ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଯୁବକର ବର୍ବରକାଣ୍ଡ : ୨ ଜଣଙ୍କୁ ମାରିଦେଲା

ଓଡ଼ଗାଁ/ନୟାଗଡ଼ : ବର୍ଷ ଆରମ୍ଭରୁ ନୟାଗଡ଼ ଜିଲ୍ଲାରେ ବୀଭତ୍ସ କାଣ୍ଡ। ଜଣେ ଯୁବକ ଅତି ନୃଶଂସ ଭାବେ କାଠ ଫାଳିଆରେ ବାଡେଇ ଦୁଇ ଜଣଙ୍କୁ ହତ୍ୟା କରିଥିବା ବେଳେ ୯ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏମିତିକି ଜଣେ ଗର୍ଭବତୀ ମହିଳା ଏବଂ ଓଡ଼ଗାଁ ଥାନା ଆଇଆଇସି ମଧ୍ୟ ଏହି ଯୁବକର ଆକ୍ରୋଶରୁ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ପାଗଳର ଠେଙ୍ଗା, ପଥର ମାଡ଼ରେ ୨ ମୃତ, ୫ ଆହତ,ଲୋକଙ୍କ ରାସ୍ତା ଅବରୋଧ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଠେଙ୍ଗା ଓ ପଥର ମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଓଡ଼ଗାଁ ଥାନା ଅଧିକାରୀଙ୍କ ସମେତ ମୋଟ୍‌ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା: ଦୋକାନ ଉପରେ ଚଢ଼ିଗଲା ପର୍ଯ୍ୟଟକ ବସ, ୧୦ ଆହତ

ପର୍ଯ୍ୟଟକ ବସଦଶପଲ୍ଲା: ବଲାଙ୍ଗୀର ଜିଲ୍ଲା ଲୁଇସିଂହାରୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ପର୍ଯ୍ୟଟକମାନଙ୍କ ବସ୍‌ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକରା ନିକଟରେ ଭାରସାମ୍ୟ ହରାଇ ଏକ ରାସ୍ତାକଡ଼ କେବିନ୍‌ ଦୋକାନ ଉପରେ ମାଡ଼ିଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ବାରମ୍ବାର ଡଙ୍ଗା ବୁଡ଼ିଲା ପରେ ବି ଚେତା ପଶୁନି : କଣ୍ଟିଲୋରେ ବିପଦସଂକୁଳ ନୌକା ବିହାର

ନୟାଗଡ଼ : ଗତ ତିନି ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିପାଣିଆ ଡଙ୍ଗାବୁଡ଼ି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ‌ବେଳେ ୧୦ ନିରୀହ ଜୀବନ ଅକାଳରେ ଝଡ଼ି ପଡ଼ିଥିଲା। କିଛି ଦିନ ତ‌ଳେ ଚିଲିକା ପୁଣି ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଡଙ୍ଗା ବୁଡ଼ି ହେଉଛି। ଡଙ୍ଗା ବୁଡ଼ି ପରେ ପରେ…
ଅଧିକ ଖବର ଦେଖନ୍ତୁ...

ମିଳିତ ଆକ୍ରମଣରେ ମୁଣ୍ତ ଫାଟିଲା

ନୂଆଗାଁ: ନୂଆଗାଁ ଥାନା ମହୀତମା ଗ୍ରାମରେ ଏକ ହମ୍ପସ ନିର୍ମାଣକୁ ନେଇ ଜଣେ ବାଇକ୍ ଚାଳକଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ମେଳିବାନ୍ଧି ଆକ୍ରମଣ କରିଥିବା ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ, ମହିତମା ଗ୍ରାମର ବୃନ୍ଦାବନ ସିଂ ଘରକୁ ଯାଉଥିବା ସମୟରେ ଗାଁ ମୁଣ୍ତରେ ଥିବା…
ଅଧିକ ଖବର ଦେଖନ୍ତୁ...

ଏମିତି ବି ଜୀବନ:ଅସହ୍ୟ ଜାଡ଼:ଖୋଲା ଆକାଶ ତଳେ ପରିବାର

ରଣପୁର: ସମଗ୍ର ରାଜ୍ୟ ଅସହ୍ୟ ଜାଡ଼ରେ ଥରି ଉଠୁଥିବା ବେଳେ ବିଶେଷ କରି ଏହାର ପ୍ରଭାବ ଗ୍ରାମାଞ୍ଚଳରେ ଅତିମାତ୍ରାରେ ଅନୁଭୂତ ହେଉଛି। ତେବେ ରଣପୁର ମହୋତ୍ସବ ଅବସରରେ ବୁଲାବିକାଳି ତଥା ଯାଯାବର ପରିବାରଗୁଡ଼ିକ ଏବେ ଖୋଲା ଆକାଶ ତଳେ ରହୁଥିବା ପରିଲକ୍ଷିତ ହୋଇଛି। ପ୍ରଶାସନ ପକ୍ଷରୁ ଏମାନଙ୍କ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ଗଛରେ ପିଟିହେଲା ବସ୍‌, ୭ ଯାତ୍ରୀ ଆହତ

କଣ୍ଟିଲୋ/ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା କଣ୍ଟିଲୋ ଫାଣ୍ଡି ଅନ୍ତର୍ଗତ ସିଧାମୁଳା ନିକଟରେ ଆଜି ନୂଆବର୍ଷ ସକାଳେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଛି। ଏହି ଦୁର୍ଘଟଣାରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ଦମକଳ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼: ସୁବଳୟା ଛକ ନିକଟରେ ଟ୍ରକ୍‌-ବସ୍‌ ଦୁର୍ଘଟନା; ୧ ମୃତ

ଦଶପଲ୍ଲା: ରବିବାର ପାହାନ୍ତାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ସୁବଳୟା ଛକ ନିକଟରେ ଗୋଟିଏ ଟ୍ରକ୍‌ ଓ ବସ୍‌ ପରସ୍ପର ସହ ଧକ୍କା ଖାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ୩: ୩୦ ମିନିଟ୍‌ ସମୟରେ ଘରୋଇ ଯାତ୍ରୀବାହୀ ବସ୍‌ ମାଣିକେଶ୍ୱରୀ…
ଅଧିକ ଖବର ଦେଖନ୍ତୁ...

ଜାଡ଼ରେ ଥରୁଛି ନୟାଗଡ଼ : ସକାଳେ କୁହୁଡି, ରାତିରେ କମୁଛି ତାପମାତ୍ରା

ନୟାଗଡ଼ : ହାଡ଼ଭଙ୍ଗା ଜାଡ଼ରେ ଥରୁଛି, ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲ୍ଲା ମଧ୍ୟ ବାଦ୍ ପଡ଼ିନି। ପାହାଡ଼ର ପାଦଦେଶରେ ଥିବା ନୟାଗଡ଼ରେ ରାତିରେ ତାପମାତ୍ର ବହୁ ତଳକୁ ଖସୁଥିବାରୁ ‌ଶୀତର ପ୍ରକୋପ ଅସହ୍ୟ ହୋଇଉଠୁଛି। ଦିନ ସାରା ମଧ୍ୟ ଶୀତୁଆ ପରିବେଶକୁ ସକାଳ ସାଢେ ଆଠଟା, ନଅଟା ପର୍ଯ୍ୟନ୍ତ କୁହୁଡ଼ି…
ଅଧିକ ଖବର ଦେଖନ୍ତୁ...

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ରକରି ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପୃକ୍ତ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...