ଭୁବନେଶ୍ବର: ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଛୁଇଁବାକୁ ଥିବା ବେଳେ ପଶ୍ଚିମଓଡ଼ିଶାର ସମସ୍ତ ସହରର ଦିନର ତାପମାତ୍ରା ୩୭ ଡିଗ୍ରିରୁ ଅଧିକ ରହିବ। ୧୨ ତାରିଖରେ ଟିଟିଲାଗଡ଼ ବ୍ୟତୀତ ବଲାଙ୍ଗୀର, ଭବାନୀପାଟଣା, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବରଗଡ଼, ନୂଆପଡ଼ା ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିବ।
Global temperature: ଭାରତ ପାଇଁ ବିପଦ: ବିଶ୍ବ ତାପମାତ୍ରା ୧.୫ ଡିଗ୍ରି ବଢ଼ିଲେ ପ୍ରଳୟଙ୍କରୀ ବିପତ୍ତି
ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉତ୍ତର ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ମାର୍ଚ୍ଚ ୯ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଏବଂ ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ, ପବନ ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୭ ଦିନର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଦିନରେ ଝାରସୁଗୁଡ଼ା ସହରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ୩୭, ବଲାଙ୍ଗୀରରେ ୩୬.୫, ନୟାଗଡ଼ରେ ୩୬.୨, ଭବାନୀପାଟଣାରେ ୩୬.୧, ସୁନ୍ଦରଗଡ଼ ଓ ନୂଆପଡ଼ାରେ ୩୬ ଡିଗ୍ରି ରହିଥିଲା।
Follow Us