Winter will continue for 4 days: ୪ ଦିନ ଜାରି ରହିବ ଶୀତ

Advertisment

ରାଜ୍ୟରେ ଶୀତ ପ୍ର‌କୋପ ଜାରି ରହିଥିବା ବେଳେ କିଛି କିଛି ଅଞ୍ଚଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳଛି। ତଥାପି ପ୍ରବଳ ଥଣ୍ଡାରେ ଥରୁଛି ହେଉଛି ସାରା ଓଡ଼ିଶା। ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଧା....

ରାଜ୍ୟରେ ଶୀତ ପ୍ର‌କୋପ ଜାରି ରହିଥିବା ବେଳେ କିଛି କିଛି ଅଞ୍ଚଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳଛି। ତଥାପି ପ୍ରବଳ ଥଣ୍ଡାରେ ଥରୁଛି ହେଉଛି ସାରା ଓଡ଼ିଶା। ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଧା....

From January 12, winter will decrease, fog will increase

From January 12, winter will decrease, fog will increase

ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ର‌କୋପ ଜାରି ରହିଥିବା ବେଳେ କିଛି କିଛି ଅଞ୍ଚଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳଛି। ତଥାପି ପ୍ରବଳ ଥଣ୍ଡାରେ ଥରୁଛି ହେଉଛି ସାରା ଓଡ଼ିଶା। ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଧା, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବୌଦ୍ଧ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହା ପରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ନାହିଁ। 

AAP MP Raghav Chadha: ଡେଲିଭରି ବଏ ଭୂମିକା‌ରେ ସାଂସଦ ରାଘବ ଚଢ଼ା...

ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୪.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଉରକେଲାଠାରେ ୬.୭ ଡିଗ୍ରି, ଫୁଲବାଣୀଠାରେ ୬.୮ ଡିଗ୍ରି, ଦାରିଙ୍ଗାବାଡ଼ି ଓ ଝାରସୁଗୁଡ଼ାଠାରେ ୭ ଡିଗ୍ରି, ସୁନ୍ଦରଗଡ଼ ଓ ନବରଙ୍ଗପୁରଠାରେ ୯ ଡିଗ୍ରି, ଚିପିଲିମାଠାରେ ୯.୪ ଡିଗ୍ରି ଓ ଅନୁଗୁଳରେ ୯.୬ ଡିଗ୍ରି ରାତିର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଯାଇଛି। ଏହିଭଳି ଶୀତ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିବ। ସର୍ବୋଚ୍ଚ ଦିନ ତାପମାତ୍ରା ୨୮ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୧ ଡିଗ୍ରି ମଧ୍ୟରେ ରହିବ।

GPLF Building: ୧୫କୋଟି ଜିପିଏଲଏଫ କୋଠା ନିର୍ମାଣ ଅଧାରୁ ବନ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe