ନୂଆଦିଲ୍ଲୀ: ଆକାଶ ମାର୍ଗ ଯାତ୍ରାରେ କିଛି ନିର୍ଦ୍ଦିଷ୍ଟ କମ୍ପାନିର ରହିଥିବା ଆଧିପତ୍ୟକୁ ଶେଷ କରିବା ଲକ୍ଷ୍ୟ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ନୂଆ ଏୟାରଲାଇନ୍ସକୁ ମଞ୍ଜୁର କରାଯାଇଛି। ଅଲ୍‌ ହିନ୍ଦ ଏୟାର ଓ ଫ୍ଲାଏ ଏକ୍ସପ୍ରେସ୍‌କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍ (ଏନ୍‌ଓସି) ଦିଆଯାଇଛି। 

Advertisment

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ

କେରଳର ସଂସ୍ଥା ଅଲ୍‌ହିନ୍ଦ ଗ୍ରୁପ୍‌ ପକ୍ଷରୁ ଅଲ୍‌ ହିନ୍ଦ ଏୟାର୍‌ ସ୍ଥାପନ କରାଯାଇଛି। ପୂର୍ବରୁ ଏନ୍‌ଓସି ହାସଲ କରିଥିବା ଉତ୍ତରପ୍ରଦେଶର ଶଙ୍ଖ ଏୟାର ମଧ୍ୟ ୨୦୨୬ରେ ଏହାର ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।  ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ ସୂଚନା ଦେଇଛନ୍ତି। ଆଗକୁ ଦେଶରେ ଏୟାରଲାଇନ୍ସ ସଂଖ୍ୟା ବଢ଼ିବ।

Humane Sagar Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖବର: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ