Don't be afraid to study: ପଢ଼ିବାକୁ ମନ ହେଉନି; ଅଧାରୁ ପଢ଼ା ଛାଡ଼ିବାର ବଡ଼ କାରଣ

Advertisment

ରାଜ୍ୟରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ସିଏଜି ଚିନ୍ତାପ୍ରକଟ କରିଛନ୍ତି। କାହିଁକି ପିଲାମାନେ ପଢ଼ା ଛାଡ଼ୁଛନ୍ତି ତାହାର କାରଣ ଜାଣିବା ଲାଗି ଏକ ସର୍ବେକ୍ଷଣ କରାଯାଇଥିଲା।

ରାଜ୍ୟରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ସିଏଜି ଚିନ୍ତାପ୍ରକଟ କରିଛନ୍ତି। କାହିଁକି ପିଲାମାନେ ପଢ଼ା ଛାଡ଼ୁଛନ୍ତି ତାହାର କାରଣ ଜାଣିବା ଲାଗି ଏକ ସର୍ବେକ୍ଷଣ କରାଯାଇଥିଲା।

study

Photograph: (Orissa POST)

ଭୁବନେଶ୍ବର: ରାଜ୍ୟରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ସିଏଜି ଚିନ୍ତାପ୍ରକଟ କରିଛନ୍ତି। କାହିଁକି ପିଲାମାନେ ପଢ଼ା ଛାଡ଼ୁଛନ୍ତି ତାହାର କାରଣ ଜାଣିବା ଲାଗି ଏକ ସର୍ବେକ୍ଷଣ କରାଯାଇଥିଲା। ତାହାର ଫଳାଫଳରୁ ଜଣାପଡ଼ିଛି ଯେ ଅନିଚ୍ଛା ହେଉଛି ଏହାର ଏକ ବଡ଼ କାରଣ। ୩୯ ପ୍ରତିଶତ ଉତ୍ତରଦାତା ପାଠପଢ଼ା ଅଧାରୁ ଛାଡ଼ିବାର କାରଣ ଅନିଚ୍ଛା ବୋଲି କହିଛନ୍ତି। ଏହା ବ୍ୟତୀତ ଅନ୍ୟ କାରଣଗୁଡ଼ିକ ହେଉଛି ପିତାମାତାଙ୍କ ଆର୍ଥିକ ସମସ୍ୟା ଓ ଦାରିଦ୍ର୍ୟତା, ଅଳ୍ପ ବୟସରେ ବିବାହ, ଶୀଘ୍ର ରୋଜଗାର କରିବାର ଚାପ, ଛାତ୍ରଛାତ୍ରୀଙ୍କୁ ଘର କାମରେ ଲଗାଇବା, ପିତାମାନଙ୍କୁ କୃଷି ଓ ଅନ୍ୟାନ୍ୟ କାମରେ ସାହାଯ୍ୟ କରିବା, ଅତି ଦୂର କିମ୍ବା ଦୁର୍ଗମ ଅଞ୍ଚଳରେ ବିଦ୍ୟାଳୟ ଥିବାରୁ ପହଞ୍ଚି ନ ପାରିବା ଓ ପିଲାଙ୍କୁ ପଢ଼ାଇବା ପାଇଁ ଅଭିଭାବକଙ୍କ ଆଗ୍ରହର ଅଭାବ। 

Mayurbhanj Chhau: ମୟୂରଭଂଜ ଛଉକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ପାଠପଢ଼ା ଅଧାରୁ ବନ୍ଦ କରିବାର ଆଉ କେତେକ କାରଣ ହେଉଛି କ୍ରମାଗତ ଅସୁସ୍ଥତା, ପାରିବାରିକ ସମସ୍ୟା ଓ ପଢ଼ୁଥିବା ବିଦ୍ୟାଳୟ ବନ୍ଦ ହୋଇଯିବା। ଅନେକ ମାମଲାରେ ଅନିଚ୍ଛା କାରଣରୁ ପିଲାମାନେ ନିଜ ଆଡ଼ୁ ପାଠପଢ଼ା ବନ୍ଦ କରିଦେଉଛନ୍ତି। ସେମାନଙ୍କୁ କିନ୍ତୁ ଅଭିଭାବକମାନେ ମାର୍ଗଦର୍ଶନ କରି ପାଠପଢ଼ିବାକୁ ଉତ୍ସାହିତ କରୁନାହାନ୍ତି। ନିରକ୍ଷର କିମ୍ବା ଶିକ୍ଷାର ଆବଶ୍ୟକତାକୁ ଭଲ ଭାବେ ବୁଝିନଥିବା ଲୋକମାନଙ୍କ ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ୁଥିବା ଭଳି ମାମଲା ମଧ୍ୟ ସାମ୍ନାକୁ ଆସିଛି। ‌ଆଜି ବିଧାନସଭାରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ବିଶେଷ ଦକ୍ଷତା ଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବାକୁ ସରକାର ବିଶେଷ ଯତ୍ନବାନ ନାହାନ୍ତି। ସେଥିପାଇଁ ଏହି ବର୍ଗରେ ବହୁ ପିଲା ଅଧାରୁ ପାଠପଢ଼ା ଛାଡ଼ିଦେଉଛନ୍ତି। ଏଭଳି ପିଲାମାନଙ୍କୁ ଠିକ୍ ସମୟରେ ଷ୍ଟାଇପେଣ୍ଡ୍‌, ଭତ୍ତା ଓ ଅନ୍ୟାନ୍ୟ ସହାୟକ ଉପକରଣ ଦିଆଯାଉନାହିଁ। ଭଦ୍ରକ, କୋରାପୁଟ ଓ ସମ୍ବଲପୁରରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ୍‌ ଦିଆଯାଇନାହିଁ। ସେମାନଙ୍କ ପାଇଁ ବିଦ୍ୟାଳୟରେ ରୢାମ୍ପ୍ ଓ ‌ଅନୁକୂଳ ଶୌଚାଳୟ ନାହିଁ।

India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe