ଭୁବନେଶ୍ବର: ଆୟକର ବିଭାଗ ଏକ୍ଜେମ୍ପସନ୍ ପକ୍ଷରୁ ଟିକସ ବାର୍ ସଂଘ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ନେଇ ଏକ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନୂଆଦିଲ୍ଲୀର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ (ଏକ୍ଜେମ୍ପସନ୍) ଦେବଜ୍ୟୋତି ଦାସ ଅତିଥି ଭାବେ ଯୋଗଦେଇ କ୍ଷୁଦ୍ର ଅଣ ଲାଭଜନକ ସଂସ୍ଥା (ଏନ୍ପିଓ) ଓ କର୍ପୋରେଟ୍ ସଂସ୍ଥା ପାଇଁ ସିଏସ୍ଆର୍ କାର୍ଯ୍ୟ କରୁଥିବା ଏନ୍ଜିଓଗୁଡ଼ିକୁ ଟିକସରେ ଏକ୍ଜେମ୍ପସନ୍ ସୁବିଧା ପାଇବା ଲାଗି ପଞ୍ଜୀକରଣ କରିବାକୁ ଆହ୍ବାନ ଦେଇଥିଲେ। ସେହିପରି, ଏକ୍ଜେମ୍ପସନ୍କୁ ନେଇ ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଆୟକର ବିଭାଗ ପକ୍ଷରୁ ଓଡ଼ିଶା ମୁଖ୍ୟ ସଚିବଙ୍କୁ ପତ୍ର ଲେଖାଯାଇଥିବା ସେ କହିଥିଲେ।
Bhadrak News: ସରକାରଙ୍କ ନିୟମ ଭାଙ୍ଗୁଛି ସରକାରୀ ବିଭାଗ
ଏହି ଅବସରରେ ଆୟକର ଆୟୁକ୍ତ (ଏକ୍ଜେମ୍ପସନ୍), ହାଇଦ୍ରାବାଦ ବି ବାଲା କ୍ରିଷ୍ଣ କହିଥିଲେ ଯେ ସର୍ବଭାରତୀୟ ସ୍ତରରେ ୩ ଲକ୍ଷରୁ ଅଧିକ ସଂସ୍ଥା ଟିକସରେ ଛାଡ଼ ସୁବିଧା ପାଇବା ପାଇଁ ପଞ୍ଜୀକରଣ କରିଛନ୍ତି। ସେଥିରୁ ପ୍ରାୟ ୪୦୦୦ ସଂସ୍ଥା ହେଉଛନ୍ତି ଓଡ଼ିଶାର। ଦାତବ୍ୟ ଅନୁଷ୍ଠାନଗୁଡ଼ିକୁ ଆୟକର ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଆହ୍ବାନ ଦେଇଥିଲେ। ଯୁଗ୍ମ ଆୟକର ଆୟୁକ୍ତ (ଏକ୍ଜେମ୍ପସନ) ମନୋରଞ୍ଜନ ରଥ ଏହି ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଉପ ଆୟକର ଆୟୁକ୍ତ (ଏକ୍ଜେମ୍ପସନ୍) ଦୁର୍ଗା ପ୍ରସାଦ ମହାପାତ୍ର ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆୟକର ଅଧିକାରୀଙ୍କ (ଏମ୍ଜେମ୍ପସନ) ମଧ୍ୟରେ ଭୁବନେଶ୍ବରର ବିଭୂତି ଭୂଷଣ ମିଶ୍ର, କଟକର ପ୍ରକାଶ କୁମାର କାନୁନ୍ଗୋ, ସମ୍ବଲପୁରର ଗଣେଣ ବର୍ନିୱାଲ ଓ ବ୍ରହ୍ମପୁରର ରୁପେଶ କୁମାର ଦାସ ଏବଂ ୫୦ରୁ ଅଧିକ ଟିକସ ବାର୍ ସଂଘ ସଦସ୍ୟ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଉପସ୍ଥିତ ଥିଲେ।
India vs South Africa T20I: ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍ରେ ଦକ୍ଷିଣ ଆଫ୍ରିକା ଅଲ୍ଆଉଟ୍
Follow Us