ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ନଡ଼ିଆ ଶସ ବା ଶୁଖିଲା ନଡ଼ିଆର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ୨୦୨୬ ଋତୁ ପାଇଁ ଉପଯୁକ୍ତ ହାରାହାରି ଗୁଣବତ୍ତା ବିଶିଷ୍ଟ ମିଲ୍ ହୋଇଥିବା ନଡ଼ିଆ ଶସର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୪୪୫ ଟଙ୍କା ବୃଦ୍ଧି ପାଇ ୧୨,୦୨୭ ଟଙ୍କା ଏବଂ ବଲ୍ ନଡ଼ିଆ ଶଶର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ପାଇ ୧୨,୫୦୦ ଟଙ୍କା ହୋଇଛି।
Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ
ଶୁକ୍ରବାରର କ୍ୟାବିନେଟ୍ କମିଟି ବୈଠକରେ ଆଣବିକ ଶକ୍ତି କ୍ଷେତ୍ରକୁ ଘରୋଇ ସଂସ୍ଥା ପାଇଁ ଖୋଲିବା ଲାଗି ‘ଶାନ୍ତି ବିଲ୍’କୁ ମଞ୍ଜୁର କରାଯାଇଛି। ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍ ଆଣବିକ ଶକ୍ତି କ୍ଷମତା ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ସେହିପରି, ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ)କୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି। ଏ ସଂକ୍ରାନ୍ତ ବିଲ୍କୁ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପନ କରାଯିବ। ବୀମାରେ ଏଫ୍ଡିଆଇ ସୀମା ବଢ଼ାଇବା ସମ୍ପର୍କର ଚଳିତ ବର୍ଷ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ସୀମା ୭୪ ପ୍ରତିଶତ ରହିଛି।
Remember 25: ମନେରହିବ ୨୫: ଆକର୍ଷଣ ନୁହେଁ, ଆଲୋଚନାରେ ପର୍ଯ୍ୟଟନ
କୋଇଲା କ୍ଷେତ୍ରରେ ସରକାର ବଡ଼ ନିଷ୍ପତ୍ତି ନେଇ କୋଇଲା ନିଲାମ ପାଇଁ କୋଲ୍ ସେତୁ ୱିଣ୍ଡୋକୁ ମଞ୍ଜୁର କରିଛନ୍ତି। ଏଥିରେ କୌଣସି ଚୂଡ଼ାନ୍ତ ବ୍ୟବହାର ସର୍ତ୍ତ ରଖାଯାଇନାହିଁ। ଶିଳ୍ପ ସଂସ୍ଥାଗୁଡ଼ିକ ଏହା ଜରିଆରେ ଦୀର୍ଘକାଳୀନ ଭିତ୍ତିରେ କୋଇଲା କିଣିପାରିବେ। ସେହି କୋଇଲାକୁ ସେମାନେ ନିଜେ, ୱାସରି, ରପ୍ତାନି ଏବଂ ଅନ୍ୟାନ୍ୟ କାମରେ ବ୍ୟବହାର କରିପାରିବେ। କିନ୍ତୁ ଦେଶ ଭିତରେ ସେହି କୋଇଲାକୁ ଆଉ ଥରେ ବିକିପାରିବେ ନାହିଁ। କମ୍ପାନିଗୁଡ଼ିକ ପାଇଥିବା କୋଇଲାର ୫୦ ପ୍ରତିଶତ ରପ୍ତାନି କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି। ବଡ଼ ସଂସ୍ଥାଗୁଡ଼ିକ ସେହି କୋଇଲାକୁ ଗ୍ରୁପ୍ର ଅନ୍ୟ କମ୍ପାନିରେ ବି ବ୍ୟବହାର କରିପାରିବେ। ଏହା କୋଇଲା ଆମଦାନୀ କମ୍ କରିବା ଏବଂ ସଫା ହୋଇଥିବା କୋଇଲା ରପ୍ତାନି ବଢ଼ାଇବାରେ ସହାୟକ ହେବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ କହିଛନ୍ତି।
Follow Us