Photograph: (Sambad.in)
କ୍ରେଡିଟ୍ ଇନ୍ଫର୍ମେସନ୍ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍, ବା CIBIL ଅନ୍ୟାନ୍ୟ ସୁବିଧା ବ୍ୟତୀତ ଋଣଧାରକଙ୍କୁ ସେମାନଙ୍କ କ୍ରେଡିଟ୍ ସ୍କୋର୍ ପ୍ରଦାନ କରିଥାଏ। ସାଧାରଣତଃ ଆପଣଙ୍କ ସିବିଲ୍ ସ୍କୋର୍ ଯାଞ୍ଚ ପାଇଁ ଆପଣଙ୍କ ପାନ୍ କାର୍ଡ ନିହାତି ଆବଶ୍ୟକ। ପାନ୍ କାର୍ଡ ବ୍ୟାଙ୍କ୍ ଆକାଉଣ୍ଟ ସହିତ ସଂଯୁକ୍ତ ହୋଇଥାଏ ଏବଂ ମୁଖ୍ୟତଃ ଆୟକର ସମ୍ବନ୍ଧୀୟ କାରବାର ପାଇଁ ଏକ ପରିଚୟ ଦଲିଲ ଭାବେ ବ୍ୟବହୃତ ହୋଇଥାଏ। ତଥାପି କ୍ରେଡିଟ୍ ବ୍ୟୁରୋର ନୀତି ଉପରେ ନିର୍ଭର କରି ଆପଣଙ୍କ କ୍ରେଡିଟ୍ ସ୍କୋର୍ ଯାଞ୍ଚ ପାଇଁ ବିକଳ୍ପ ପଦ୍ଧତି ମଧ୍ୟ ଉପଲବ୍ଧ ହୋଇପାରେ। ଆପଣ କ୍ରେଡିଟ୍ ବ୍ୟୁରୋକୁ ସିଧାସଳଖ ଯୋଗାଯୋଗ କରି କିମ୍ବା ପାନ୍ କାର୍ଡ ବିନା ଆପଣଙ୍କର କ୍ରେଡିଟ୍ ସ୍କୋର ଯାଞ୍ଚ ପାଇଁ କୌଣସି ବିକଳ୍ପ ଅଛି କି ନାହିଁ ତାହା ତାଙ୍କ ୱେବ୍ସାଇଟ୍ରୁ ଜାଣିପାରିବେ। ଉଲ୍ଲେଖଯୋଗ୍ୟ, ଭାରତରେ ଆପଣଙ୍କର କ୍ରେଡିଟ୍ ସ୍କୋର୍ ଯାଞ୍ଚ କରିବା ପାଇଁ ସବୁବେଳେ ପାନ୍ କାର୍ଡର ଆବଶ୍ୟକତା ପଡ଼ିନଥାଏ।
ପାନ୍ କାର୍ଡ ବ୍ୟବହାର ତୁଳନାରେ ଏହି ପ୍ରକ୍ରିୟା ହୁଏତ ସାମାନ୍ୟ ଅଧିକ ସମୟ ନେଇପାରେ। ଆପଣ ବ୍ୟବହାର କରିବାକୁ ଯୋଜନା କରୁଥିବା କ୍ରେଡିଟ୍ ବ୍ୟୁରୋ ୱେବ୍ସାଇଟ୍ରେ ନିର୍ଦ୍ଦିଷ୍ଟ ସୂଚନାର ଆବଶ୍ୟକତା ଓ ଦେୟ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଥାଏ। କିଛି ମୋବାଇଲ୍ ଆପ୍ କ୍ରେଡିଟ୍ ବ୍ୟୁରୋ ସହିତ ସହଭାଗୀ ହୋଇ ଉପଭୋକ୍ତାମାନଙ୍କୁ ସେମାନଙ୍କର କ୍ରେଡିଟ୍ ସ୍କୋର୍ ଯାଞ୍ଚ କରିବାକୁ ଅନୁମତି ଦେଇଥାନ୍ତି। ପରିଚୟ ଯାଞ୍ଚ ପାଇଁ ଏହି ଆପ୍ଗୁଡ଼ିକର ବିକଳ୍ପ ପଦ୍ଧତି ଥାଇପାରେ, ତେଣୁ ସେମାନେ ପାନ୍ କାର୍ଡ ବ୍ୟତୀତ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ଗ୍ରହଣ କରନ୍ତି କି ନାହିଁ ଯାଞ୍ଚ କରନ୍ତୁ।
ଆହୁରି ପଢ଼ନ୍ତୁ- Lawyer Slapped Police Officer: ରାସ୍ତା ମଝିରେ ପୁଲିସକୁ ଦେଖି ନିସ୍ତୁକ ଛେଚିଲେ ଓକିଲ
କେଉଁ ଉପାୟ ଆପଣାଇବେ?
- କ୍ରେଡିଟ୍ ସ୍କୋର୍ ପାଇଁ ଆବେଦନ କରିବାକୁ ହେଲେ ପାନ୍ କାର୍ଡ ବଦଳରେ ପାସ୍ପୋର୍ଟ, ଭୋଟର୍ ଆଇଡି, ଡ୍ରାଇଭିଂ ଲାଇସେନ୍ସ ଭଳି ବିକଳ୍ପ ପରିଚୟ ପତ୍ର ବ୍ୟବହାର କରିପାରିବେ, ଯାହାକି ଆପଣଙ୍କ ନାମ, ଜନ୍ମ ତାରିଖ ଓ ଠିକଣା ପରି ମୌଳିକ ସୂଚନା ପାଇଁ ବ୍ୟବହୃତ ହେବ।
- CIBIL ପରି କ୍ରେଡିଟ୍ ବ୍ୟୁରୋ ଋଣଗ୍ରହୀତାମାନଙ୍କୁ ସେମାନଙ୍କ ପୋର୍ଟାଲ୍ରେ କ୍ରେଡିଟ୍ ସ୍କୋର୍ ଯାଞ୍ଚ କରିବାକୁ ଅନୁମତି ଦେଇଥାଏ।
- ପାନ୍ କାର୍ଡ ବିନା ସ୍କୋର୍ ଯାଞ୍ଚ ପାଇଁ ସେମାନଙ୍କର ସାଧାରଣତଃ ଗୋଟିଏ ବିଭାଗ ଥାଏ। ତେଣୁ, ଆପଣଙ୍କୁ ଆପଣଙ୍କର ବିବରଣୀ ଓ ଆପଣ ଦେଇଥିବା ପରିଚୟ ପ୍ରମାଣ ସୂଚନା ଦେବାକୁ ପଡ଼ିବ।
ଯାଞ୍ଚ୍ କରିବେ କେମିତି?
୧- ପ୍ରଥମେ ଅଫିସିଆଲ୍ CIBIL ୱେବ୍ସାଇଟ୍ ପରିଦର୍ଶନ କରନ୍ତୁ ଏବଂ ‘ଗେଟ୍ ୟୋର୍ ଫ୍ରି ସିବିଲ୍ ସ୍କୋର୍’ ଅପ୍ସନ୍ରେ ‘ପର୍ସନାଲ୍ CIBIL ସ୍କୋର୍’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
୨- ଆପଣ ମଧ୍ୟ https://myscore.cibil.com/CreditView/enrollShort_new.page?enterprise=CIBIL ଏହି ଲିଙ୍କ୍କୁ ସିଧାସଳଖ ଯାଇପାରିବେ
୩- ତା’ପରେ ଆପଣଙ୍କ ଇମେଲ୍ ଆଇଡି ଦିଅନ୍ତୁ ଏବଂ ଏକ ସୁରକ୍ଷିତ ପାସ୍ୱର୍ଡ ଦେଇ ଗୋଟେ ଆକାଉଣ୍ଟ କ୍ରିଏଟ୍ କରନ୍ତୁ
୩- ଆପଣଙ୍କର ସମ୍ପୂର୍ଣ୍ଣ ନାମ ଦିଅନ୍ତୁ ଏବଂ ପାନ୍ କାର୍ଡ ସ୍ଥାନରେ ପାସ୍ପୋର୍ଟ, ଭୋଟର୍ ଆଇଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ପରି ବିକଳ୍ପ ପରିଚୟପତ୍ର ଚୟନ କରନ୍ତୁ
୪- ଜନ୍ମ ତାରିଖ ଓ ପିନ୍ କୋଡ୍ ଦେବାପରେ ଆପଣଙ୍କ ରାଜ୍ୟ ଚୟନ କରନ୍ତୁ। ଏହାପରେ ଆପଣଙ୍କର ମୋବାଇଲ୍ ନମ୍ବର୍ ଦିଅନ୍ତୁ ଏବଂ ‘ଆକ୍ସେପ୍ଟ ଓ କଣ୍ଟିନ୍ୟୁ’ ଉପରେ କ୍ଲିକ୍ କରନ୍ତୁ
୫- ତା’ପରେ ଆପଣ ଏକ OTP ପାଇବେ। ଏହାକୁ ଏଣ୍ଟର୍ କରି ‘କଣ୍ଟିନ୍ୟୁ’ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
୬- ତା’ପରେ ଆପଣଙ୍କୁ ଆପଣ ଡିଭାଇସ୍କୁ ଖାତା ସହିତ ଯୋଡ଼ିବାକୁ ଚାହୁଛନ୍ତି କି ବୋଲି ଏକ ବିକଳ୍ପ ଆସିବ। ଏହାକୁ କ୍ଲିକ୍ କରିବା ପରେ ଆପଣ ସଫଳତାର ସହ ଏନ୍ରୋଲ୍ଡ ହେବେ
୭- ୟୁଜର୍ ନେମ୍ ଓ ପାସ୍ୱର୍ଡ ସହିତ ଲଗ୍ଇନ୍ କରନ୍ତୁ, ‘ଗୋ ଟୁ ଡ୍ୟାସ୍ବୋର୍ଡ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଆପଣ ଆପଣଙ୍କ ସିବିଲ୍ ସ୍କୋର୍ ଦେଖିପାରିବେ
Follow Us