ଆଜିକାଲି ସମୟରେ ଆମ ସମସ୍ତଙ୍କ ପାଇଁ ବୀମା ଜରୁରି ହୋଇଗଲାଣି। ଏପଟେ ବଜାରରେ ଏବେ ବୀମା କମ୍ପାନି ହାଉଜାଉ। ଏଣୁ ଜୀବନ, ସ୍ବାସ୍ଥ୍ୟ ଓ ଅନ୍ୟକୌଣସି ପଲିସି ବାଛିବାକୁ ହେଲେ ଅନେକ ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଉଛି। ପଲିସି ଚୟନକୁ ସହଜ କରିବା ପାଇଁ ତଥା ସର୍ବୋତ୍ତମ ବୀମାକାରୀଙ୍କୁ ବାଛିବା ପାଇଁ ଆପଣ ବିଭିନ୍ନ ପାରାମିଟର୍କୁ ବିଚାର କରିପାରିବେ। ଏଥିରେ ଆସିବ କ୍ଲେମ୍ ସେଟଲ୍ମେଣ୍ଟ ରେସିଓ, ଯାହା ଏକ ବୀମା କମ୍ପାନିର ବିଶ୍ୱସନୀୟତା ଓ ଏହାର ଦାବି ସମାଧାନ ପ୍ରକ୍ରିୟାର ପ୍ରଭାବଶାଳୀତାକୁ ସୂଚାଇପାରିବ।
କ୍ଲେମ୍ ସେଟଲ୍ମେଣ୍ଟ ରେସିଓ କ’ଣ:
କ୍ଲେମ୍ ସେଟଲ୍ମେଣ୍ଟ ରେସିଓ ହେଉଛି, ଜଣେ ବୀମାକାରୀ ପ୍ରତିବର୍ଷ ପଲିସିଧାରକ କିମ୍ବା ନୋମିନିଙ୍କଠାରୁ ପ୍ରାପ୍ତ ମୋଟ୍ କ୍ଲେମ୍/ଦାବି ସଂଖ୍ୟା ତୁଳନାରେ କେତେ ଦାବି ସମାଧାନ କରନ୍ତି କିମ୍ବା ପରିଶୋଧ କରନ୍ତି। ଏହା ଉକ୍ତ ବୀମା କମ୍ପାନିର ଦାବି ସମାଧାନ କରିବାର ଦକ୍ଷତା ଓ ବିଶ୍ବସ୍ତତାର ସୂଚକ। ଏହି ଅନୁପାତ ପ୍ରତ୍ୟେକ ବୀମା କମ୍ପାନି ପାଇଁ ବୀମା ନିୟାମକ (ଇନ୍ସୁରାନ୍ସ ରେଗୁଲେଟର୍), ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆର୍ଡିଏଆଇ) ଦ୍ୱାରା ପ୍ରତିବର୍ଷ ଏହାର ୱେବସାଇଟ୍ରେ ପ୍ରକାଶିତ ହୋଇଥାଏ। ଏହାକୁ ଦେଖି ପଲିସିଧାରକ ନିଜ ପଲିସି ବାଛିପାରିବେ।
ରେସିଓ ବିଷୟରେ ଜାଣିବା ଜରୁରି:
ଯେହେତୁ ପଲିସିଧାରୀମାନେ ଜୀବନ ଓ ସ୍ବାସ୍ଥ୍ୟ ପଲିସିରେ ଏକ ଭାରୀ ପ୍ରିମିୟମ୍ ଦିଅନ୍ତି, ଆର୍ଥିକ ସହାୟତା ଦରକାର ଥିବା ସମୟରେ କ୍ଲେମ୍ ରିଜେକ୍ଟ ହେବା ନୋମିନି କିମ୍ବା ବୀମାକାରୀଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏଣୁ ଜଣେ ବୀମାକାରୀ କ୍ଲେମ୍ ଏମାଉଣ୍ଟ ଜମା କରିବାର ସମସ୍ତ ବିଷୟ ଜାଣିବା ଜରୁରି। କ୍ଲେମ୍ ସେଟଲ୍ମେଣ୍ଟ ରେସିଓ ଏହାକୁ ହିଁ ସୂଚିତ କରେ। ଯଦିଓ ଏପରି କୌଣସି ନିର୍ଦ୍ଦିଷ୍ଟ ଅନୁପାତ ନାହିଁ ଯାହାକୁ ଭଲ ବୋଲି କୁହାଯିବ, ତେବେ ୯୫% କିମ୍ବା ତା’ଠାରୁ ଅଧିକ ଅନୁପାତ ଥିବା ବୀମା କମ୍ପାନି ଆପଣଙ୍କ ଦାବିକୁ ଶୀଘ୍ର ଓ ବିନା ଦ୍ବିଧାରେ ସହଜ ସମାଧାନ କରିବାକୁ ଚେଷ୍ଟା କରନ୍ତି।
ଆହୁରି ପଢ଼ନ୍ତୁ- Indian Railways Celebrates NewYear: ଅନନ୍ୟ ଉପାୟରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲା ରେଳବାଇ: ଭିଡିଓ ଭାଇରାଲ
କ୍ଲେମ୍ ସେଟ୍ମେଣ୍ଟ ରେସିଓ ହିସାବ କରିବେ କେମିତି?
ଏହାର ସହଜ ସୂତ୍ର ହେଉଛି, ଏକ ବୀମା କମ୍ପାନି ଗୋଟିଏ ବର୍ଷରେ ଯେଉଁ କ୍ଲେମ୍ ସମାଧାନ କରେ ତାହାକୁ ସେ ଗ୍ରହଣ କରିଥିବା ମୋଟ୍ କ୍ଲେମ୍ ସହିତ ଭାଗ କରି ଏବଂ ଏହାକୁ ୧୦୦ ଦ୍ୱାରା ଗୁଣନ କରି କ୍ଲେମ୍ ସେଟଲ୍ମେଣ୍ଟ ରେସିଓ ଗଣନା କରାଯାଏ। ଅର୍ଥାତ୍, ଯଦି ଜଣେ ବୀମାକାରୀ ବର୍ଷକୁ ୧ ଲକ୍ଷ କ୍ଲେମ୍ ପାଆନ୍ତି ଏବଂ ୯୬,୦୦୦ କ୍ଲେମ୍ ସମାଧାନ କରନ୍ତି, ତେବେ ତାଙ୍କର କ୍ଲେମ୍ ସେଟଲ୍ମେରଣ୍ଟ ରେସିଓ ୯୬% ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/01/02/dd-2026-01-02-17-11-37.jpg)