Gold Silver Price Hike Photograph: (sambad.in)
ଭୁବନେଶ୍ବର: ଇରାନ ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଭାବ ସୁନାରୁପା ଦର ଉପରେ ପଡ଼ିଛି। ଏପରିକି ରବିବାର ଏହି ଦୁଇ ଧାତୁର ଦରବୃଦ୍ଧି ଘଟିଛି। ଭୁବନେଶ୍ବର ବଜାରରେ ରୁପା ଦର କିଲୋଗ୍ରାମ ପିଛା ୫ ହଜାର ଟଙ୍କା ବୃଦ୍ଧି ପାଇଛି। ଏଥିଯୋଗୁ ରୁପା ଦର କିଲୋଗ୍ରାମ ପିଛା ୩,୨୫,୦୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ରୁପା ଦର ୨୦ ହଜାର ଟଙ୍କା ବୃଦ୍ଧି ଘଟିଥିଲା।
ସେହିଭଳି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦର ଆଜି ୪୩୭୦ ଟଙ୍କା ବୃଦ୍ଧି ଘଟି ୧,୭୩,୦୮୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍ ସୁନା ଦର ୪୦୦୦ ଟଙ୍କା ବଢ଼ି ୧,୫୮,୬୫୦ ଟଙ୍କା ଛୁଇଁଛି। ଗତକାଲି ୨୪ ଓ ୨୨ କ୍ୟାରେଟ୍ ସୁନାଦର ଯଥାକ୍ରମେ ୭୧୪୦ ଟଙ୍କା ଏବଂ ୬୫୫୦ ଟଙ୍କା ବଢ଼ିଥିଲା।
ସାଧାରଣତଃ ରବିବାର ଦିନ ସୁନା ରୁପା ଦର ବୃଦ୍ଧି ଘଟି ନଥାଏ। ସୋମବାରଠାରୁ ଶନିବାର ମଧ୍ୟରେ ଦର ପରିବର୍ତ୍ତନ ହୋଇଥାଏ। କିନ୍ତୁ ଯୁଦ୍ଧ ପ୍ରଭାବରେ ରବିବାର ଦିନ ମଧ୍ୟ ଦର ବଢ଼ିଥିବା କୁହାଯାଉଛି।
Follow Us