼ରେ ୮.୨ ଡିଗ୍ରି, କୋରାପୁଟରେ ୮.୩ ଡିଗ୍ରି, କେନ୍ଦୁଝରରେ ୮.୮ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରହିଛି। ଅନ୍ୟପଟେ ନୟାଗଡ଼ରେ ଅତି ଘନ କୁହୁଡ଼ି ଦେଖାଯାଇଛି। ଏଥିରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍‌ ରହିଥିଲା। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୁହୁଡ଼ି ପ୍ରଭାବରେ ଖରା ବାହାରିନଥିଲା। ଏଥି ସହ କେନ୍ଦୁଝରରେ ଘନକୁହୁଡ଼ିର ଆସ୍ତରଣ ସହ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍‌ ରହିଥିଲା।

Advertisment

Zero Night Celebration: ସବୁ ଗଡ଼ବଡ଼ କରିଦେଲା ଗୁରୁବାର… ନୂଆବର୍ଷ ଭୋଜି ଫିକାଫିକା, ଜିରୋ ନାଇଟ୍ ସେଲିବ୍ରେସନରେ ଆମିଷ ମାଡ଼

ଜଗତସିଂହପୁର, ଖୋର୍ଧା, ଢେଙ୍କାନାଳଭବାନୀପାଟଣାରେ କୁହୁଡ଼ିର ସାନ୍ଦ୍ରତା ୫୦୦ ମିଟରରୁ ବି କମ୍‌ ରହିଥିଲା। ରାଜଧାନୀ ଭୁବନେଶ୍ବରରେ ବି ମଧ୍ୟାହ୍ନ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ଦେଖାଯାଇଥିଲା। ଏହାରେ ଦୃଶ୍ୟମାନ ଦୂରତା ୮୦୦ ମିଟର ରହିଥିଲା। ରାଉରକେଲା, ବାରିପଦା, ପାରାଦୀପ, ଚାନ୍ଦବାଲି ଓ ଗୋପାଳପୁରରେ ମଧ୍ୟ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀର କିଛି କିଛି ଅଞ୍ଚଳରେ ଅତି ଘନ କୁହୁଡ଼ିର ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବା‌ଲେଶ୍ବର, ଗଜପତି, ଗଞ୍ଜାମ, ଖୋର୍ଧା, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୪ ଦିନରେ ରାଜ୍ୟରେ ଶୀତ ଆହୁରି କମିବ। ପାଖାପାଖି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ରାତି ପାରଦ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

New Year: ସ୍ମାର୍ଟଫୋନ୍‌-ସୋସିଆଲ ମିଡିଆ ଶେଷ କଲା ପାରଂପରିକ ‘ନୂଆବର୍ଷ ଗ୍ରିଟିଙ୍ଗ୍‌ କାର୍ଡ’ର ଚାହିଦା