ଭୁବନେଶ୍ବର: ରାଜ୍ୟବାସୀ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ନୟାଗଡ଼, ଅନୁଗୁଳ, ସମ୍ବଲପୁର, ତାଳଚେର, ଢେଙ୍କାନାଳ ଓ ବୌଦ୍ଧରେ ଅତି ଘନକୁହୁଡ଼ି ଯୋଗୁଁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖରା ବାହାରି ନଥିଲା। ଏସବୁ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ୍ ରହିଥିଲା। ଏଥିସହ ଭୁବନେଶ୍ବର, ପାରାଦୀପ, ଖୋର୍ଦ୍ଧା, କେନ୍ଦୁଝର, ହୀରାକୁଦ, ପାରଳାଖେମୁଣ୍ଡି, ସୋନପୁର ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଥିଲା। ତେବେ ଆସନ୍ତାକାଲି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
SIR : ଏସଆଇଆର ଯୋଗୁଁ ୨୮ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ
ବିଶେଷ କରି ଜଗତସିଂହପୁରରେ ଅତି ଘନ କୁହୁଡ଼ିର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, ଖୋର୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଆଶଙ୍କା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନକୁହୁଡ଼ି ପଡ଼ିବାର ଆଶଙ୍କା ରହିଛି। ଅନ୍ୟପଟେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ିଠାରେ ୭.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଫୁଲବାଣୀ, ଘୁ. ଉଦୟଗିରି, କୋରାପୁଟ, ରାଉରକେଲା, ସୁନ୍ଦରଗଡ଼, କିରେଇ, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ବୌଦ୍ଧ ଓ ଝାରସୁଗୁଡ଼ା ଆଦି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ତାପମାତ୍ରା କିନ୍ତୁ ଗତ କିଛି ଦିନ ଅପେକ୍ଷା ନିମ୍ନଗାମୀ ହୋଇଛି। ଭୁବନେଶ୍ବରରେ ବୁଧବାର ଦିନ ରାତି ତାପମାତ୍ରା ୧୨.୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୧.୮ ଡିଗ୍ରି। ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/19/fog-2025-11-19-22-30-28.jpg)