ଆପଣ ଜାଣନ୍ତି କି, ଦୁର୍ଘଟଣା ଯୋଗୁଁ ଆପଣଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଶାରୀରିକ ଅକ୍ଷମତା ଘଟିଲେ ଆପଣଙ୍କର ଏଟିଏମ୍‌ ବା ଡେବିଟ୍‌ କାର୍ଡ ଆପଣଙ୍କ ପରିବାର ସଦସ୍ୟଙ୍କୁ ମାଗଣା ଦୁର୍ଘଟଣା ବୀମା ପ୍ରଦାନ କରିଥାଏ! ଏହି ବୀମା, ପ୍ରାୟତଃ କାର୍ଡ ଜାରି କରୁଥିବା ବ୍ୟାଙ୍କ୍‌ ହିଁ ଦେଇଥାଏ।

Advertisment

ଏହା କିପରି କାମ କରେ:

କମ୍ପ୍ଲିମେଣ୍ଟାରି ଇନ୍‌ସୁରାନ୍‌ସ/ମାଗଣା ବୀମା: ଅନେକ ବ୍ୟାଙ୍କ୍‌ ସେମାନଙ୍କର ଡେବିଟ୍‌ କାର୍ଡ ସହିତ ମାଗଣା ଓ କମ୍ପ୍ଲିମେଣ୍ଟାରି ବୀମା କଭରେଜ୍‌ ପ୍ରଦାନ କରନ୍ତି।

ଦୁର୍ଘଟଣା ମୃତ୍ୟୁ/ସ୍ଥାୟୀ ଅକ୍ଷମତା: ଏହି ପ୍ରକାରର ବୀମା ସାଧାରଣତଃ ଦୁର୍ଘଟଣା ଦ୍ବାରା ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ଘଟିଲେ ମିଳିଥାଏ।

କ୍ଲେମ୍‌ କେମିତି କରିବେ?

କ୍ଲେମ୍‌ କରିବା ପାଇଁ ନୋମିନିଙ୍କୁ (ସାଧାରଣତଃ ପରିବାରର ସଦସ୍ୟ) ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବ୍ୟାଙ୍କ୍‌କୁ ଜଣାଇବାକୁ ପଡ଼ିବ (ମୃତ୍ୟୁ ବା ଦୁର୍ଘଟଣା ତାରିଖରୁ ୯୦ ଦିନ ମଧ୍ୟରେ) ଏବଂ ମୃତ୍ୟୁ ପ୍ରମାଣପତ୍ର ବା ପୁଲିସ୍‌ ରିପୋର୍ଟ ପରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ିବ।

କଭରେଜ୍‌ ପରିମାଣ:

କଭରେଜ୍‌ ପରିମାଣ କାର୍ଡର ପ୍ରକାର ଓ ବ୍ୟାଙ୍କ୍‌ ଅନୁସାରେ ଭିନ୍ନ ହୋଇଥାଏ। ଏହା କିଛି ଲ‌େକ୍ଷ ଟଙ୍କାରୁ ନେଇ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଅର୍ଥାତ୍‌ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍‌ର ଡେବିଟ୍‌ କାର୍ଡ ବ୍ୟକ୍ତିଗତ ଦୁର୍ଘଟଣା ବୀମା ପ୍ରଦାନ କରେ ଏବଂ ଏଥିରେ କିଛି ବିମାନ ଦୁର୍ଘଟଣା ବୀମା ମଧ୍ୟ ଅନ୍ତର୍ଭୁକ୍ତ। କାର୍ଡର ପ୍ରକାର ଉପରେ ନିର୍ଭର କରି ଭିନ୍ନ କଭରେଜ୍‌ ପରିମାଣ ଦେଇଥାଏ ଏସ୍‌ବିଆଇ।

କାର୍ଡର ପ୍ରକାର:

ସମସ୍ତ ଡେବିଟ୍‌ କାର୍ଡ ଏହି ବୀମା ପ୍ରଦାନ କରନ୍ତିନାହିଁ। ପ୍ରିମିୟମ୍‌ କିମ୍ବା ତା’ଠୁ ଦାମୀ କାର୍ଡଗୁଡ଼ିକରେ ଏହି ସୁବିଧା ମିଳିଥାଏ।
କ୍ଲେମ୍‌ ପାଇଁ ନିର୍ଦ୍ଦେଶ ଓ ସର୍ତ୍ତାବଳୀ:
ଦୁର୍ଘଟଣା ପୂର୍ବରୁ କାର୍ଡ ବ୍ୟବହାର କରି ସାମ୍ପ୍ରତିକ କାରବାରର ଆବଶ୍ୟକତା କିମ୍ବା ବୟସ ଅବା ଦୁର୍ଘଟଣାର ପ୍ରକାର ଉପରେ ଆଧାରିତ କଭରେଜ୍‌ ଉପରେ ଲିମିଟେସନ୍‌ ଭଳି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ରହିଛି।

କ’ଣ ସୁବିଧା ମିଳିବ:

ଏହି ବୀମା ଆପଣଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଆପଣଙ୍କ ପରିବାର ପାଇଁ ଆର୍ଥିକ ସୁରକ୍ଷା ପ୍ରଦାନ କରିପାରିବ। ସେମାନଙ୍କୁ ଋଣ ସୁଝିବାରେ, ଉତ୍ତମ ଜୀବନଶୈଳୀ ଦେବାରେ ଓ ଶବଦାହ ଆଦି ଖର୍ଚ୍ଚକୁ ଭରଣ କରିବାରେ ସାହାଯ୍ୟ କରିପାରିବ।

ଆପଣଙ୍କ କାର୍ଡରେ ଏହି ସୁବିଧା ଅଛି କି ନାହିଁ କେମିତି ଜାଣିବେ:

-ଆପଣଙ୍କ କାର୍ଡର ନିୟମ ଓ ସର୍ତ୍ତାବଳୀ ଯାଞ୍ଚ କରନ୍ତୁ।
-ବୀମା କଭରେଜ୍ ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ୍‌ର ଗ୍ରାହକସେବା ସହିତ ଯୋଗାଯୋଗ କରନ୍ତୁ କିମ୍ବା ଆପଣଙ୍କ ନିକଟତମ ଶାଖା ପରିଦର୍ଶନ କରନ୍ତୁ।
-ଅନେକ ବ୍ୟାଙ୍କ୍‌ ସେମାନଙ୍କର ୱେବ୍‌ସାଇଟ୍‌ରେ ସେମାନଙ୍କ ଡେବିଟ୍‌ କାର୍ଡ ବୀମା ବିଷୟରେ ବିସ୍ତୃତ ସୂଚନା ଦେଇଥାନ୍ତି। ଏଣୁ ବ୍ୟାଙ୍କ୍‌ ୱେବ୍‌ସାଇଟ୍‌ ଯାଞ୍ଚ କରନ୍ତୁ।