ପୁଣି ମହଙ୍ଗା ମାଡ଼: ଏଲପିଜି ସିଲିଣ୍ଡର ଦର ବଢ଼ିଲା

Advertisment

ପୁଣି ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ସେପ୍ଟେମ୍ବର ୧ ରୁ ତୈଳ କମ୍ପାନୀଗୁଡିକ ଦେଶରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି। ତେବେ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

ପୁଣି ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ସେପ୍ଟେମ୍ବର ୧ ରୁ ତୈଳ କମ୍ପାନୀଗୁଡିକ ଦେଶରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି। ତେବେ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

LPG cylinder prices hiked

ନୂଆଦିଲ୍ଲୀ:  ଉପଭୋକ୍ତାଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ସଂଶୋଧିତ ହାର ଅନୁଯାୟୀ ୧ ସେପ୍ଟେମ୍ବରଠାରୁ ବ୍ୟବସାୟିକ  ଗ୍ୟାସ ସିଲିଣ୍ଡରର ଦରରେ ୩୯  ଟଙ୍କା ବୃଦ୍ଧି କରାଯାଇଛି।

ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେପ୍ଟେମ୍ବର ୧ ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।

ଆଇଓସିଏଲ୍ ୱେବସାଇଟ୍ ଅନୁଯାୟୀ, ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି।

ଅଧିକ ପଢ଼ନ୍ତୁ: ନିର୍ବାଚନ ପାଇଁ ଅଭିବୃଦ୍ଧି କମିଲା: ୧୫ ମାସରେ ସର୍ବନିମ୍ନ

ସୂଚନା‌ଯୋଗ୍ୟ, ଅଗଷ୍ଟ ମାସରେ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା।  ସେତେବେଳେ କମ୍ପାନୀଗୁଡିକ ଏହାର ଦର ୮.୫୦ ଟଙ୍କା ବୃଦ୍ଧି କରିଥିଲେ କିନ୍ତୁ ଏଥର ଏହାକୁ ୩୯ ଟଙ୍କା ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜୁଲାଇ ମାସରେ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦର ୩୦ ଟଙ୍କା ହ୍ରାସ କରିଥିଲେ। ଫଳରେ ଦିଲ୍ଲୀରେ ଏହାର ଦର ୧୬୪୬ ଟଙ୍କା ହୋଇଥିଲା।

ଅଧିକ ପଢ଼ନ୍ତୁ: ପୁରୀ‌ରେ ଯାତ୍ରୀବାହୀ ରୋପ୍‌ୱେ ପାଇଁ ପ୍ରସ୍ତାବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe