Cold weather: ରାଜ୍ୟରୁ ଶୀତ କମିବା ପ୍ରକ୍ରିୟା ଆରମ୍ଭ

Advertisment

ରାଜ୍ୟରୁ ଧୀରେଧୀରେ ଶୀତ କମିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସବୁ ଅଞ୍ଚଳର ରାତି ପାରଦ ପାଖାପାଖି ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି। ଆସନ୍ତା ୨ ଦିନରେ ରାଜ୍ୟର ରାତି ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ରାଜ୍ୟରୁ ଧୀରେଧୀରେ ଶୀତ କମିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସବୁ ଅଞ୍ଚଳର ରାତି ପାରଦ ପାଖାପାଖି ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି। ଆସନ୍ତା ୨ ଦିନରେ ରାଜ୍ୟର ରାତି ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।

Twin Cities to shiver in winter for 7 days

Twin Cities to shiver in winter for 7 days Photograph: (sambad.in)

ଭୁବନେଶ୍ବର: ରାଜ୍ୟରୁ ଧୀରେଧୀରେ ଶୀତ କମିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସବୁ ଅଞ୍ଚଳର ରାତି ପାରଦ ପାଖାପାଖି ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଲାଣି। ଆସନ୍ତା ୨ ଦିନରେ ରାଜ୍ୟର ରାତି ତାପମାତ୍ରା ପାଖାପାଖି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ଆହୁରି କମିବ। ତେବେ ଶୀତ କମିବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ରାଜ୍ୟବାସୀ ଏବେ ମଧ୍ୟ ଶୀତରେ ଥରୁଛନ୍ତି। ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୩.୨ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ସେମିଳିଗୁଡ଼ାରେ ୫.୭ ଡିଗ୍ରି, ଫୁଲବାଣୀ ୬.୮ ଡିଗ୍ରି, ରାଉରକେଲାରେ ୭.୫ ଡିଗ୍ରି, ଝାରସୁଗୁଡ଼ାରେ ୮.୪ ଡିଗ୍ରି, କିରେଇରେ ୮.୫ ଡିଗ୍ରି, ନବରଙ୍ଗପୁରରେ ୯ ଡିଗ୍ରି ଓ ଭବାନୀପାଟଣାରେ ୯.୫ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି। ଏଥିସହ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ରାତି ତାପମାତ୍ରା ୧ ଡିଗ୍ରି ଉପରେ ବଢ଼ି ଯଥାକ୍ରମେ ୧୧.୪ ଡିଗ୍ରି ଓ ୧୧.୬ ଡିଗ୍ରି ‌ରେକର୍ଡ ହୋଇଛି। ତେବେ ଆଗାମୀ ଦିନରେ ଶୀତ ଆହୁରି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

ASBM University: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଲିଟେରାରି ସିମ୍ପୋଜିୟମ

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ସାରା ରାଜ୍ୟରେ ଶୀତ କମିଲେ ବି ଜାରି ରହିବ। ଶୀତ ଲହରି ଲେଉଟିବ ନାହିଁ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ଆଜି ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିଲା। ରାଜ୍ୟକୁ ଉତ୍ତର-ପଶ୍ଚିମା ପବନ ସିଧା ବହିବ ନାହିଁ। ଭୁବନେଶ୍ବର ସମେତ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଉତ୍ତର-ପୂର୍ବ ପବନ ବହିବାର ସମ୍ଭାବନା ରହିଛି। ଆକଳନ କରାଯାଉଛି, ରାଜ୍ୟର ଆଭ୍ୟନ୍ତରରେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୁଧବାରଠାରୁ ତିନି ଦିନ ମଧ୍ୟରେ ପ୍ରାୟତଃ ୨ ଡିଗ୍ରି ବଢ଼ିବ ଏବଂ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ୨ରୁ ୩ ଡିଗ୍ରି ବଢ଼ିପାରେ।

Minister Said about Startup: ଷ୍ଟାର୍ଟଅପ୍‌ ରୢାଙ୍କ ଖସିବା ପାଇଁ ପୂର୍ବ ସରକାର ଦାୟୀ: ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe