ଭୁବନେଶ୍ବର: ଆହୁରି ସପ୍ତାହେ ପର୍ଯ୍ୟନ୍ତ ଓଡ଼ିଶାବାସୀ ଶୀତରେ ଥରିବେ। ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ଆକଳନ ଅନୁଯାୟୀ ଆସନ୍ତା ସପ୍ତାହ ଯାଏଁ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ବହୁତ କମ୍ ରହିବ। ୧୫ ତାରିଖ ପର୍ଯ୍ୟନ୍ତ ଅଧିକ ଥଣ୍ଡା ହେବାର ୬୦ରୁ ୧୦୦% ସମ୍ଭାବନା ରହିଛି। ତେବେ ପରବର୍ତ୍ତୀ ୭ ଦିନ ଅର୍ଥାତ୍ ୨୧ ତାରିଖ ପର୍ଯ୍ୟନ୍ତ ଶୀତ ପ୍ରକୋପ କମ୍ ରହିବ। ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଥଣ୍ଡାର ପ୍ରଭାବ ଅଧିକ ରହିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି।
Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାଜ୍ୟର ୨୪ଟି ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି କିମ୍ବା ତଳେ ରହିଛି। ଚଳିତବର୍ଷ ପ୍ରଥମ ଥର ପାଇଁ ସର୍ବନିମ୍ନ ତାପମାତ୍ରା ଘୁ.ଉଦୟଗିରିରେ ପାରଦ ୨ ଡିଗ୍ରି ଛୁଇଁଛି। ଟ୍ବିନ୍ସିଟି ଯଥା କଟକ ଓ ଭୁବନେଶ୍ବରରେ ପାରଦ ୯ ଡିଗ୍ରିକୁ ଖସି ଆସିଛି। ଘୁ.ଉଦୟଗିରି ବ୍ୟତୀତ ସେମିଳିଗୁଡ଼ାରେ ୩.୨, ଫୁଲବାଣୀରେ ୫, ରାଉରକେଲାରେ ୫.୪, ଝାରସୁଗୁଡ଼ାରେ ୫.୮, ଦାରିଙ୍ଗବାଡ଼ିରେ ୬, ନବରଙ୍ଗପୁର ଓ ଭବାନୀପାଟଣାରେ ୭, କିରେଇରେ ୭.୨, ଚିପିଲିମାରେ ୭.୫, ଅନୁଗୁଳରେ ୭.୮, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୮, ରାଣୀତାଲରେ ୮.୬, ଢେଙ୍କାନାଳରେ ୮.୯, ବଲାଙ୍ଗୀରରେ ୯, ଭୁବନେଶ୍ବରରେ ୯.୪, ବାଲେଶ୍ବରରେ ୯.୫, କୋରାପୁଟ, କଟକ ଓ ରାୟଗଡ଼ାରେ ୯.୬, ସୋନପୁରରେ ୯.୯, ସମ୍ବଲପୁର ଓ ମହିଷାପାଟରେ ୧୦ ଡିଗ୍ରି ଲେଖାଏଁ ରହିଥିଲା। ୧୯୫୨ରୁ ଆଜି ପର୍ଯ୍ୟନ୍ତ ଇତିହାସକୁ ଦେଖିଲେ ଜାନୁଆରି ମାସରେ ୪ର୍ଥ ଥର ପାଇଁ ଭୁବନେଶ୍ବର ତାପମାତ୍ରା ୯ ଡିଗ୍ରିକୁ ହ୍ରାସ ପାଇଛି।
/filters:format(webp)/sambad/media/media_files/2026/01/09/hfhshffh-2026-01-09-02-06-20.jpg)
୧୯୯୨ ଜାନୁଆରି ୫ରେ ୮.୬ ଡିଗ୍ରି ରହିଥିବା ବେଳେ ୨୦୦୩ ଜାନୁଆରି ୧୭ରେ ୯, ୨୦୧୨ ଜାନୁଆରି ୧୫ରେ ୯.୩ ଡିଗ୍ରି ରହିଥିଲା। ୧୯୫୨ ଜାନୁଆରି ୩ରେ ରାତି ତାପମାତ୍ରା ୯.୪ ଡିଗ୍ରି ରହିଥିଲା।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗୋପାଳପୁର, ଛତ୍ରପୁର ଓ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ସହରରେ ପାରଦ ୧୩ ଡିଗ୍ରି ତଳକୁ ଖସିଯାଇଛି। ଫଳରେ ଥଣ୍ଡାର ଥାର୍ଡ ଡିଗ୍ରି ସହୁଛନ୍ତି ଓଡ଼ିଶାବାସୀ। ଶୀତ ସହ କାଳ ହୋଇଛି କାଲୁଆ ପବନ। ଅପରାହ୍ଣ ୪ଟା ହେଉ ହେଉ ପଦାକୁ ବାହାରିବା ମୁସ୍କିଲ ହୋଇଯାଉଛି। ସନ୍ଧ୍ୟା ପରେ ଗାଡ଼ି ଚଲାଇବା ଓ ପଦାକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଶୀତ କଷ୍ଟକୁ ଆହୁରି ବଢ଼ାଇ ଦେଇଛି କୁହୁଡ଼ି ଓ କାକର। ଶିମିଳିପାଳ, ଫୁଲବାଣୀ ଓ ଘୁ. ଉଦୟଗିରିରେ ତୁଷାରପାତ ଦେଖିବାକୁ ମିଳିଛି। ସୁନ୍ଦରଗଡଜିଲ୍ଲା କୋଇଡ଼ାର ଖଣି ଅଞ୍ଚଳ ଧଳା ଚାଦରରେ ଢାଙ୍କି ହୋଇପଡ଼ିଛି। ଶୀତ ଲହରି ଯୋଗୁଁ ଉପକୂଳ ଓଡ଼ିଶା ଥରୁଥିବା ବେଳେ ଉତ୍ତରା ପବନର ପ୍ରକୋପ ପଶ୍ଚିମ ଓ ଆଭ୍ୟନ୍ତରକୁ ଥରାଉଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ବର, ଅନୁଗୁଳ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହୋଇପାରେ। ତେଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/16/cFFMIHcTWyk4PipOOm1x.jpg)