Wirelessly Electric Road:ବିଶ୍ୱର ପ୍ରଥମ ମୋଟରୱେ: ଆଉ ଅଟକିବା ପାଇଁ ପଡ଼ିବନାହିଁ, ଚାଲୁଚାଲୁ ଆପଣାଛାଏଁ ଚାର୍ଜ ହେବ ଗାଡ଼ି

ଫ୍ରାନ୍ସ ବିଶ୍ୱର ପ୍ରଥମ ମୋଟରୱେ ନିର୍ମାଣ କରିଛି। ଏହି ମୋଟରୱେ ଯାନବାହାନଗୁଡ଼ିକୁ ଗତି କରିବା ସମୟରେ ତାରହୀନ ଭାବରେ ଚାର୍ଜ ପ୍ରଦାନ କରିବ। ଯାହାଫଳରେ କାର ଏବଂ ଟ୍ରକଗୁଡ଼ିକୁ ଆଉ ଚାର୍ଜିଂ ପାଇଁ ଷ୍ଟେସନରେ ଅଟକିବାକୁ ଆବଶ୍ୟକ ହେବ ନାହିଁ।

Untitled-26

-first-dynamic-wirelessly-electric-road-system-france Photograph: (sambad.in)

ନୂଆଦିଲ୍ଲୀ: ଏଣିକି ବୈଦ୍ୟୁତିକ ଗାଡ଼ିଗୁଡ଼ିକ ଚାଲୁଥିବା ଅବସ୍ଥାରେ ରାସ୍ତାରେ ହିଁ ଚାର୍ଜ ହୋଇଯିବ। ଏହାକୁ କେହିକେହି କାଳ୍ପନିକ ବୋଲି କହିପାରନ୍ତି କିନ୍ତୁ ଖୁବଶୀଘ୍ର ଏଭଳି ସୁବିଧା ବାସ୍ତବରେ ପରିଣତ ହେବାକୁ ଯାଉଛି।

ବିଶ୍ୱର ପ୍ରଥମ ମୋଟରୱେ

ଫ୍ରାନ୍ସ ବିଶ୍ୱର ପ୍ରଥମ ମୋଟରୱେ ନିର୍ମାଣ କରିଛି। ଏହି ମୋଟରୱେ ବୈଦ୍ୟୁତିକ ଯାନବାହାନଗୁଡ଼ିକୁ ଗତି କରିବା ସମୟରେ ତାରହୀନ ଭାବରେ ଚାର୍ଜ କରିବ। ଯାହାଫଳରେ କାର ଏବଂ ଟ୍ରକଗୁଡ଼ିକୁ ଆଉ ଚାର୍ଜିଂ ପାଇଁ ଷ୍ଟେସନରେ ଅଟକିବା ଆବଶ୍ୟକ ହେବ ନାହିଁ।

ଅଧିକପଢ଼ନ୍ତୁ:ସେବେ ମହାବାତ୍ୟା, ଏବେ ମୋନ୍ଥା...ଅଶୁଭ ଅକ୍ଟୋବର, ୨୬ ବର୍ଷ ପରେ ପୁଣି ସେହି ୨୯ ତାରିଖକୁ ନେଇ ଏ କି ସଂଯୋଗ !

 ଚର୍ଚ୍ଚାରେ ଚାର୍ଜ ଆଜ ୟୁ ଡ୍ରାଇଭ

ପ୍ୟାରିସରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏ୧୦ ମୋଟରୱେରେ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି। ଅନେକ ସଂଗଠନ ମିଳିତ ଭାବରେ ‘ଚାର୍ଜ ଆଜ ୟୁ ଡ୍ରାଇଭ’ ନାମକ ଏହି ପ୍ରକଳ୍ପ ବିକଶିତ କରିଛନ୍ତି। 

ଫ୍ରାନ୍ସର ଏ୧୦ ମୋଟରୱେ ୧.୫ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଥିବା ବେଳେ ରାସ୍ତା ମଧ୍ୟରେ କଏଲ ସ୍ଥାପିତ ହୋଇଛି। ଏହି କଏଲ ଦେଇ ଯାଉଥିବା ବୈଦ୍ୟୁତିକ ଯାନଗୁଡ଼ିକ ଗତି କରିବା ସମୟରେ ବିଦ୍ୟୁତ୍ ଗ୍ରହଣ କରିପାରିବାର ବ୍ୟବସ୍ଥା ରହିଛି। ଏହି ପ୍ରଯୁକ୍ତିବିଦ୍ୟା ପରୀକ୍ଷଣ ସମୟରେ ସଫଳ ପ୍ରମାଣିତ ହୋଇଛି। ଏହା ୩୦୦ କିଲୋୱାଟରୁ ଅଧିକ ଶକ୍ତି ଏବଂ ୨୦୦ କିଲୋୱାଟର ହାରାହାରି ଶକ୍ତି ସ୍ଥାନାନ୍ତର କରିବାର କ୍ଷମତା ରଖିଛି।

ଅଧିକପଢ଼ନ୍ତୁ:ବିନା ପରୀକ୍ଷାରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି ରେଳବାଇ

france road

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe