ନୂଆଦିଲ୍ଲୀ: ଗତବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଇଣ୍ଡିଗୋ ଏୟାରଲାଇନ୍ସ ଉଡ଼ାଣରେ ବ୍ୟାପକ ବିଭ୍ରାଟ ଦେଖାଦେଇଥିଲା। ସେହି ସମୟର ଫାଇଦା ଉଠାଇ ସବୁ ଏୟାରଲାଇନ୍ସ ଟିକଟ ଦାମ୍ ବଢ଼ାଇଥିବା ଅଭିଯୋଗ ରହିଛି। ତାହାର ସତ୍ୟତା ଯାଞ୍ଚ କରିବା ଲାଗି କେନ୍ଦ୍ର ସରକାର ବିମାନ କମ୍ପାନିଗୁଡ଼ିକଠାରୁ ତଥ୍ୟ ମାଗିଛନ୍ତି। ଗତବର୍ଷ ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ହାରାହାରି ଟିକଟ ମୂଲ୍ୟ କେତେ ଥିଲା ତାହା ଜଣାଇବା ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଇଣ୍ଡିଗୋ, ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ସ୍ପାଇସ୍ଜେଟ୍ ଓ ଆକାଶ ଏୟାରକୁ କୁହାଯାଇଛି।
Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
ବଜାରରେ ଥିବା ଆଧିପତ୍ୟକୁ ଇଣ୍ଡିଗୋ ଅପବ୍ୟବହାର କରୁଥିବା ଅଭିଯୋଗର ତଦନ୍ତକୁ ଗତ ମାସରେ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଆରମ୍ଭ କରିଥିଲେ। ଭାରତୀୟ ବିମାନ ଚଳାଚଳ ବଜାରରେ ଇଣ୍ଡିଗୋର ୬୫ ପ୍ରତିଶତ ବଜାର ଅଂଶ ରହିଛି। ଗତ ଡିସେମ୍ବରର ୨ରୁ ୯ ତାରିଖ ମଧ୍ୟରେ ଏହା ୪୫୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ କରିଥିଲା।
Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ ନିଯୁକ୍ତି ହେଲେ ୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/24/flight-2025-10-24-21-48-31.png)