ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏକ ମହତ୍ତ୍ବାକାଂକ୍ଷୀ ବଜେଟ୍ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଜନମଙ୍ଗଳକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଶିଶୁ, ମହିଳା, ଯୁବପିଢ଼ି, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ସଡ଼କ ସଂଯୋଗ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଏଆଇ ଆଦି କ୍ଷେତ୍ର ପାଇଁ ନିଆଯାଇଥିବା ପଦକ୍ଷେପ ରାଜ୍ୟର ବିକାଶ ଚିତ୍ର ବଦଳାଇଦେବ ଏବଂ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଆଡ଼କୁ ଦ୍ରୁତଗତିରେ ଆଗେଇ େନବ
Budget 2026-27: ବଢିବ ଇ-ବସ ସଂଖ୍ୟା, ଯୋଡ଼ାଯିବ ଆଉ ୬୦୦ ଇ-ବସ୍
ପର୍ଯ୍ୟଟନ ପାଇଁ ଜମି ବ୍ୟାଙ୍କ
ବିକଶିତ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଅଧୀନରେ ଆତିଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ପାଇଁ ବୃଦ୍ଧି ପାଉଥିବା ଭୂମି ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂଆ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଆରମ୍ଭ କରାଯାଇଛି। ୨୦୪୭ ସୁଦ୍ଧା ସରକାର ୫ କୋଟିରୁ ଅଧିକ ଘରୋଇ ଓ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକ ହାସଲ କରିବା ଓ ୨୫ ହଜାର ହୋଟେଲ ପ୍ରକୋଷ୍ଠ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଇଡ୍କୋ ୧୫ଟି ସ୍ଥାନ ଚିହ୍ନଟ କରିଛି। ଜମି ଅଧିଗ୍ରହଣ, ପ୍ରିମିୟମ ଦେୟ ପଇଠ ଓ ପ୍ରାଥମିକ ଭିତ୍ତିଭୂମିର ବିକାଶ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
୩ଟି ନୂତନ ଏକ୍ସପ୍ରେସୱେ
ରାଜ୍ୟରେ ତିନିଟି ନୂଆ ଏକ୍ସପ୍ରେସ୍ୱେ ନିର୍ମାଣ କରାଯିବ। ୨୮୭ କିମି ଦୈର୍ଘ ବିଶିଷ୍ଟ ବ୍ରହ୍ମପୁର-ଜୟପୁର ରୋଡ୍ ତିଆରି କରାଯିବ। ପୂର୍ବ-ପଶ୍ଚିମ କରିଡରର ଏକ ଅଂଶ ଭାବରେ ପାରାଲାଖେମୁଣ୍ଡିରୁ ଅମ୍ବାଭୋନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସୱେ ନିର୍ମାଣ କରାଯିବ। ଉତ୍ତର-ଦକ୍ଷିଣ କରିଡରର ଅଂଶବିଶେଷ ଭାବେ ମୋଟୁରୁ ତିରିଙ୍ଗି ପର୍ଯ୍ୟନ୍ତ ୯୬୯ କିଲୋମିଟର ବିଶିଷ୍ଟ ଅଟଳ ଏକ୍ସପ୍ରେସ ୱେ ନିର୍ମାଣ କରାଯିବ।
/filters:format(webp)/sambad/media/media_files/2026/02/24/fshfshfsxvbvbbxv-2026-02-24-01-10-57.jpg)
୪ଟି ନୂଆ ବିଶ୍ବବିଦ୍ୟାଳୟ, ୨ ଇଞ୍ଜିନିୟରିଂ କଲେଜ
କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ଚାରିଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ପାରାଦୀପ ଏବଂ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ। ସମ୍ବଲପୁର ଏବଂ ବ୍ରହ୍ମପୁରରେ ମୋଟ ୨୭୮ କୋଟି ଟଙ୍କା ବିନିଯୋଗରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରାଯିବ।
ବଜେଟ୍ ଏଫ୍ଆର୍ବିଏମ୍ ନିୟମ ଅନୁକୂଳ
୨୦୨୬-୨୭ ବଜେଟ୍ ପାଇଁ ସମସ୍ତ ନିଅଣ୍ଟ ମାନଦଣ୍ଡ ଏବଂ ଋଣ ମାନଦଣ୍ଡ ବିତ୍ତୀୟ ଉତ୍ତରଦାୟିତ୍ବ ଓ ବଜେଟ୍ ପରିଚାଳନା (ଏଫ୍ଆର୍ବିଏମ୍) ଅଧିନିୟମ ଅନୁକୂଳ ଅଟେ। ବଜେଟ୍ ଅନୁସାରେ ମୋଟ୍ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ପ୍ରାୟ ୩ ପ୍ରତିଶତ ରାଜସ୍ବ ବଳକା ସୃଷ୍ଟି ହେବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ମୋଟ୍ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୩.୫ ପ୍ରତିଶତ ମଧ୍ୟରେ ସୀମିତ ରହିବ।
ଚମକିବ ଶ୍ରୀମନ୍ଦିର, ସଂସ୍କୃତି, ଐତିହ୍ୟ
ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ଅଟକଳରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା କରାଯିବ। ଏହା ସହ ପୁରୀରେ ଗୁଣ୍ଡିଚା ମନ୍ଦିର, ଏମାର ମଠ, ପ୍ରମୋଦ ଉଦ୍ୟାନ ଓ ରଘୁନନ୍ଦନ ପାଠାଗାରର ଆଧ୍ୟାତ୍ମିକ ଗୌରବକୁ ବୃଦ୍ଧି କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାମରେ ଡିଜିଟାଲ ହୁଣ୍ଡି ଦେଶ ବିଦେଶର ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରଶାସନର ପୋର୍ଟାଲ ସହ କାର୍ଯ୍ୟ କରିବ।
/filters:format(webp)/sambad/media/media_files/2026/02/24/fshfshshxvbbv-2026-02-24-01-11-17.jpg)
ଭୁବନେଶ୍ବରରେ ଅତ୍ୟାଧୁନିକ ସଂଗ୍ରହାଳୟ
ଓଡିଶାର ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଓ ନୃତାତ୍ତ୍ବିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ଆନୁମାନିକ ୮୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରଠାରେ ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ କରାଯିବ। ଏହି ସଂଗ୍ରହାଳୟ ଓଡ଼ିଶାର ଐତିହାସିକ, ପ୍ରତ୍ନତାତ୍ତ୍ବିକ ଓ ନୃତାତ୍ତ୍ବିକ ଐତିହ୍ୟକୁ ପ୍ରଦର୍ଶିତ କରିବ। ଏହା ପର୍ଯ୍ୟଟନ ଓ ସାଂସ୍କୃତିକ ଗବେଷଣାକୁ ନୂଆ ଦିଗ ଦେବା ସହିତ ଓଡ଼ିଶାର ଯୁବପିଢ଼ି, ଗବେଷକ, ସଂସ୍କୃତିପ୍ରେମୀ ଓ ଓଡ଼ିଶା ବାହାରର ଜିଜ୍ଞାସୁମାନଙ୍କୁ ଓଡ଼ିଶାକୁ ଭଲଭାବେ ଜାଣିବାରେ ସାହାଯ୍ୟ କରିବ।
ବାରିପଦାରେ ଛଉ ଏକାଡେମି
ମୟୁରଭଞ୍ଜ ଜିଲ୍ଲାର ପାରମ୍ପରିକ ସାମରିକ କଳା ‘ଛଉ ନୃତ୍ୟ’ ଉପରେ ଅଧିକ ଗବେଷଣା ପାଇଁ ବାରିପଦାଠାରେ ମୟୁରଭଞ୍ଜ ଛଉ ଏକାଡେମି ସ୍ଥାପନ କରାଯିବାର ଯୋଜନା ରହିଛି। ଏଥିପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
୬ ଲକ୍ଷ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍
ମଧୁବାବୁ ପେନ୍ସନ୍ ଯୋଜନା ପରିପୃକ୍ତି ମୋଡରେ କାର୍ଯ୍ୟକାରୀ ହେବ । ୬ ଲକ୍ଷରୁ ଅଧିକ ନୂତନ ହିତାଧିକାରୀ ତୁରନ୍ତ ଲାଭ ପାଇବେ। ଏହା ସହିତ ଭବିଷ୍ୟତରେ ଯେତେବେଳେ କୌଣସି ବ୍ୟକ୍ତି ଆବଶ୍ୟକତା ଯୋଗ୍ୟତା ପୂରଣ କରିବେ, ସେମାନଙ୍କୁ ଏହି ସୁବିଧା ପାଇବା ପାଇଁ ଆଉ ପୂର୍ବ ହିତାଧିକାରୀଙ୍କ ମୃତ୍ୟୁ ଦ୍ବାରା ଖାଲି ସ୍ଥାନ ସୃଷ୍ଟି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେମାନଙ୍କୁ ତୁରନ୍ତ ଯୋଜନାରେ ସାମିଲ କରାଯିବ। ଏହା ନାଗରିକମାନଙ୍କ ପାଇଁ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।
ସବୁ ଗାଁକୁ ବିଜୁଳି, ସଡ଼କ
ମିଶନ୍ ପିଓଡବ୍ଲ୍ୟୁଏଆର୍ ମାଧ୍ୟମରେ ୨୦୨୭ ସୁଦ୍ଧା ସମସ୍ତ ରାଜସ୍ୱ ଗ୍ରାମକୁ ବିଜୁଳି, ସଡ଼କ ଓ ପାଣି ସହିତ ପରିପୃକ୍ତି କରାଯିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ ପାଇଁ ମିଳିତ ଉଦ୍ୟମ କରାଯିବ। ୨୦୨୬-୨୭ ପାଇଁ ୧୦୦୦ କୋଟି ଟଙ୍କା ଆବଣ୍ଟନ ସହିତ ନୂତନ ଯୋଜନା ‘ସଂଯୋଗରୁ ବଞ୍ଚିତ ଜନବସତିକୁ ସଂଯୋଗୀକରଣ’ ଆରମ୍ଭ କରାଯାଇଛି।
/filters:format(webp)/sambad/media/media_files/2026/02/24/shfshhfsxvbbv-2026-02-24-01-11-35.jpg)
ସବୁ ଅଙ୍ଗନୱାଡ଼ିରେ ସମ୍ପୂର୍ଣ୍ଣ ଭିତ୍ତିଭୂମି
ସମସ୍ତ ଅଙ୍ଗନୱାଡିରେ ଆବଶ୍ୟକ ଭିତ୍ତିଭୂମି ପରିପୃକ୍ତି ମୋଡରେ ସମ୍ପୂର୍ଣ୍ଣ କରିବା ପାଇଁ ସମୃଦ୍ଧ ଅଙ୍ଗନୱାଡି ଯୋଜନା ଆରମ୍ଭ କରାଯାଇଛି । ୨୦୨୬-୨୭ ପାଇଁ ୬୩୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ରକୁ ସମୟସୀମା ଭିତରେ ସମ୍ପୂର୍ଣ୍ଣ କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ କ୍ରେଚ୍ ସୁବିଧା ବିନା କେନ୍ଦ୍ର ପିଛା ୧୫ ଲକ୍ଷ ଟଙ୍କା ଓ କ୍ରେଚ୍ ସୁବିଧା ଥିବା କେନ୍ଦ୍ର ପିଛା ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରାଯିବ।
୩ ବର୍ଷରେ ୫ ହଜାର ଆଇପିଡି ଶଯ୍ୟା
ଆସନ୍ତା ୩ ବର୍ଷ ମଧ୍ୟରେ ଅତିରିକ୍ତ ୫୦୦୦ ଆଇପିଡି ଶଯ୍ୟା, ୧୦୦ ଉନ୍ନତ ଆଇସିୟୁ ଶଯ୍ୟା ଏବଂ ୫୦୦ ଉଚ୍ଚ ନିର୍ଭରଶୀଳତା ୟୁନିଟ (ଏଚ୍ଡିୟୁ) ସହିତ ପର୍ଯ୍ୟାପ୍ତ ମାନବ ସମ୍ବଳ ଏବଂ ଭିତ୍ତିଭୂମି ସହିତ ଯୋଡାଯିବ। ରାଜ୍ୟରେ ୫ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ। ଗଜପତି, ମାଲକାନଗିରି ଓ ରାୟଗଡ଼ାରେ ତିନୋଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ନୂଆ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ।
ଶିଶୁଙ୍କ ନାଁରେ ୨୦ହଜାର ଟଙ୍କା ଜମା
ମହିଳା ସଶକ୍ତୀକରଣ ପାଇଁ ଯୋଗ୍ୟ ନବଜାତ କନ୍ୟାଶିଶୁଙ୍କ ନାମରେ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଅଧୀନରେ ୨୦,୦୦୦ ଟଙ୍କା ଜମା କରାଯିବ। ସ୍ନାତକ ପାଠ ସମାପ୍ତ କରିବା ପରେ ସେମାନେ ୧,୦୦,୦୦୧ ଟଙ୍କା ପାଇବେ। ମହିଳା ସଶକ୍ତୀକରଣ ଅଧୀନରେ ସରକାରଙ୍କ ଏକ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ଯେଭଳି ସ୍ନାତକ ଶିକ୍ଷା ଶେଷ କରିବେ। ସେହି ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ନାମରେ ଯୋଜନା ଆରମ୍ଭ କରାଯାଉଛି। ଏଥିରେ ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅମାନଙ୍କ ନାମରେ ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ। ସ୍ନାତକ ପାଠପଢ଼ା ଶେଷ କରିବା ପରେ ମୋଟା ଅଙ୍କର ରାଶି ଦିଆଯିବ।
ଭୁବନେଶ୍ବରରେ ‘ଜନ ଆଶ୍ରୟ ଭବନ’
ଭୁବନେଶ୍ବରରେ ଜନ ଆଶ୍ରୟ ଭବନ ନିର୍ମାଣ କରାଯିବ। ଏହା ହେଉଛି ଏକ ଅତିଥି ଗୃହ ଯାହା ବିଭିନ୍ନ କାର୍ଯ୍ୟ ପାଇଁ ରାଜ୍ୟ ରାଜଧାନୀକୁ ଜିଲ୍ଲା ମାନଙ୍କରୁ ଆସୁଥିବା ଲୋକମାନଙ୍କ ଆବଶ୍ୟକତା ପୂରଣ କରିପାରିବ। ଆଗାମୀ ପିଢ଼ିର ଆବଶ୍ୟକତା ପୂରଣ କରିବା ଲାଗି ରାଜ୍ୟ ସରକାର ଭୁବନେଶ୍ବରରେ ପାଞ୍ଚଟି ସରକାରୀ କୋଠା ନିର୍ମାଣ କରିବା ଯୋଜନା ରହିଛି। ସେଗୁଡ଼ିକ ହେଉଛି ଜନ ଆଶ୍ରୟ ଭବନ, ନୂଆ ରାଜ୍ୟ ବିଧାନସଭା ସୌଧ, ନୂତନ ସଚିବାଳୟ ଭବନ, ବିଶ୍ବମାନର ଏକ ନୂତନ ସଂଗ୍ରହାଳୟ ଓ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର।
ଓଡ଼ିଶା ଏଆଇ ମିସନ୍କୁ ୨୩ କୋଟି
ରାଜ୍ୟ ଏଆଇ ମିସନ୍ ଏଆଇକୁ ଶାସନ ଓ ସେବା ବିତରଣରେ ଏକୀକରଣ କରିବା ଦିଗରେ ବିଭାଗଗୁଡ଼ିକୁ ସାହାଯ୍ୟ କରିବ; ଯାହା ରାଜ୍ୟ ଶାସନ ବ୍ୟବସ୍ଥାର ଦକ୍ଷତା, ସଠିକତା ଓ ସମ୍ବେଦନଶୀଳତା ବୃଦ୍ଧି ପାଇଁ ଜରୁରୀ ଅଟେ। ଏଥି ସହିତ ଏହା ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣକୁ ସକ୍ଷମ କରିବ, ସାର୍ବଜନୀନ ସେବା କ୍ଷେତ୍ରରେ ଉନ୍ନତି ଆଣିବ ଏବଂ ନାଗରିକମାନଙ୍କ ପାଇଁ ଶେଷ ମାଇଲ ବିତରଣକୁ ମଜଭୁତ କରିବ। ଏହି ସମନ୍ବିତ ପ୍ରୟାସ ଆନୁପାତିକ, ନିରାପଦ ଓ ପୁନଃବ୍ୟବହାରଯୋଗ୍ୟ କ୍ଷମତା ସୃଷ୍ଟି କରିବ ଯାହା ସେବାର ଗୁଣବତ୍ତା, ସ୍ବଚ୍ଛତା ଓ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ସେବାରେ ଉନ୍ନତି ଆଣିବ ଓ ବିକଶିତ ଓଡ଼ିଶା ୨୦୩୬ ଭିଜନରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବ।
/filters:format(webp)/sambad/media/media_files/2026/02/24/fshfsshfxvbvbbv-2026-02-24-01-11-51.jpg)
୩ଟି ନୂତନ ଏକ୍ସପ୍ରେସୱେ
ରାଜ୍ୟରେ ତିନିଟି ନୂଆ ଏକ୍ସପ୍ରେସ୍ୱେ ନିର୍ମାଣ କରାଯିବ। ୨୮୭ କିମି ଦୈର୍ଘ ବିଶିଷ୍ଟ ବ୍ରହ୍ମପୁର-ଜୟପୁର ରୋଡ୍ ତିଆରି କରାଯିବ। ପୂର୍ବ-ପଶ୍ଚିମ କରିଡରର ଏକ ଅଂଶ ଭାବରେ ପାରାଲାଖେମୁଣ୍ଡିରୁ ଅମ୍ବାଭୋନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସୱେ ନିର୍ମାଣ କରାଯିବ। ଉତ୍ତର-ଦକ୍ଷିଣ କରିଡରର ଅଂଶବିଶେଷ ଭାବେ ମୋଟୁରୁ ତିରିଙ୍ଗି ପର୍ଯ୍ୟନ୍ତ ୯୬୯ କିଲୋମିଟର ବିଶିଷ୍ଟ ଅଟଳ ଏକ୍ସପ୍ରେସ ୱେ ନିର୍ମାଣ କରାଯିବ।
/filters:format(webp)/sambad/media/media_files/2026/02/24/gjgdjdjgbcnbnbcn-2026-02-24-01-12-12.jpg)
ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ
ସମୃଦ୍ଧ ସହର ଯୋଜନା ଅଧୀନରେ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିରେ କ୍ଷେତ୍ର ସର୍ଭେ, ରାସ୍ତା ଭିତ୍ତିଭୂମି, ସ୍ବେରେଜ ଓ ବିଦ୍ୟୁତ୍କରଣ ଭଳି ଅତ୍ୟାବଶ୍ୟକୀୟ ଉପଯୋଗିତାକୁ ଅନ୍ତର୍ଭୁକ୍ତ କରି ବ୍ୟାପକ ନଗର ଯୋଜନା, ନୂତନ ସହର ବିକାଶ ଓ ଅଭିବୃଦ୍ଧି ହବ୍ ଭାବରେ ସହର ପାଇଁ ନିବେଶ ଅନ୍ତର୍ଭୁକ୍ତ। ବିଶେଷ ଭାବେ ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (ବିସିପିପିଇଆର୍) ଏବଂ ସମ୍ବଲପୁର ଓ ବ୍ରହ୍ମପୁର ଭଳି ପ୍ରମୁଖ ସହରାଞ୍ଚଳ କ୍ଲଷ୍ଟର୍ଗୁଡ଼ିକୁ ଲକ୍ଷ୍ୟ କରାଯାଉଛି।
ପୁଞ୍ଜି ବ୍ୟୟବରାଦ ଦେଶରେ ସର୍ବାଧିକ
ରାଜ୍ୟର ପୁଞ୍ଜି ବ୍ୟୟ ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତରରେ ୭୨,୧୦୦ କୋଟି ଟଙ୍କା ରହିଛି ଯାହା ଜିଏସଡିପିର ୬.୫%। ଏହି ପୁଞ୍ଜି ବ୍ୟୟବରାଦ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ତୁଳନାରେ ସର୍ବାଧିକ ଅଟେ।
ଅଭିବୃଦ୍ଧି ୭.୯% ହେବ
ଆର୍ଥିକ ବର୍ଷ ୨୦୨୫-୨୬ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସ୍ଡିପି) ଅଭିବୃଦ୍ଧି ୭.୯ ପ୍ରତିଶତ ହେବ। ୨୦୨୬-୨୭ରେ ସରକାର ୧୨ ପ୍ରତିଶତର ନାମମାତ୍ର ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତାହାର ପ୍ରଭାବରେ ରାଜ୍ୟ ଅର୍ଥନୀତିର ଆକାର ୧୧ ଲକ୍ଷ ୭ କୋଟି ଟଙ୍କାରେ ପହଞ୍ଚିବ।
Follow Us